ନାରାୟଣ ଚନ୍ଦ୍ର ପତି
ନାରାୟଣ ଚନ୍ଦ୍ର ପତି | |
|---|---|
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ଉପ) | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପୂର୍ବ ଅଧିକାରୀ | ପୀତାମ୍ବର ଭୂପତି ହରିଚନ୍ଦନ ମହାପାତ୍ର |
| ପର ଅଧିକାରୀ | ବାଇଧର ସିଂହ |
| ନିର୍ବାଚନ ମଣ୍ଡଳୀ | ପଶ୍ଚିମ ଯାଜପୁର |
| ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା (ଉପ) | |
| କାର୍ଯ୍ୟକାଳ ୧୯୬୧ – ୧୯୬୭ | |
| ନିର୍ବାଚନ ମଣ୍ଡଳୀ | ସୁକିନ୍ଦା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଫେବୃଆରୀ ୨, ୧୯୧୭ |
| ମୃତ୍ୟୁ | ୧୯୮୧ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
| ଜୀବନ ସାଥୀ | ସୁଷମା ପତି |
| ବାପା/ବୋଉ | ବିଦ୍ୟାଧର ପତି (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ନାରାୟଣ ଚନ୍ଦ୍ର ପତି (୧୯୧୭ - ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ନାରାୟଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଯାଜପୁର ପଶ୍ଚିମ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ[୧] ଏବଂ ୧୯୬୧ ମସିହାରେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନାରାୟଣ ଚନ୍ଦ୍ର ପତି ୧୯୧୭ ମସିହାର ଫେବୃଆରୀ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିଦ୍ୟାଧର ପତି ଏବଂ ପତ୍ନୀଙ୍କ ନାମ ସୁଷମା ପତି ।[୧] ନାରାୟଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନାରାୟଣ ଚନ୍ଦ୍ର ପତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ନାରାୟଣ ୧୯୮୧ ମସିହାରେ ମୃତ୍ୟୁବରଣ କରିଥିଲେ । ୨୫ ସେପ୍ଟେମ୍ବର ୧୯୮୧ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।[୧] ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।