ନାକା କାନାୟା

ଉଇକିପିଡ଼ିଆ‌ରୁ
ନାକା କାନାୟା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨ ଅପ୍ରେଲ ୧୯୯୨
ପୂର୍ବ ଅଧିକାରୀନଦିଆବସୀ ବିଶ୍ୱାସ
ପର ଅଧିକାରୀଅରବିନ୍ଦ ଢାଲି
ନିର୍ବାଚନ ମଣ୍ଡଳୀମାଲକାନଗିରି
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଗଙ୍ଗାଧର ମାଢ଼ୀ
ପର ଅଧିକାରୀନାକା ଲକ୍ଷ୍ମୟା
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-04-05)୫ ଅପ୍ରେଲ ୧୯୫୦
ମୃତ୍ୟୁ୨ ଅପ୍ରେଲ ୧୯୯୨(1992-04-02) (ବୟସ ୪୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଜନତା ପାର୍ଟି
ଜୀବନ ସାଥୀବିନ୍ଧା ମାମା
ସନ୍ତାନ
ବାପା/ବୋଉନାକା ରମାୟା (ବାପା)
ବୃତ୍ତିରାଜନୀତିଜ୍ଞ

ନାକା କାନାୟା (୫ ଅପ୍ରେଲ ୧୯୫୦ - ୨ ଅପ୍ରେଲ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନାକା କାନାୟା ୧୯୫୦ ମସିହାରେ ଅପ୍ରେଲ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାକା ରମାୟା ଓ ପତ୍ନୀଙ୍କ ନାମ ବିନ୍ଧା ମାମା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନାକା କାନାୟା ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସରେ ଏବଂ ପରେ ଜନତା ପାର୍ଟି ଓ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ମାଲକାନଗିରି ଉତ୍କଳ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ମାଲକାନଗିରି ଜନତା ପାର୍ଟି
୧୯୯୦ ୨ ଅପ୍ରେଲ ୧୯୯୨ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ମାଲକାନଗିରି ଜନତା ଦଳ

ମୃତ୍ୟୁ[ସମ୍ପାଦନା]

ନାକା କାନାୟା ୧୯୯୨ ମସିହାର ଅପ୍ରେଲ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Naka Kanaya". odishaassembly.nic.in. Odisha Assembly. Retrieved 23 April 2022.