ମହମ୍ମଦ ଅଜିଜ

ଉଇକିପିଡ଼ିଆ‌ରୁ
(Mohammed Azizରୁ ଲେଉଟି ଆସିଛି)
ମହମ୍ମଦ ଅଜିଜ
ଜନ୍ମ
ସୟଦ ମହମ୍ମଦ ଅଜିଜ ଉନ୍‌ ନବୀ

(1954-07-02)୨ ଜୁଲାଇ ୧୯୫୪
ଅଶୋକନଗର, ଉତ୍ତର ୨୪ ପ୍ରଗଣା,ପଶ୍ଚିମ ବଙ୍ଗ
ମୃତ୍ୟୁ୨୭ ନଭେମ୍ବର ୨୦୧୮(2018-11-27) (ବୟସ ୬୪)
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ସନ୍ତାନସାନା

ମହମ୍ମଦ ଅଜିଜ (୨ ଜୁଲାଇ ୧୯୫୪ – ୨୭ ନଭେମ୍ବର ୨୦୧୮) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ ଥିଲେ ।[୧] "ମୁଁ ପରଦେଶୀ ଚଢ଼େଇ", "ମନର ଦେଶରେ ପ୍ରେମର ସହର", "ମନ ମୋର ଏକ କାଗଜର ନାଆ" ଆଦି ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥିଲେ । "ରୂପା ଶଗଡ଼ିରେ ସୁନା କନିଆ" ଥିଲା ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଗୀତ । ଓଡ଼ିଆ ବ୍ୟତିତ ସେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରପାଇଁ ମଧ୍ୟ କଣ୍ଠଦାନ କରିଥିଲେ ।[୨]

ଜୀବନୀ[ସମ୍ପାଦନା]

ମହମ୍ମଦ ଅଜିଜଙ୍କର ପୁରାନାମ ଥିଲା ସୟଦ ମହମ୍ମଦ ଅଜିଜ ଉନ୍‌ ନବୀ । ସେ ୧୯୫୪ମସିହାରେ ପଶ୍ଚିମ ବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ଅନ୍ତର୍ଗତ ଅଶୋକନଗରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମହମ୍ମଦ ରଫିଙ୍କୁ ନିଜର ଗୁରୁ ମାନୁଥିଲେ ଓ ତାଙ୍କରି ସଙ୍ଗୀତ ଅନୁସରଣ କରୁଥିଲେ । ବଙ୍ଗଳା ଚଳଚ୍ଚିତ୍ର "ଜ୍ୟୋତି"ରୁ ସେ ପ୍ରଚ୍ଚଦପଟ୍ଟ ଗାୟନ ଆରମ୍ଭ କରିଥିଲେ ।[୩] ୧୯୮୪ ମସିହାରେ ଚଳଚ୍ଚିତ୍ର "ଅମ୍ବର"ଥିଲା ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର । "ମର୍ଦ୍ଦ" ଚଳଚ୍ଚିତ୍ରର ଗୀତ "ମେଁ ମର୍ଦ୍ଦ ଟାଙ୍ଗେୱାଲା" ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା । ପରେ ସେ ବହୁ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୪] ୧୯୮୫ ମସିହାର ଓଡ଼ିଆ ଚଳଚ୍ଚିତ୍ର ଜଗା ହାତରେ ପଘାରୁ ସେ ଓଡ଼ିଆ ଗୀତ ଗାଇବା ଆରମ୍ଭ କରିଥିଲେ । ଭଜନ, ଜଣାଣ, ଆଧୁନିକ ଓ ଚଳଚ୍ଚିତ୍ର ଗୀତ ସବୁପ୍ରକାର ଓଡ଼ିଆ ଗୀତ ସେ ଗାଇଥିଲେ ।[୫]

୨୦୧୮ ମସିହା ନଭେମ୍ବର ୨୭ତାରିଖରେ ମୁମ୍ବାଇର ନାନାବତୀ ହାସାପାତାଲରେ ତାଙ୍କର ପରଲୋକ ଘଟିଥିଲା ।[୬]

ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ[ସମ୍ପାଦନା]

ମହମ୍ମଦ ଅଜିଜ ଗାଇଥିବା ପ୍ରମୁଖ ଓଡ଼ିଆ ଚଳଚ୍ଚିତ୍ର ଥିଲା :

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]