ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ

ଉଇକିପିଡ଼ିଆ‌ରୁ
(Mesenteric ischemiaରୁ ଲେଉଟି ଆସିଛି)
ଏହି ବିଷୟଟି କ୍ଷୁଦ୍ରାନ୍ତ୍ରର ସ୍ୱଳ୍ପ ରକ୍ତପ୍ରବାହ (ମେସେଣ୍ଟେରିକ ଇସକେମିଆ) ସମ୍ପର୍କରେ ଲେଖାହୋଇଛି । ବୃହଦନ୍ତ୍ରର ସ୍ୱଳ୍ପ ରକ୍ତପ୍ରବାହ ବିଷୟରେ ଜାଣିବାକୁ ଚାହିଲେ ଦେଖନ୍ତୁ ଇସକେମିକ କୋଲାଇଟିସ
ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ
Computer tomography (CT) showing dilated loops of small bowel with thickened walls (black arrow), findings characteristic of ischemic bowel due to thrombosis of the superior mesenteric vein.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K55.9
ଆଇସିଡ଼ି-୯-ସିଏମ୍557.9
ରୋଗ ଡାଟାବେସ29034
ମେଡ଼ିସିନ-ପ୍ଲସ001156
ଇ-ମେଡ଼ିସିନradio/2726

ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ, ବା ମେସେଣ୍ଟେରିକ ରକ୍ତନଳୀ ରୋଗ, ଏକ ବେମାରୀ ଯେଉଁଥିରେ କ୍ଷୁଦ୍ରାନ୍ତ୍ରକୁ ରକ୍ତ ସରବରାହ କମିଯାଇଥିଏ । [୧] ଏହି ରୋଗ ହଠାତ ହେଲେ ଆକ୍ୟୁଟ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ଓ ସମୟକ୍ରମେ ହେଲେ କ୍ରନିକ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ନାମ ଦିଆଯାଏ । [୨] ଆକ୍ୟୁଟ ରୋଗରେ ହଠାତ ତୀବ୍ର ଯନ୍ତ୍ରଣା ଆରମ୍ଭ ହୁଏ । [୨] କ୍ରନିକ ରୋଗ ଥାଇ ଆକ୍ୟୁଟ ରୋଗ ହେଲେ ଧୀରେ ଲକ୍ଷଣ ଆସେ । [୧] କ୍ରନିକ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ରୋଗର ଲକ୍ଷଣ: ଖାଇବା ପରେ ପେଟ ଯନ୍ତ୍ରଣା, ଅନିଚ୍ଛାକୃତ ଓଜନ ହ୍ରାସ, ବାନ୍ତି ଓ ଖାଇବାକୁ ଭୟ ଲାଗେ । [୧][୨]

ଏହି ରୋଗର ସସଙ୍କଟପ୍ରଦ ଅବସ୍ଥାମାନଙ୍କର ନାମ: ଆଟ୍ରିଆଲ ଫିବ୍ରିଲେସନ, ହୃଦ୍‌ପାତ, କ୍ରନିକ ବୃକ୍‌କ ଫେଲ, ରକ୍ତ ଜମାଟ ପ୍ରବୃତ୍ତି ଓ ପୂର୍ବରୁ ଥିବା ହୃଦ୍‌ଘାତ[୧] ଚାରି ପ୍ରଣାଳୀରେ ରକ୍ତ ସରବରାହ କମିଯାଏ: ଧମନୀ ଏମ୍ବୋଲିଜ୍ମ, ଧମନୀ ଥ୍ରୋମ୍ବୋସିସ, ମେସେଣ୍ଟେରିକ ଶୀରାରେ ରକ୍ତଜମାଟନିମ୍ନ ରକ୍ତଚାପ ତ‌ଥା ଧମନୀ ସଙ୍କୋଚନ କାରଣରୁ ସ୍ୱଳ୍ପ ରକ୍ତପ୍ରବାହ । [୩][୪] କ୍ରନିକ ରୋଗ ହେଉଛି ଆକ୍ୟୁଟ ରୋଗର ଏକ ସଙ୍କଟପ୍ରଦ ଅବସ୍ଥା । [୫] ରୋଗ ନିର୍ଣ୍ଣୟର ସର୍ବୋତ୍ତମ ଉପାୟ ହେଉଛି ଆଞ୍ଜିଓଗ୍ରାଫି ଓ କମ୍ପ୍ୟୁଟର ଟୋମୋଗ୍ରାଫି । [୨]

ଧମନୀ ସରୁ ଥିଲେ ଇଣ୍ଟରଭେନସନାଲ ରେଡିଓଲୋଜି ସାହାଯ୍ୟରେ ସ୍ଟେଣ୍ଟିଙ୍ଗ କରାଯାଏ ଓ ରକ୍ତ ଜମାଟ ଥିଲେ ଥ୍ରୋମ୍ବୋଲାଇକ ଔଷଧ ଦେଇ ଜମାଟ ଭଙ୍ଗାଯାଏ । [୨] ଖୋଲା ଅପରେଶନ କରି ବାଧା ସୃଷ୍ଟିକାରୀ ପଦାର୍ଥକୁ କାଢ଼ିଦିଆଯାଏ ବା ବାଇପାସ ଅପରେଶନ କରାଯାଏ ବା ମୃତ ଅନ୍ତନଳୀକୁ କାଢ଼ିଦିଆଯାଏ । [୧] ଶୀଘ୍ର ଚିକିତ୍ସା ନ କଲେ ଫଳ ଅତ ଖରାପ ହୁଏ । [୨] ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ସଙ୍କଟ ପ୍ରାୟ ୭୦ %ରୁ ୯୦ % ରହେ । [୩] କ୍ରନିକ ରୋଗ ଥିଲେ ବାଇପାସ ଅପରେଶନ ପସନ୍ଦ କରାଯାଏ । [୨] ଶୀରାରେ ଥ୍ରୋମ୍ବୋସିସ ଥିଲେ ଆଣ୍ଟିକୋଆଗୁଲେସନ ନିମନ୍ତେ ହେପାରିନୱାରଫାରିନ ଦିଆଯାଏ, କିଛି ଉନ୍ନତି ନ ହେଲେ ଅପରେଶନ କରାଯାଏ । [୧][୬]

ବିକଶିତ ଦେଶମାନଙ୍କରେ ପ୍ରତି ଏକ ଲକ୍ଷ ଲୋକରେ ୫ ଜଣକୁ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ରୋଗ ହୁଏ । [୭] କ୍ରନିକ ମେସେଣ୍ଟେରିକ ସ୍ୱଳ୍ପ ରକ୍ତପ୍ରବାହ ରୋଗ ପ୍ରତି ଏକ ଲକ୍ଷ ଲୋକରେ ଜଣକୁ ହୁଏ । [୮] ଅଧିକାଂଶ ରୋଗୀ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକ । [୩] ସମାନ ବୟସରେ ପୁରୁଷ ଓ ମହିଲା ରୋଗୀ ସଂଖ୍ୟା ସମାନ ଥାଏ । [୩] ସନ ୧୮୯୫ରେ ଏହି ରୋଗର ପ୍ରଥମେ ବର୍ଣ୍ଣନା କରାଯାଇଥିଲା । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Yelon, Jay A. (2014). Geriatric Trauma and Critical Care (Aufl. 2014 ed.). New York: Springer Verlag. p. 182. ISBN 9781461485018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Bobadilla, JL (August 2013). "Mesenteric ischemia". The Surgical clinics of North America. 93 (4): 925–40, ix. doi:10.1016/j.suc.2013.04.002. PMID 23885938.
  3. ୩.୦ ୩.୧ ୩.୨ ୩.୩ Britt, L.D. (2012). Acute care surgery (1st ed. ed.). Philadelphia: Wolters Kluwer Health/Lippincott Williams & Wilkins. p. 621. ISBN 9781608314287. {{cite book}}: |edition= has extra text (help)
  4. Creager, Mark A. (2013). Vascular medicine : a companion to Braunwald's heart disease (2nd ed. ed.). Philadelphia, PA: Elsevier/Saunders. pp. 323–324. ISBN 9781437729306. {{cite book}}: |edition= has extra text (help)
  5. Sreenarasimhaiah, J (April 2005). "Chronic mesenteric ischemia". Best practice & research. Clinical gastroenterology. 19 (2): 283–95. doi:10.1016/j.bpg.2004.11.002. PMID 15833694.
  6. Liapis, C.D. (2007). Vascular surgery. Berlin: Springer. p. 420. ISBN 9783540309567.
  7. Geoffrey D. Rubin (2012). CT and MR Angiography: Comprehensive Vascular Assessment. Lippincott Williams & Wilkins. p. 318. ISBN 9781469801834.
  8. Gustavo S. Oderich (2014). Mesenteric Vascular Disease: Current Therapy. Springer. p. 105. ISBN 9781493918478.