ବାଇଧର ସିଂହ
ଦେଖଣା
ବାଇଧର ସିଂହ | |
|---|---|
ବାଇଧର ସିଂହ | |
| ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୬୭ | |
| ପୂର୍ବ ଅଧିକାରୀ | ନାରାୟଣ ଚନ୍ଦ୍ର ପତି |
| ପର ଅଧିକାରୀ | ଆନନ୍ଦ ମଞ୍ଜରୀ ଦେବୀ |
| ନିର୍ବାଚନ ମଣ୍ଡଳୀ | ସୁକିନ୍ଦା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ମଇ ୧୦, ୧୯୨୬ |
| ମୃତ୍ୟୁ | ୨୫ ଡିସେମ୍ବର ୨୦୦୯ (ବୟସ ୮୩) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ରଙ୍ଗଲତା ସିଂହ |
| ବାପା/ବୋଉ | ଅନନ୍ତ ଚରଣ ବଳିଆର ସିଂହ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବାଇଧର ସିଂହ (୧୦ ମଇ ୧୯୨୬ - ୨୫ ଡିସେମ୍ବର ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ବାଇଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବାଇଧର ସିଂହ ୧୯୨୬ ମସିହାର ମଇ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଅନନ୍ତ ଚରଣ ବଳିଆର ସିଂହ ଏବଂ ପତ୍ନୀଙ୍କ ନାମ ରଙ୍ଗଲତା ସିଂହ ।[୧] ବାଇଧରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବାଇଧର ସିଂହ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବାଇଧର ୨୦୦୯ ମସିହାର ଡିସେମ୍ବର ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।