ମେରୋପେନେମ

ଉଇକିପିଡ଼ିଆ‌ରୁ
ମେରୋପେନେମ
Clinical data
Trade namesMerrem, others
AHFS/Drugs.commonograph
Pregnancy
category
  • AU: B2
  • US: B (No risk in non-human studies)
Routes of
administration
ଶିରାଭ୍ୟନ୍ତର (Intravenous)
ATC code
Legal status
Legal status
  • AU: S4 କେବଳ ପ୍ରେସକ୍ରିପସନରେ
  • UK: POM କେବଳ ପ୍ରେସକ୍ରିପସନରେ
  • US: Rx-only କେବଳ ପ୍ରେସକ୍ରିପସନରେ
Pharmacokinetic data
Bioavailability୧୦୦%
Protein bindingApproximately ୨%
Elimination half-life୧ ଘଣ୍ଟା
Excretionବୃକ୍‌କ (Renal) ମାଧ୍ୟମରେ
Identifiers
  • (4R,5S,6S)-3-(((3S,5S)-5-(Dimethylcarbamoyl)pyrrolidin-3-yl)thio)-6-((R)-1-hydroxyethyl)-4-methyl-7-oxo-1-azabicyclo[3.2.0]hept-2-ene-2-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.169.299 Edit this at Wikidata
Chemical and physical data
FormulaC17H25N3O5S
Molar mass383.464 g/mol
3D model (JSmol)
  • O=C3N2\C(=C(\S[C@H]1C[C@@H](C(=O)N(C)C)NC1)[C@H](C)[C@@H]2[C@H]3[C@H](O)C)C(=O)O
  • InChI=1S/C17H25N3O5S/c1-7-12-11(8(2)21)16(23)20(12)13(17(24)25)14(7)26-9-5-10(18-6-9)15(22)19(3)4/h7-12,18,21H,5-6H2,1-4H3,(H,24,25)/t7-,8-,9+,10+,11-,12-/m1/s1 checkY
  • Key:DMJNNHOOLUXYBV-PQTSNVLCSA-N checkY
  (verify)

ମେରୋପେନେମ (ଇଂରାଜୀ ଭାଷାରେ Meropenem, ଏକ ବିକ୍ରୟ ନାମ ମେର୍ରେମ/Merrem) ଏକ ବ୍ରଡସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ସଂକ୍ରମଣ ଚିକିତ୍ସାରେ (bacterial infection) ଦିଆଯାଏ । [୧] ମେନିଞ୍ଜାଇଟିସ୍, ଉଦର ମଧ୍ୟସ୍ଥ ସଂକ୍ରମଣ (intra-abdominal infection), ନିମୋନିଆ, ପୁଞ୍ଜିତ ପୂଯଅନ୍ଥ୍ରାକ୍ସ (anthrax) ରୋଗମାନଙ୍କରେ ଦିଆଯାଏ ।[୧] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, କୋଷ୍ଟକାଠିନ୍ୟ, ମୁଣ୍ଡବିନ୍ଧା, ରାସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection), ବାତଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ ।[୧] ଅନ୍ୟାନ୍ୟ ବିଟା-ଲାକ୍ଟମ ଆଣ୍ଟିବାୟୋଟିକ (β-lactam antibiotic) ପ୍ରତି ଆଲର୍ଜି ଥିଲେ ମେରୋପେନେମ ପ୍ରତି ଆଲର୍ଜି ସମ୍ଭାବନ ଅଧିକ ରହିବ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୧] ଏହା କାର୍ବାପେନେମ (carbapenem) ପରିବାରର ଏକ ସଦସ୍ୟ । [୧] ଜୀବାଣୁର କୋଷ କାନ୍ଥ (cell wall) ତିଆରି ଶକ୍ତିକୁ ମେରୋପେନେମ ଅବରୋଧ କରିବାଦ୍ୱାରା ଜୀବାଣୁ ମୃତ୍ୟୁ (bacterial death) ହୁଏ ।[୧]

ସନ ୧୯୮୩ରେ ମେରୋପେନେମ ପେଟେଣ୍ଟ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୫ରେ ବିକାଶଶିଳ ଦେଶରେ ଏହାର ଏକ ଗ୍ରାମ ଭାଏଲ ଔଷଧର ମୂଲ୍ୟ ୩.୪୪ରୁ ୨୦.୫୮ ଆମେରିକୀୟ ଡଲାର ।[୪] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୫ରେ ଏହାର ମୂଲ୍ୟ ୧୬ ପାଉଣ୍ଡ ଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Meropenem". The American Society of Health-System Pharmacists. Retrieved 8 December 2017.
  2. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 497. ISBN 9783527607495.
  3. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  4. "Single Drug Information". International Medical Products Price Guide. Retrieved 9 December 2017.
  5. British national formulary : BNF 69 (69 ed.). British Medical Association. 2015. p. 379. ISBN 9780857111562.