ପ୍ରମୋଦ ପତି

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରମୋଦ ପତି
Promod pati.jpg
ପ୍ରମୋଦ ପତି
ଜନ୍ମ ଓ ଜନ୍ମସ୍ଥାନ
ପ୍ରମୋଦ ପତି

୧୯୩୨
ମୃତ୍ୟୁ୧୯୭୫
ଜାତୀୟତାଭାରତୀୟ
ଶିକ୍ଷାଡିପ୍ଲୋମା ସିନେମାଟୋଗ୍ରାଫି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଚଳଚ୍ଚିତ୍ର ନିର୍ଦ୍ଦେଶକ

ପ୍ରମୋଦ ପତି, ୧୯୬୦ ଓ ୧୯୭୦ ଦଶକର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ।[୧] ଭାରତରେ ଆନିମେସନ ଚଳଚ୍ଚିତ୍ର ଶିଳ୍ପର ନିର୍ମାଣ ଓ ପ୍ରସାର ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ପ୍ରଥମ ଓଡ଼ିଆ ଭାବରେ, ସେ ନିଜ ଚଳଚ୍ଚିତ୍ର 'ପର୍ସପେକ୍ଟିଭ' ପାଇଁ ୧୯୬୮ ମସିହାରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।

ଶ୍ରୀଯୁକ୍ତ ପତି, ୧୯୫୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାଠ୍ୟକ୍ରମ ଶେଷକରି, ୧୯୫୨ ମସିହାରେ ବାଙ୍ଗାଲୋରର ଏସ. ଜେ. ପଲିଟେକନିକରୁ ସିନେମାଟୋଗ୍ରାଫିରେ ଡିପ୍ଳୋମା ହାସଲ କରିଥିଲେ । ଏହାପରେ, ସେ ୧୯୫୨-୫୬ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଅଧିନରେ ଫିଲ୍ମ ଅଫିସର ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ, ସେ ୧୪ଟି ଚଳଚ୍ଚିତ୍ର ନିର୍ମାଣ ସହିତ ଚିତ୍ରତ୍ତୋଳକ, ପଟ୍ଟକଥା ଲେଖକ ଏବଂ ସମ୍ପାଦକ ଭାବରେ ଜଡିତ ରହିଥିଲେ । ଏହିସମୟରେ ବାଲ୍ୟବନ୍ଧୁ ଅନ୍ନଦା ଚରଣ ଦାସ ଚଳଚ୍ଚିତ୍ର ନିର୍ମାଣରେ ତାଙ୍କର ସହାୟକ ଥିଲେ । ଅନ୍ନଦା ଚରଣ ମଧ୍ୟ ଭୁବନେଶ୍ୱରରେ ସରକାରୀ ଚାକିରି କରୁଥିଲେ । ଦୁହେଁ ସ୍କୁଲ, କଲେଜ ଜୀବନରୁ ବକ୍ସ କ୍ୟାମେରା ବ୍ୟବହାର କରି, ଫଟୋଗ୍ରାଫି କରିଆସୁଥିଲେ । ଦୁଇବନ୍ଧୁ ଭୁବନେଶ୍ୱରରେ ଏକାଠି ରହି ଚଳଚ୍ଚିତ୍ର ନିର୍ମାଣ କରି ପ୍ରୋସେସିଙ୍ଗ କରିବା ପାଇଁ ବମ୍ବେ ପଠାଉଥିଲେ । ଏହି ଯୋଡି ବହୁ ଚଳଚ୍ଚିତ୍ର ନିର୍ମାଣ କରିପାରିଥିଲେ । ପରବର୍ତ୍ତୀ ସମୟରେ ପ୍ରମୋଦ ବାବୁ ଭାରତ ସରକାରଙ୍କ ଫେଲୋସିପ ଲାଭ କରି ଚେକୋସ୍ଳୋଭାକିଆର ଫାମୁ ଅନୁଷ୍ଠାନରୁ ପପେଟ୍ ଆନିମେସନରେ ଶିକ୍ଷାଗ୍ରହଣ କରିଥିଲେ । ଏହି ଅନୁଷ୍ଠାନରେ ସେ ବିଶ୍ୱବିଖ୍ୟାତ ଆନିମେସନ ଗୁରୁ ଜିଫି ବ୍ରେଡେକା, ଏଡୱର୍ଡ ହଫମ୍ୟାନ ଓ ଜିରି ଟ୍ରିଙ୍କା ଆଦିଙ୍କଠାରୁ ଆନିମେସନ କଳାରେ ପ୍ରଶିକ୍ଷଣ ଲାଭ କରିଥିଲେ । ୧୯୫୯ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରି, ଶ୍ରୀଯୁକ୍ତ ପତି ଭାରତ ସରକାରଙ୍କ ଅଧିନରେ ଥିବା ଫିଲ୍ମ ଡ଼ିଭିଜନରେ ଆନିମେସନ ବିଭାଗର ମୁଖ୍ୟ ରୂପେ ଯୋଗଦାନ କରିଥିଲେ । ତାଙ୍କରି ଚେଷ୍ଟାରେ ଭାରତରେ ଆନିମେସନ ଚଳଚ୍ଚିତ୍ର ଶିଳ୍ପର ମୂଳଦୁଆ ପଡ଼ିଥିଲା । ଏହି ସମୟରେ ତାଙ୍କୁ ଏସ୍. ସୁଖଦେବ, କେ.ଏସ୍. ଚାରୀ, ଗ୍ଳେନ ବାପ୍ତିସ୍ତା, ଫଲି ବିଲିମୋରିଆ ଇତ୍ୟାଦି ବ୍ୟକ୍ତିବିଶେଷଙ୍କର ସହାୟତା ମିଳିଥିଲା ଓ ବହୁ କ୍ଷୁଦ୍ର ଏବଂ ଆନିମେସନ ଧର୍ମୀ ଚଳଚ୍ଚିତ୍ରର ନିର୍ମାଣ ହୋଇପାରିଥିଲା । ଅନ୍ନଦା ଚରଣ, ଭୁବନେଶ୍ୱର ରହି "ଭୁବନେଶ୍ୱର କଳାକେନ୍ଦ୍ର" ପ୍ରତିଷ୍ଠା କରିଥିଲେ । [୨]

ଶ୍ରୀଯୁକ୍ତ ପତିଙ୍କୁ ଖୁବ କମ ବୟସରେ ତାଙ୍କୁ କର୍କଟ ବ୍ୟାଧି ଆକ୍ରାନ୍ତ କରିଥିଲା । ଦେଶ ବିଦେଶରେ ବହୁ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ ଓ ୧୯୭୫ ମସିହାରେ ମାତ୍ର ୪୨ ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । [୩][୪]

ଭାରତୀୟ ଚଳଚ୍ଚିତ୍ରକୁ ଅବଦାନ[ସମ୍ପାଦନା]

ଚଳଚ୍ଚିତ୍ର ମୁକ୍ତିଲାଭ ବର୍ଷ ବିଶେଷକଥା
Ravi's Sitar II: India ୧୯୭୪ ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର-୨
Ravi's Sitar I: India ୧୯୭୪ ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର-୧
Abid ୧୯୭୨
Moments with the Maestro ୧୯୭୦ ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର
Ravi Shankar ୧୯୭୦ ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର
Trip ୧୯୭୦
Claxplosion ୧୯୬୮
Explorer[୫][୬] ୧୯୬୮
Perspectives ୧୯୬୮
Man And His World ୧୯୬୭
A Fable Retold ୧୯୬୫
Aao Milkar Gaen ୧୯୬୪
Exploration of Upper Air ୧୯୬୪
Hamara Rashtragan ୧୯୬୪
Mansube Machlidar ୧୯୬୩
The Chinese Threat[୭] ୧୯୬୩
Building a Nest ୧୯୬୨
Certificate of Security ୧୯୬୨
Healthy and Happy ୧୯୬୨
Industrial Worker ୧୯୬୨
Wives and Wives ୧୯୬୨
This Our India ୧୯୬୧
This Our Earth ୧୯୬୦

ପୁରସ୍କାର ଓ ସ୍ୱୀକୃତି[ସମ୍ପାଦନା]

  • ଫିଲ୍ମଫେୟାର ପୁରସ୍କାର - ୧୯୬୮- ପର୍ସପେକ୍ଟିଭ ଚଳଚ୍ଚିତ୍ର ପାଇଁ
  • ମଣ୍ଟ୍ରିଲ ଏକସ୍ପୋ(ରୌପ୍ୟ ପଦକ) - ୧୯୬୭ - ମ୍ୟାନ ଆଣ୍ଡ ହିଜ୍ ୱର୍ଲ୍ଡ
  • ଓଡି଼ଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ଚିତ୍ରଗ୍ରହଣ ପୁରସ୍କାରକୁ ପ୍ରମୋଦ ପତିଙ୍କ ନାମରେ ନାମିତ କରାଯାଇଛି

ଆଧାର[ସମ୍ପାଦନା]

  1. India. Ministry of Information and Broadcasting; Pramod Pati; V. N. Gulawani (1974). Films Division Catalogue of Films, 1949-1972. Films Division, Ministry of Information and Broadcasting, Government of India. Retrieved 18 July 2013.
  2. ସିନେ ସମ୍ବାଦ ଅପ୍ରେଲ ୧୬-୨୨, ୨୦୧୫ ପୃଷ୍ଠା ୧୧
  3. http://dff.nic.in/Pramod_pati.asp
  4. http://mubi.com/lists/india-a-documentary-history
  5. http://theseventhart.info/tag/pramod-pati/
  6. http://filmsdivision.org/archives/explorer.html
  7. India. Ministry of Information and Broadcasting (1963). The Chinese Threat. Publications Division, Ministry of Information and Broadcasting, Government of India. Retrieved 18 July 2013.

ଅଧିକ ତଥ୍ୟ[ସମ୍ପାଦନା]