Jump to content

ଅରବିନ୍ଦ ଢାଲି

ଉଇକିପିଡ଼ିଆ‌ରୁ
ନବ କିଶୋର ମଲ୍ଲିକ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଶଶି ଭୂଷଣ ବେହେରା
ପର ଅଧିକାରୀନବ କିଶୋର ମଲ୍ଲିକ
ନିର୍ବାଚନ ମଣ୍ଡଳୀଜୟଦେବ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀଶଶି ଭୂଷଣ ବେହେରା
ନିର୍ବାଚନ ମଣ୍ଡଳୀଜୟଦେବ
ବିଧାୟକ: ୧୦ମ (ଉପ), ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୨ – ୨୦୦୦
ପୂର୍ବ ଅଧିକାରୀନାକା କାନାୟା
ପର ଅଧିକାରୀନିମାଇ ଚନ୍ଦ୍ର ସର୍କାର
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-06-10) ୧୦ ଜୁନ ୧୯୫୯ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ଅରବିନ୍ଦ ଢାଲି ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ବିଧାନ ସଭାର ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୨ ମସିହାରେ ମଲାକାନାଗିରି ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ୧୯୯୫ ଓ ୨୦୦୦ ମସିହାରେ ଏଠାରୁ ଦୁଇଥର ନିର୍ବାଚିତ ହୋଇଥିଲେ ।[୧] ୨୦୦୯ ଓ ୨୦୧୯ ମସିହାରେ, ସେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୨୦୦୦ ମସିହାରୁ ୨୦୦୪ ଯାଏଁ, ବିଜେପି-ବିଜେଡି ମିଳିତ ସରକାରରେ, ନବୀନ ପଟ୍ଟନାୟକଙ୍କ ୧ମ ମନ୍ତ୍ରୀମଣ୍ଡଳରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଅରବିନ୍ଦ ୧୯୫୯ ମସିହାର ଜୁନ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନୀଲ କୃଷ୍ଣ ଢାଲି ଓ ପତ୍ନୀଙ୍କ ନାମ ମଞ୍ଜୁ ଢାଲି ।[୩]

ରାଜନୈତିକ ଜୀବନ

[ସମ୍ପାଦନା]

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୩୦ ଅପ୍ରେଲ ୨୦୦୬ରେ ସେ ବିଜେପି ଛାଡି ଭାରତୀୟ ଜନଶକ୍ତି ପାର୍ଟିରେ ଯୋଗ ଦେଇଥିଲେ ଏବଂ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ, ସେ ବିଜେପିରେ ଯୋଗ ଦେଇଥିଲେ ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଜୟଦେବ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୫,୩୧୭ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ନବ କିଶୋର ମଲ୍ଲିକଙ୍କ ଠାରୁ ୨୧,୪୭୩ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୮ ଜୁନ ୧୯୯୨ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ମାଲକାନାଗିରି ଭାରତୀୟ ଜନତା ପାର୍ଟି
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଜୟଦେବ ବିଜୁ ଜନତା ଦଳ
୨୦୧୯ ୨୦୨୪ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା
  1. "List of candidates for Malkangiri Constituency 2014". Retrieved 23 June 2017.
  2. "List of candidates for Jayadev Constituency 2014". Retrieved 23 June 2017.
  3. "Shri Radhamohan Mishra". odishaassembly.nic.in. Odisha Assembly. Retrieved 3 July 2024.
  4. "General Election to Assembly Constituencies 2024: Jayadev (Odisha)". Election Commission of India. Retrieved 3 July 2024.