ନମ୍ରତା ଥାପା
ନମ୍ରତା ଥାପା | |
---|---|
ଜନ୍ମ | ନମ୍ରତା ଥାପା ୯ ଅଗଷ୍ଟ ୧୯୮୬ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୪–ଏବେଯାଏଁ |
ନମ୍ରତା ଥାପା (ଜନ୍ମ: ୯ ଅଗଷ୍ଟ ୧୯୮୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ସ୍ତ୍ରୀ ତେରି କାହାନୀ, ଝିଲ୍ମିଲ୍ ସୀତାରୋ କା ଆଙ୍ଗନ୍ ହୋଗା ଏବଂ ୟାହାଁ ମେଁ ଘର ଘର ଖେଲି ଆଦିରେ ନମ୍ରତା ଅଭିନୟ କରିଥିଲେ । ନମ୍ରତା ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ଆଇ ଲଭ୍ ୟୁରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧][୨] ଏହା ପରେ ସେ ତୋ' ପାଇଁ, ପ୍ରେମ ଋତୁ ଆସିଲାରେ, ରସିକ ନାଗର, ମୁଁ ତତେ ଲଭ୍ କରୁଛି ଭଳି କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।[୩] ନମ୍ରତା ଓଡ଼ିଆ କଥାଚିତ୍ର ସହ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ହିନ୍ଦୀ କଥାଚିତ୍ର ନକ୍ ଆଉଟ୍ ଏବଂ ପ୍ରେମ ରତନ ଧନ୍ ପାୟୋରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନମ୍ରତା ୯ ଅଗଷ୍ଟ ୧୯୮୬ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ମୁମ୍ବାଇରେ ବାସ କରୁଛନ୍ତି ।[୪]
ଅଭିନୟ ଜୀବନ
[ସମ୍ପାଦନା]ନମ୍ରତା ଷ୍ଟାର ପ୍ଲସ୍ରେ ଧାରାବାହିକ ମଧ୍ୟମରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ନମ୍ରତା ୧୬ ବର୍ଷ ବୟସରେ ଦିଲ୍ଲୀରେ ପଢ଼ୁଥିବାବେଳେ ମଡେଲିଂ ଆରମ୍ଭ କରିଥିଲେ । ୧୮ବର୍ଷ ବୟସରେ ସେ ଅଭିନୟ ପାଇଁ ମୁମ୍ବାଇ ଆସିଥିଲେ । [୫] ମୁମ୍ବାଇକୁ ଆସିବା ପରେ ନମ୍ରତାଙ୍କର ପ୍ରଥମ ଧାରାବାହିକ ଥିଲା ବୈଦେହି- ଏକ ଅଉର ଅଗ୍ନୀ ପରୀକ୍ଷା । ଏହା ପରେ ସ୍ତ୍ରୀ ତେରି କାହାନୀ, ନାଗିନ୍, କୁଛ୍ ଅପନ୍ କୁଛ୍ ପରାୟେ, କହିଁ ତୋ ହୋଗା, ସି.ଆଇ.ଡି. ଭଳି କିଛି ଧାରାବାହିକରେ ଅଭିନୟ କରିଥିଲେ ।[୬]
ନମ୍ରତା ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତୋ ପାଇଁ ଜରିଆରେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କଥାଚିତ୍ର ଆଇ ଲଭ୍ ୟୁ, ପ୍ରେମ ଋତୁ ଆସିଲାରେ, ରସିକ ନାଗର, ମୁଁ ତତେ ଲଭ୍ କରୁଛି, ମିତରେ ମିତ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିମନ୍ୟୁ ଚଳଚ୍ଚିତ୍ରରେ ସେ ଆଇଟମ୍ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । ନମ୍ରତା ଓଡ଼ିଆ କଥାଚିତ୍ର ସହ ବଙ୍ଗାଳା ଏବଂ ଭୋଜପୁରୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ହିନ୍ଦୀ କଥାଚିତ୍ର ନକ୍ ଆଉଟ୍ ଏବଂ ପ୍ରେମ ରତନ ଧନ୍ ପାୟୋରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭାଷା |
---|---|---|
୨୦୦୫ | ତୋ ପାଇଁ | ଓଡ଼ିଆ |
ଆଇ ଲଭ୍ ୟୁ | ଓଡ଼ିଆ | |
ଦୁଲ୍ହା ମିଲାଲ୍ ଦିଲ୍ଦାର୍ | ||
ପ୍ରିୟା ମୋ ପ୍ରିୟା | ||
୨୦୦୬ | ପ୍ରେମ ଋତୁ ଆସିଲାରେ | ଓଡ଼ିଆ |
ଆଇ ଲଭ୍ ମାଇଁ ଇଣ୍ଡିଆ | ଓଡ଼ିଆ | |
୨୦୦୭ | ମୁଁ ତୋତେ ଲଭ୍ କରୁଛି | ଓଡ଼ିଆ |
ରସିକ ନାଗର | ଓଡ଼ିଆ | |
୨୦୦୮ | ଗୋଲ୍ମାଲ୍ | ବଙ୍ଗଳା |
ଘର ଜମାଇ | ବଙ୍ଗଳା | |
୨୦୦୯ | ମିତରେ ମିତ | ଓଡ଼ିଆ |
ଅଭିମନ୍ୟୁ | ଓଡ଼ିଆ | |
୨୦୧୦ | ନକ୍ ଆଉଟ୍ | ହିନ୍ଦୀ |
୨୦୧୧ | ୧୪୩ ଆଇ ଲଭ ୟୁ | ଓଡ଼ିଆ |
୨୦୧୪ | ସିନ୍ଦୂର | |
ଗଞ୍ଜା ଲଢ଼େଇ | ଓଡ଼ିଆ | |
୨୦୧୫ | ପ୍ରେମ୍ ରତନ୍ ଧନ୍ ପାୟୋ | ହିନ୍ଦୀ |
ଆଧାର
[ସମ୍ପାଦନା]- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "Namrata's big screen switch". The Telegraphic.com. 2012-10-04. Retrieved 27 March 2017.
- ↑ "I can live without food but I can't live without acting: Namrata Thapa". Santa Banta. 2009-12-08. Retrieved 2017-03-27.
- ↑ "Oriya and Bengali film actress Namrata Thapa". Odia Cinema Actors Actresses. Retrieved 27 March 2017.
- ↑ "I love Odia films most: Namrata Thapa". Times Of India. 2012-08-24. Retrieved 27 March 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନମ୍ରତା ଥାପା