Jump to content

ମୃଣାଳ ଚାଟାର୍ଜୀ

ଉଇକିପିଡ଼ିଆ‌ରୁ
(Mrinal Chatterjeeରୁ ଲେଉଟି ଆସିଛି)
ମୃଣାଳ ଚାଟାର୍ଜୀ
ଜନ୍ମ (1961-01-29) ୨୯ ଜାନୁଆରୀ ୧୯୬୧ (ବୟସ ୬୩)
ଶିକ୍ଷାଏମ. ଏ., ଏମ. ଏମ. ସି., ପିଏଚଡି,
ଶିକ୍ଷାନୁଷ୍ଠାନବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ
ଗୁରୁ ଜମ୍ଭେଶ୍ୱର ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସାମ୍ବାଦିକ, ସ୍ତମ୍ଭକାର

ଡ. ମୃଣାଳ ଚାଟାର୍ଜୀ (ଜନ୍ମ: ୧୯୬୧ ମସିହା ଜାନୁଆରୀ ୨୯ ତାରିଖ) ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ଶିକ୍ଷାବିତ । ସେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର ମୁଖ୍ୟ ଓ ପ୍ରଫେସର ଭାବେ କାର୍ଯ୍ୟରତ । ତାଙ୍କର ଅନେକ ବହି ସାମ୍ବାଦିକତା ସମ୍ବନ୍ଧୀୟ, ବ୍ୟଙ୍ଗାତ୍ମକ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ ସଂକଳନ ଆଦି ପ୍ରଶଂସିତ ହୋଇଛି । ସେ ମଧ୍ୟ ଅଗ୍ରଣୀ ସମ୍ବାଦପତ୍ର ମାନଙ୍କରେ ନିୟମିତ ସ୍ଥମ୍ଭକାର । ସମାଜ ସାପ୍ତାହିକୀରେ ତାଙ୍କର ନିୟମିତ ସ୍ତମ୍ଭ ଭାବେ 'ଜଗତେ ଥିବା ଯେତେ ଦିନ' ପ୍ରକାଶିତ ହେଉଛି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୧୯୬୧ ମସିହା ଜାନୁଆରୀ ୨୯ ତାରିଖ ଦିନ[] ରବିବାର ଦିନ ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ କଟ୍ୱାଠରେ ଜନ୍ମଗ୍ରହଣ କରିଥିଲେ ।

ପେଶାଦାର ଜୀବନ

[ସମ୍ପାଦନା]

ମୃଣାଳ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ପାସ୍‌ କରିବା ପରେ କିଛି ଦିନ ପାଇଁ ଅଧ୍ୟାପନା କରିଥିଲେ। ପରେ ସେ ଆସିଥିଲେ ସାମ୍ବାଦିକତା ଜଗତକୁ। ୧୯୮୪ ମସିହାରେ ଆରମ୍ଭ ହୋଇଥିଲା- ସମ୍ବାଦ ଖବରକାଗଜ। ପ୍ରଥମ ପୀଢି ସାମ୍ବାଦିକ ଭାବେ ମୃଣାଳ ସେଥିରେ ଯୋଗ ଦେଇଥିଲେ। ଖବରକାଗଜ ସଂସାରରେ ଆସିଥିବା ବିପ୍ଳବର ସୂତ୍ରଧର ସାଜିଥିଲେ। ପରେ ସେ ମୟୁରଭଂଜ ଜିଲ୍ଲରେ ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘ ଦିନ କାମ କରିଥିଲେ। ତା'ପରେ ବାଲେଶ୍ୱର ସମ୍ବାଦର ଏଡ଼ିସନ୍-ଇନ୍-ଚାର୍ଜ ଭାବେ ଯୋଗ ଦେଇଥିଲେ ୧୯୯୬ ମସିହା ଡିସେମ୍ବର ମାସରେ। ୧୯୯୯ ମସିହାରେ ସେ ପ୍ରାଧ୍ୟାପକ ଭାବେ ଭାରତୀୟ ଜନସଞ୍ଚାର ସଂସ୍ଥାନରେ ପୁଣି ଥରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ଏଥର ବିଷୟ ଥିଲା- ସାମ୍ବାଦିକତା ଓ ଗଣ ଯୋଗାଯୋଗ। ୮ ବର୍ଷ ପରେ ସେ ସେହି ସଂସ୍ଥାନର ପ୍ରଫେସର ତଥା ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ମୁଖ୍ୟ ଅଛନ୍ତି। ଦେଶର ଅନ୍ୟତମ ବିଶିଷ୍ଟ ସାମ୍ବାଦିକତା ଶିକ୍ଷକ ଭାବେ ସେ ପ୍ରସିଦ୍ଧ।

ସ୍ତମ୍ଭ

[ସମ୍ପାଦନା]

ମୃଣାଳ ଓଡ଼ିଆ ଖବରକାଗଜ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଅନେକ ସ୍ତମ୍ଭ ଲେଖିଛନ୍ତି। 'ସମ୍ବାଦ'ରେ ସେ ଲେଖୁଥିବା ପ୍ରଥମ ସ୍ତମ୍ଭ ଥିଲା-ରୋଜାନାମଂଚ। ପରେ ଆଖି ସାମ୍ନାର ଘଟଣାକୁ ନେଇ ଲେଖିଲେ-ପଥେ ପ୍ରାନ୍ତରେ। 'ସମାଜ ସାପ୍ତାହିକୀ'ରେ ତାଙ୍କ ସ୍ତମ୍ଭ- ଜଗତେ ଥିବ ଯେତେଦିନ ନିରବଚ୍ଛିନ୍ନ ଭାବେ ୮ ବର୍ଷରୁ ଅଧିକ ସମୟ ଧରି ପ୍ରକାଶିତ ହୋଇଆସୁଛି। ପଏଣ୍ଟ ବାଇ ପଏଣ୍ଟ ନାମରେ ଏକ ସ୍ତମ୍ଭ ଲେଖନ୍ତି। ଇଂରାଜୀ ଓ୍ବେବସାଇଟ୍‌ [୧] ନିମନ୍ତେ ସେ - ଓ୍ବିଣ୍ଡୋ ସିଟ୍‌ ନାମକ ସ୍ତମ୍ଭ ଲେଖୁଛନ୍ତି। ୨୦୧୭ରେ ଦୀଘ' ବ୍ୟବଧାନ ପରେ ସେ ଦୈନିକ 'ସମୟ'ର ରବିବାର ପୃଷ୍ଠା ପାଇଁ ପୁଣି ଥରେ- ପଥେ ପ୍ରାନ୍ତରେ ଲେଖିବା ଆରମ୍ଭ କରିଛନ୍ତି।

ରଚନାବଳୀ

[ସମ୍ପାଦନା]
  • ସେକ୍ରେଟାରିୟେଟ୍‌ରେ ବାଘ (ରାଜନୈତିକ ବ୍ୟଙ୍ଗ, ୧୯୯୫)
  • ଭରତପୁରରେ ବାଘ (ସାମାଜିକ ବ୍ୟଙ୍ଗ, ୧୯୯୫)
  • ଶକ୍ତି (ଉପନ୍ୟାସ, ୨୦୦୦)
  • କଣ୍ଢେଇ (୨୦୧୩)[]
  • ନିଆଁ (୧୯୯୭)
  • ଓଡ଼ିଶା ଓ ଅନ୍ୟାନ୍ୟ ଗଳ୍ପ (କ୍ଷୁଦ୍ରଗଳ୍ପ ସଙ୍କଳନ,୧୯୯୧)
  • ବୃତ୍ତ ଓ ଅନ୍ୟାନ୍ୟ ଗଳ୍ପ (କ୍ଷୁଦ୍ରଗଳ୍ପ ସଙ୍କଳନ,୨୦୦୦)
  • ରଙ୍ଗଢଙ୍ଗ (୨୦୦୨)
  • ଭଲ ଅଛ ନବଘନ? (୨୦୦୩)
  • ନବଘନ ଭଲ ଅଛି (୨୦୦୫)
  • ବିଧୁମୁଖୀ (୨୦୦୫)
  • ଶନି ମନ୍ଦିର ସାମ୍ନାରେ ସାତ ଭିକାରୀ (ଉପନ୍ୟାସ, ୨୦୦୮)
  • ଶରଣାଗତ (ସମରେନ୍ଦ୍ର ମଜୁମଦାରଙ୍କ ମୂଳ ବଙ୍ଗଳା ଉପନ୍ୟାସର ଅନୁବାଦ,୧୯୯୫ )
  • ନାଗରାଜର ଦୁନିଆ (ଆର. କେ. ନାରାୟଣଙ୍କ ମୂଳ ଇଂରାଜୀ ଉପନ୍ୟାସର ଅନୁବାଦ, ୧୯୯୮)
  • ସମକାଳୀନ ଗୁଜରାଟୀ କହାନୀୟା (ଅନୁବାଦ, ୨୦୦୫)
  • ଆମର ଗଛପତ୍ର ଦେହରେ ଏବେବି ବଢୁଛି (ରସ୍କିନ ବଣ୍ଡଙ୍କ ମୂଳ ଇଂରାଜୀ କାହାଣୀର ଅନୁବାଦ, ୨୦୦୫)
  • ମହାଶ୍ୱେତା ଦେବୀଙ୍କ ଶ୍ରେଷ୍ଠ ଗଳ୍ପ (ମୂଳ ବଙ୍ଗଳା କ୍ଷୁଦ୍ରଗଳ୍ପର ଅନୁବାଦ, ୨୦୦୬)
  • ଓଡ଼ିଶାରେ ସାମ୍ବାଦିକତାର ଇତିହାସ (୨୦୧୫)[]
  • ଜଗତେ ଥିବା ଯେତେ ଦିନ (୨୦୧୪) []
  • ଗଣମାଧ୍ୟମ ଓ ସାମ୍ବାଦିକତା
  • ପରିବେଶ ଓ ଜନସଚେତନତା
  • Ekti Meye Lata. Original Bengali Children's Fiction. National Book Trust. 1997.
  • ଯମରାଜ ଛୁଟିରେ (ବେତାର ନାଟକ, ୨୦୦୮)
  • ଘାତକ (ବେତାର ନାଟକ, ୧୯୯୨)
  • ରବିବାରରେ ଦିନେ (ବେତାର ନାଟକ, ୧୯୯୨)
  • ନବଘନର ସଂସାର (ବେତାର ନାଟକ, ୨୦୦୧)
  • କେମିତି ଚାଲିଛି (ବେତାର ନାଟକ, ୨୦୦୪)
  • ଏ ଦୁନିଆ କଲା କିମିଆ (ବେତାର ନାଟକ, ୨୦୦୬)
  • ମେଡ଼ ଇନ ଓଡ଼ିଶା (ଇଟିଭି ଧାରାବାହିକ, ୨୦୦୨)
  • କହିଲେ କହିବ କହୁଛି (ଇଟିଭି ଧାରାବାହିକ, ୨୦୦୪)

ସମ୍ମାନ

[ସମ୍ପାଦନା]
  • ଲିଭିଂ ଲିଜେଣ୍ଡ ସମ୍ମାନ, ଓଡ଼ିଶା ଡାଏରୀ, ନଭେମ୍ବର୨୦୧୩
  • ସହକାର ଗଳ୍ପ ସମ୍ମାନ, ଜାନୁଆରୀ୨୦୦୮
  • ଡ. ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, କଟକ, ଜୁଲାଇ୨୦୦୭
  • ମୟୁରଭଞ୍ଜ ସମ୍ମାନ, ବାରିପଦା, ଡିସେମ୍ବର୨୦୦୬
  1. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 225–. ISBN 978-81-260-0873-5.
  2. "Mrunal Chatterjee's fourth novel 'Kandhei' released at Rajdhani Book Fair". OrissaDiary. Retrieved 10 February 2015.[permanent dead link]
  3. "Dr Mrinal Chatterjee's 'Odisha Re Sambadikata Ra Itihaas' book released". ସମୟ. ୨୮ ଜାନୁଆରୀ ୨୦୧୫. Retrieved 10 February 2015. {{cite news}}: Check date values in: |date= (help)
  4. "Glossary of terms". Orissabarta. Archived from the original on 4 March 2016. Retrieved 10 February 2015.