ନାକା କାନାୟା
ଦେଖଣା
(Naka Kanayaରୁ ଲେଉଟି ଆସିଛି)
ନାକା କାନାୟା | |
|---|---|
| ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୦ – ୨ ଅପ୍ରେଲ ୧୯୯୨ | |
| ପୂର୍ବ ଅଧିକାରୀ | ନଦିଆବସୀ ବିଶ୍ୱାସ |
| ପର ଅଧିକାରୀ | ଅରବିନ୍ଦ ଢାଲି |
| ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
| ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୪ – ୧୯୮୦ | |
| ପୂର୍ବ ଅଧିକାରୀ | ଗଙ୍ଗାଧର ମାଢ଼ୀ |
| ପର ଅଧିକାରୀ | ନାକା ଲକ୍ଷ୍ମୟା |
| ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୫ ଅପ୍ରେଲ ୧୯୫୦ |
| ମୃତ୍ୟୁ | ୨ ଅପ୍ରେଲ ୧୯୯୨ (ବୟସ ୪୧) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ, ଜନତା ପାର୍ଟି |
| ଜୀବନ ସାଥୀ | ବିନ୍ଧା ମାମା |
| ସନ୍ତାନ | ୭ |
| ବାପା/ବୋଉ | ନାକା ରମାୟା (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ନାକା କାନାୟା (୫ ଅପ୍ରେଲ ୧୯୫୦ - ୨ ଅପ୍ରେଲ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନାକା କାନାୟା ୧୯୫୦ ମସିହାରେ ଅପ୍ରେଲ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାକା ରମାୟା ଓ ପତ୍ନୀଙ୍କ ନାମ ବିନ୍ଧା ମାମା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନାକା କାନାୟା ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସରେ ଏବଂ ପରେ ଜନତା ପାର୍ଟି ଓ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ମାଲକାନଗିରି | ଉତ୍କଳ କଂଗ୍ରେସ |
| ୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ମାଲକାନଗିରି | ଜନତା ପାର୍ଟି |
| ୧୯୯୦ | ୨ ଅପ୍ରେଲ ୧୯୯୨ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ମାଲକାନଗିରି | ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]ନାକା କାନାୟା ୧୯୯୨ ମସିହାର ଅପ୍ରେଲ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Naka Kanaya". odishaassembly.nic.in. Odisha Assembly. Retrieved 23 April 2022.