ଆର. କେ. ନାରାୟଣ
ଆର.କେ.ନାରାୟଣ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚେନ୍ନାଇ | ୧୦ ଅକ୍ଟୋବର ୧୯୦୬
ମୃତ୍ୟୁ | ୧୩ ମଇ ୨୦୦୧ ଚେନ୍ନାଇ | (ବୟସ ୯୪)
ବୃତ୍ତି | ଲେଖକ |
ଜାତୀୟତା | ଭାରତୀୟ |
ଆର.କେ.ନାରାୟଣ(ଖ୍ରୀ ୧୯୦୬-୨୦୦୧) ୧୯୦୬ ମସିହାରେ ଅକ୍ଟୋବର ୧୦ ତାରିଖରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ପ୍ରଥମ ଦକ୍ଷିଣ ଭାରତୀୟ ଯିଏ କି ପ୍ରଥମେ ଇଂରାଜୀରେ ବହି ଲେଖା ଆରମ୍ଭ କରିଥିଲେ । ସେ ଏକ ଧାରାରେ ଔପନ୍ୟାସିକ, ଗାଳ୍ପିକ ଓ ରଚନା ଲେଖକ ଥିଲେ । ତାଙ୍କର ପ୍ରଥମ ୪ଟି ବହି ଗାଁର ପରିବେଶ, ସାମାଜିକ ପରମ୍ପରା, ସାଧାରଣ ଜନସାଧାରଣଙ୍କର ଜୀବନଯାପନ ପ୍ରଣାଳୀ, ଗରୀବ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଆଦି ସମ୍ବନ୍ଧୀୟ ଲେଖୁଥିଲେ । ସେ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ମଧ୍ୟ ଚେଷ୍ଟିତ ଥିଲେ । ସେ ତାଙ୍କ ଲେଖା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ ।
ଜୀବନ
[ସମ୍ପାଦନା]ଶୈଶବ ଜୀବନ
[ସମ୍ପାଦନା]ନାରାୟଣଙ୍କ ପିତା ଜଣେ ପ୍ରଧାନ ଶିକ୍ଷକ ଥିଲେ । ସେ ତାଙ୍କ ବାପାଙ୍କ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଯେହେତୁ ବାପାଙ୍କର ପ୍ରାୟ ବଦଳି ହେଉଥିଲା ତେଣୁ ସେ ଆଈଙ୍କ ପାଖରେ ରହି ପାଠ ପଢ଼ୁଥିଲେ । ତାଙ୍କ ଆଈଙ୍କ ନାମ ଥିଲା ପାର୍ବତୀ । ଆଈ ତାଙ୍କୁ କୁଞ୍ଜପା ଡାକୁଥିଲେ ।[୨] ମୟୁର ଏବଂ ମାଙ୍କଡ ଏହି ଦୁଇଟି ତାଙ୍କର ଖେଳ ସାଙ୍ଗ ଥିଲେ । [୩][୪][୫] ମାଡ୍ରାସର ମିଶନ ସ୍କୁଲ, ସି.ଆର.ସି. ହାଇସ୍କୁଲ ଓ ଖ୍ରୀଷ୍ଟିୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିଥିଲେ । ସେ ବାର ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମ ପଦଯାତ୍ରାରେ ଭାଗନେଇଥିଲେ । ତାଙ୍କ ବାପାଙ୍କର ଯେତେବେଳେ ମହୀଶୁର ମହାବିଦ୍ୟାଳୟକୁ ବଦଳି ହେଲା, ସେ ସେତେବେଳେ ପରିବାର ସହିତ ମହୀଶୁରରେ ରହିଲେ । ତାଙ୍କ ବିଦ୍ୟାଳୟରୁ ଏବଂ ବାପାଙ୍କଠାରୁ ବହି ଆଣି ଏକାଗ୍ରତା ସହ ପଢ଼ୁଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଲେଖିବାରେ ସାହାଯ୍ୟ ହୋଇଥିଲା । ସେ ଉଚ୍ଚ ବିଦ୍ୟାଳୟରୁ ପାସ କଲା ପରେ ବିଶ୍ୱ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ । ସେଥିପାଇଁ ସେ ଗୋଟିଏ ବର୍ଷ ଘରେ ରହି ପାଠପଢ଼ା ସହ ଲେଖା ଆରମ୍ଭ କରିଥିଲେ । ତା ପରବର୍ଷ ଅର୍ଥାତ୍ ୧୯୨୬ ମସିହାରେ ସେ ମହୀଶୂର ମହାରାଜା ମହାବିଦ୍ୟାଳୟରେ ନାମ ଲେଖିଥିଲେ । ୪ ବର୍ଷ ପରେ ସେ ବି.ଏ ଏବଂ ପରେ ଏମ.ଏ. ପାସ କରିଥିଲେ । ତାପରେ ସେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ।[୬][୭]
କର୍ମମୟ ଜୀବନ : (ଲେଖକ ଜୀବନ)
[ସମ୍ପାଦନା]ନାରାୟଣ ଶିକ୍ଷକତାରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ତାଙ୍କୁ ପ୍ରଧାନ ଶିକ୍ଷକ ନକରି ଏକ ଶାରିରୀକ ଶିକ୍ଷକ କରିବାରୁ ସେ ଶିକ୍ଷକତା ଛାଡିଥିଲେ ଏବଂ ଅନୁଭବ କରିଥିଲେ ଯେ ସେ ଲେଖିବା ଜୀବନ ଆରମ୍ଭ କରିବେ । ତାଙ୍କର ପ୍ରଥମ ଲେଖା ଥିଲା “ Development of Maritime Law’s of 17th century of England”।[୮] ତାପରେ ସେ ଖବର କାଗଜ ଓ ପତ୍ରିକା ପାଇଁ ସ୍ଥାନୀୟ ଗଳ୍ପ ଲେଖିଥିଲେ । ସେଥିରେ ସେ ଭଲ ସଫଳତା ନପାଇବାରୁ ନିଜ ପରିବାର ସହଯୋଗରେ ସ୍ୱାଧୀନଭାବେ ନିଜ ଅନୁଭୂତିରେ ଲେଖିବା ଆରମ୍ଭ କଲେ ୧୯୩୦ ମସିହାରେ । ତାଙ୍କର ପ୍ରଥମ ଉପନ୍ୟାସ Swami and Friends ଯାହାକି ଛପା ଯାଇ ପାରି ନଥିଲା ।[୯] ସେ ୧୯୩୩ ମସିହାରେ ତାଙ୍କ ଭଉଣୀ ଘରକୁ କୋଠମାଟୁର ଯାଇଥିଲେ । ସେଠାରେ ସେ ରାଜମ ନାମକ ଏକ ୧୫ ବର୍ଷୀୟ ବାଳିକାଙ୍କୁ ଭଲ ପାଇ ବସିଲେ । ବହୁ ବାଧାବିଘ୍ନ ସତ୍ତ୍ୱେ ସେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ସାମ୍ବାଦିକତା ଆରମ୍ଭ କରିଥିଲେ The Justice ନାମକ ମାଡ୍ରାସ ପତ୍ରିକାରେ । ସେ ବ୍ରାହ୍ମଣ ବ୍ୟତୀତ ଅନଜାତିର ଲୋକମାନଙ୍କ ଉନ୍ନତି ପାଇଁ ଚେଷ୍ଟା ଚଳାଇଥିଲେ । ୧୯୩୯ ମସିହାରେ ତାଙ୍କ ପତ୍ନୀଙ୍କୁ ଆନ୍ତ୍ରିକ ଜ୍ୱର ହେବାରୁ ସେ ସେଥିରେ ମୃତ୍ୟୁ ବରଣ କରିଥିଲେ । ସେତେବେଳକୁ ତାଙ୍କ ଝିଅ ହେମାକୁ ୩ ବର୍ଷ ହୋଇଥିଲା । ସେତେବେଳକୁ ସେ ତିନୋଟି ବହି ଲେଖି ସାରିଥିଲେ । ଲେଖାରେ କ୍ଲାନ୍ତ ହୋଇ ସେ ତାଙ୍କ ଦାଦାଙ୍କ ସହଯୋଗରେ ଜଣେ କାର ସେଲ୍ସମାନ ଭାବେ ୧୯୪୦ ମସିହାରେ କାର୍ଯ୍ୟକଲେ । ସେଥିରେ ସେ ବେଶିଦିନ ରହିପାରିଲେ ନାହିଁ । ୧୯୪୨ ମସିହାରେ ସେ କିଛି କ୍ଷୁଦ୍ର ଗଳ୍ପକୁ ନେଇ ‘Malgudi Days’ ନାମକ ବହି ଲେଖିଲେ । ତାପରେ ନିଜର ଛାପାଖାନା ‘Indian Thought Publications’ ନାମରେ ଖୋଲିଲେ ଯାହାକି ଏବେ ମଧ୍ୟ ଅଛି ଏବଂ ତାଙ୍କ ନାତୁଣୀ ପରିଚାଳନା କରୁଛନ୍ତି ।[୬] ୧୯୪୮ ମସିହାରେ ତାଙ୍କ ବହି ବିକ୍ରି ଆରମ୍ଭ ହେଲା । ସେ ମହୀଶୁର ନିକଟବର୍ତ୍ତୀ ଏକ ଜାଗାରେ ନିଜର ଘର ତିଆରି ଆରମ୍ଭ କଲେ ଯାହା ୧୯୫୩ ମସିହାରେ ଶେଷ ହୋଇଥିଲା । ୧୯୫୩ ଏବଂ ୧୯୫୬ ମସିହାରେ ସେ United States ଯାଇଥିଲେ ।
ତାଙ୍କର ପ୍ରଥମ ଉପନ୍ୟାସ Swami & Friends ଛପା ଯାଇପାରି ନଥିଲା । Oxfordର ଜଣେ ସାଙ୍ଗ ତାଙ୍କର ଏହି ବହିକୁ Graham Greeneଙ୍କୁ ଦେଲେ । ସେ ତାହା ଛାପି ଥିଲେ ୧୯୩୫ ମସିହାରେ । ତାପରେ 'The Bachelor of Arts’ ୧୯୩୭ ମସିହାରେ ଛାପିଥିଲେ ।[୧୦] ତୃତୀୟ ବହି ୧୯୩୮ ମସିହାରେ ଛପାଗଲା 'The Dark Room' ।[୧୧] ଏହି ତିନୋଟି ବହି ସେ ନିଜର ଅନୁଭୂତି, ସ୍ଥାନୀୟ ଜୀବନଯାପନ ଶୈଳି ଓ ପରମ୍ପରା ସାମାଜିକ ପରିସ୍ଥିତିର ଉନ୍ନତି ବିଷୟରେ ଲେଖିଥିଲେ । ସେ ୧୯୬୦ ମସିହାରେ ପ୍ରଥମ ଥର ପାଇଁରେ ଛୋଟ ଛୋଟ ବିବାଦୀୟ ରଚନାକୁ ନେଇ ‘Next Sunday’ ଲେଖିଲେ । My Dateless Diary ମଧ୍ୟ ଲେଖିଥିଲେ ନିଜ ଅଭିଜ୍ଞତାରୁ । ପରେ ପରେ ସେ ଗୋଟିଏ ପରେ ଗୋଟିଏ ବହି ଲେଖି ଚାଲିଲେ । ଧର୍ମ, ଦେବଦେବୀ ସମ୍ବନ୍ଧୀୟ ବହି ମଧ୍ୟ ଲେଖିଲେ । ଇଂଲଣ୍ଡ ଭ୍ରମଣ ବେଳେ ତାଙ୍କୁ The University of Leeds ତରଫରୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା । ପ୍ରଥମ ୪ଟି ବହି Graham Greene ଛପାଇ ଥିଲେ । ତାଙ୍କର ଉଚ୍ଚକୋଟିର ଲେଖାପାଇଁ ତାଙ୍କୁ ୧୯୫୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଥିଲା । ତାଙ୍କ ଲେଖାଗୁଡିକରେ ଥିଲା ଗାଉଁଲି ପରିବେଶର ପ୍ରକୃତ ସତ୍ୟତା ଏବଂ ପରମ୍ପରା । ସେ ଲେଖା ଜୀବନରେ ୬୦ ବର୍ଷ କାଟି ଥିଲେ । ସେ ୧୯୬୪ ମସିହାରେ ପଦ୍ମବିଭୂଷଣ ଉପାଧି ପାଇଥିଲେ ଯାହାକି ଭାରତର ଦ୍ୱିତୀୟ ସମ୍ମାନ ଜନକ ପୁରସ୍କାର । ୧୯୮୦ ମସିହାରେ ସେ AC Benson Medal ପାଇଥିଲେ । ୧୯୮୨ ମସିହାରେ ସେ Film Fair Award ପାଇଥିଲେ ‘The Guide’ର Best Story ପାଇଁ ।[୧୨] ସେ American Academy of Act and Literatureର ମେମ୍ବର ଥିଲେ । [୧୩] ତାଙ୍କର ଦୁଇଟି ଉପନ୍ୟାସ ସିନେମା ତିଆରି ହୋଇଥିଲା : The Guide- ହୀନ୍ଦୀ ସିନେମା, Mr. Sampath - ତାମିଲ ସିନେମା ।
ତାଙ୍କ ଲେଖା ବହିଗୁଡ଼ିକ ମଧ୍ୟରୁ କିଛି
[ସମ୍ପାଦନା]- ୧୯୩୫ - Swami and Friends (1935, Hamish Hamilton)
- ୧୯୩୭ - The Bachelor of Arts (1937, Thomas Nelson)
- ୧୯୩୮ - The Dark Room (1938, Eyre)
- ୧୯୪୨ - Malgudi Days
- ୧୯୪୫ - The English Teacher (1945, Eyre)
- ୧୯୪୮ - Mr. Sampath (1948, Eyre)
- ୧୯୫୨ - The Financial Expert (1952, Methuen)
- ୧୯୫୫ - Waiting for the Mahatma (1955, Methuen)
- ୧୯୫୮ - The Guide (1958, Methuen)
- ୧୯୬୧ - The Man-Eater of Malgudi (1961, Viking)
- ୧୯୬୪ - Gods, Demons and Others (1964, Viking)
- ୧୯୬୭ - The Vendor of Sweets (1967, The Bodley Head)
- ୧୯୭୦ - A Horse and Two Goats (1970)
- ୧୯୭୩ - The Ramayana (1973, Chatto & Windus)
- ୧୯୭୮ - The Mahabharata (1978, Heinemann)
- ୧୯୮୩ - A Tiger for Malgudi (1983, Heinemann)
- ୧୯୯୦ - The World of Nagaraj (1990, Heinemann)
- ୧୯୯୨ - Grandmother's Tale
ଶେଷ କଥା
[ସମ୍ପାଦନା]ନାରାୟଣଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ସେ ୧୯୮୦ ମସିହାରେ ୬ ବର୍ଷିୟ ରାଜ୍ୟସଭା ସଦସ୍ୟ ଥିଲେ ।.[୧୩] ସେ ସେତେବେଳେ ସ୍କୁଲ ଛାତ୍ରଛାତ୍ରୀ ଓ ଭାଷାରେ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କ ଝିଅ ଘରକୁ ଗଲେ । ୧୯୯୪ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ । ନାରାୟଣଙ୍କ ଦେଖାଶୁଣା ତାଙ୍କ ନାତୁଣୀ ଭୁବନେଶ୍ୱରୀ (ମିନି) କରୁଥିଲେ ଏବଂ ‘Indian Thought Publication’ ପରିଚାଳନା କରୁଥିଲେ । ତାଙ୍କ ଶେଷ ବହି ଥିଲା ‘Grandmother's Tale’ । ସେ ପ୍ରତିଦିନ ସଂଧ୍ୟାରେ 'The Hindu'ର ପ୍ରକାଶକ ନେ. ରାମଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ୨୦୦୧ ମସିହା ମେ ମାସରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା Grandfather ଉପରେ କିଛି ଗପ ଲେଖିବେ । ସେ ସେଥିପାଇଁ ଏନ୍. ରାମଙ୍କୁ ଗୋଟିଏ ନୋଟବୁକ୍ ଆଣିବାକୁ କହିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ଡାକ୍ତରଖାନରେ ଭେନ୍ଟିଲେଟର୍ରେ ରଖାଯାଇଥିଲା । ସେ କିନ୍ତୁ ଆଉ ସୁସ୍ଥ ହୋଇ ନଥିଲେ । ୨୦୦୧ ମସିହା ମେ ମାସ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୪][୧୫] ସେତେବେଳେ ତାଙ୍କୁ ୯୪ ବର୍ଷ ହୋଇଥିଲା । ଆମ ଦେଶର ପ୍ରଥମ ଇଂରାଜୀ ଲେଖକଙ୍କ ସ୍ମୃତି ଆମ ପାଖରେ ରହିଗଲା ।
ଆଧାର
[ସମ୍ପାଦନା]- ↑ Crossette, Barbara (14 May 2001). "R. K. Narayan, India's Prolific Storyteller, Dies at 94". The New York Times. Retrieved 9 July 2009.
- ↑ Rao 2004, p. 13.
- ↑ "R K Narayan". London: The Daily Telegraph. 14 May,. Retrieved 25 July 2009.
{{cite news}}
: Check date values in:|date=
(help)CS1 maint: extra punctuation (link) - ↑ Broyard, Anatole (12 June 1974). "A Monkey and a Peacock; Books of The Times". The New York Times. Retrieved 20 October 2009.
- ↑ "Remembering a writer par excellence". The Hindu. 8 July 2005. Retrieved 20 October 2009.
- ↑ ୬.୦ ୬.୧ "Reluctant centenarian". The Hindu. 8 October 2006. Retrieved 23 August 2009.
- ↑ Walsh 1982, pp. 13–16.
- ↑ Datta, Nandan (26 March 2007). "The Life of R.K. Narayan". California Literary Review. Archived from the original on 2 July 2008. Retrieved 29 November 2014.
{{cite journal}}
: Invalid|ref=harv
(help) - ↑ Robinson, Andrew (2 May 1997). "The peopling of Malgudi". Times Higher Education. Retrieved 10 July 2009.
- ↑ Wattas, Rajnish (8 October 2006). "In memory of the Malgudi Man". The Tribune. Archived from the original on 7 November 2006. Retrieved 27 July 2009.
- ↑ Prasad 2003, p. 49.
- ↑ "R K Narayan dead: Sun sets over Malgudi". MiD DAY. 14 May 2001. Retrieved 26 August 2009.
- ↑ ୧୩.୦ ୧୩.୧ "Storyteller Narayan Gone, But Malgudi Lives On". Inter Press. 24 May 2001. Archived from the original on 5 November 2012. Retrieved 8 September 2009.
- ↑ "Priyadarshan's tribute to R K Narayan". Televisionpoint.com. 3 March 2006. Retrieved 12 July 2009.
- ↑ N. Ram (15 May 2001). "I'm giving you a lot of trouble". Rediff.com. Retrieved 8 September 2009.