ମେରୋପେନେମ
Clinical data | |
---|---|
Trade names | Merrem, others |
AHFS/Drugs.com | monograph |
Pregnancy category | |
Routes of administration | ଶିରାଭ୍ୟନ୍ତର (Intravenous) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ୧୦୦% |
Protein binding | Approximately ୨% |
Elimination half-life | ୧ ଘଣ୍ଟା |
Excretion | ବୃକ୍କ (Renal) ମାଧ୍ୟମରେ |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.169.299 |
Chemical and physical data | |
Formula | C17H25N3O5S |
Molar mass | 383.464 g/mol |
3D model (JSmol) | |
| |
| |
(verify) |
ମେରୋପେନେମ (ଇଂରାଜୀ ଭାଷାରେ Meropenem, ଏକ ବିକ୍ରୟ ନାମ ମେର୍ରେମ/Merrem) ଏକ ବ୍ରଡସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ସଂକ୍ରମଣ ଚିକିତ୍ସାରେ (bacterial infection) ଦିଆଯାଏ । [୧] ମେନିଞ୍ଜାଇଟିସ୍, ଉଦର ମଧ୍ୟସ୍ଥ ସଂକ୍ରମଣ (intra-abdominal infection), ନିମୋନିଆ, ପୁଞ୍ଜିତ ପୂଯ ଓ ଅନ୍ଥ୍ରାକ୍ସ (anthrax) ରୋଗମାନଙ୍କରେ ଦିଆଯାଏ ।[୧] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, କୋଷ୍ଟକାଠିନ୍ୟ, ମୁଣ୍ଡବିନ୍ଧା, ରାସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection), ବାତ ଓ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ ।[୧] ଅନ୍ୟାନ୍ୟ ବିଟା-ଲାକ୍ଟମ ଆଣ୍ଟିବାୟୋଟିକ (β-lactam antibiotic) ପ୍ରତି ଆଲର୍ଜି ଥିଲେ ମେରୋପେନେମ ପ୍ରତି ଆଲର୍ଜି ସମ୍ଭାବନ ଅଧିକ ରହିବ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୧] ଏହା କାର୍ବାପେନେମ (carbapenem) ପରିବାରର ଏକ ସଦସ୍ୟ । [୧] ଜୀବାଣୁର କୋଷ କାନ୍ଥ (cell wall) ତିଆରି ଶକ୍ତିକୁ ମେରୋପେନେମ ଅବରୋଧ କରିବାଦ୍ୱାରା ଜୀବାଣୁ ମୃତ୍ୟୁ (bacterial death) ହୁଏ ।[୧]
ସନ ୧୯୮୩ରେ ମେରୋପେନେମ ପେଟେଣ୍ଟ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୫ରେ ବିକାଶଶିଳ ଦେଶରେ ଏହାର ଏକ ଗ୍ରାମ ଭାଏଲ ଔଷଧର ମୂଲ୍ୟ ୩.୪୪ରୁ ୨୦.୫୮ ଆମେରିକୀୟ ଡଲାର ।[୪] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୫ରେ ଏହାର ମୂଲ୍ୟ ୧୬ ପାଉଣ୍ଡ ଥିଲେ ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Meropenem". The American Society of Health-System Pharmacists. Retrieved 8 December 2017.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 497. ISBN 9783527607495.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.
- ↑ British national formulary : BNF 69 (69 ed.). British Medical Association. 2015. p. 379. ISBN 9780857111562.