ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
(Magnesium sulfate (Medical use)ରୁ ଲେଉଟି ଆସିଛି)
ମାଗନେସିଅମ ସଲଫେଟ
ମାଗନେସିଅମ ସଲଫେଟ ହେପ୍ଟାହାଇଡ୍ରେଟ
Clinical data
Trade namesEpsom salt, others
AHFS/Drugs.commonograph
Pregnancy
category
Routes of
administration
IV, IM, by mouth, topical
ATC code
Identifiers
CAS Number
PubChem CID
DrugBank
ChemSpider
UNII
ChEBI
ChEMBL
Chemical and physical data
FormulaMgSO4 - 7H2O
Molar mass120.366
3D model (JSmol)
  • [O-]S(=O)(=O)[O-].[Mg+2]
  • InChI=1S/Mg.H2O4S/c;1-5(2,3)4/h;(H2,1,2,3,4)/q+2;/p-2
  • Key:CSNNHWWHGAXBCP-UHFFFAOYSA-L

ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର) (ଇଂରାଜୀ ଭାଷାରେ Magnesium sulfate) ଏକ ଔଷଧ ଯାହା ଅଳ୍ପ ରକ୍ତ ମାଗନେସିଅମ (low blood magnesium) ଓ ମହିଳାଙ୍କର ଏକ୍ଲାମ୍ପସିଆ (eclampsia) ରୋଗରେ ବାତ (seizures) ମାରିଲେ ଦିଆଯାଏ ।[୨] ଆହୁରି ମଧ୍ୟ ଟରସା ଡେ ପଣ୍ଟ (ଫରାସୀ ଶବ୍ଦ) (en;torsades de pointes), ସାଂଘାତିକ ଆଜ୍‌ମା, କୋଷ୍ଠକାଠିନ୍ୟ (constipation) ଓ ବେରିଅମ ବିଷକ୍ରିୟା (barium poisoning) ରୋଗମାନଙ୍କରେ ଏହା ଦିଆଯାଏ ।[୨][୩] ଏହା ପାଟିରେ ଓ ଶିରାଭ୍ୟନ୍ତର ତ‌ଥା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । [୨][୩] ମିନେରାଲ ସ୍ନାନ) (mineral baths)ରେ ଏହା ଏପସମ ଲବଣ ଆକାରରେ ଦିଆଯାଏ ।[୪]

ମାଗନେସିଅମ ସଲଫେଟର ପାର୍ଶ୍ୱ ପ୍ରତିକ୍ରିୟାରେ ଅଳ୍ପ ରକ୍ତଚାପ (low blood pressure), ଲାଲ ଚମ (skin flushing) ଓ ଅଳ୍ପ ରକ୍ତ କ୍ୟାଲସିଅମ (low blood calcium) ହୋଇପାରେ ।[୨] ଅନ୍ୟାନ୍ୟ ପ୍ରତିକ୍ରିୟାରେ ବାନ୍ତି, ମାଂସପେଶୀ ଦୁର୍ବଳତା ଓ ଅଳ୍ପ ଶ୍ୱାସକ୍ରିୟା ହୋଇପାରେ ।[୫] ଗର୍ଭାବସ୍ଥାରେ ଏହା ଶିଶୁ ପ୍ରତି ବିପଦଜନ‌କ ହୋଇଥିଲେ ମଧ୍ୟ ସଙ୍କଟ ଅପେକ୍ଷା ଅଧିକ ଉପକାର ମିଳେ । ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ଥିବା ଜଣାଯାଏ ।[୬] ଡାକ୍ତରୀ ବ୍ୟବ‌ହାର ନିମନ୍ତେ ମାଗନେସିଅମ ସଲଫେଟର ଏକ ଲବଣ ମାଗନେସିଅମ ସଲଫେଟ ହେପ୍ଟାହାଇଡ୍ରେଟ (magnesium sulfate heptahydrate) ବ୍ୟବ‌ହାର କରାଯାଏ ।[୩] ଏହାର କାର୍ଯ୍ୟବିଧି ସମ୍ପୁର୍ଣ୍ଣ ଭାବେ ଅବଗତ ହୋଇନଥିଲେ ମଧ୍ୟ ନିଉରନର କାମକୁ ଧିମେଇ ଦେଉଥିବା ବିଶ୍ୱାସ କରାଯାଏ ।

ମାଗନେସିଅମ ସଲଫେଟ ବ୍ୟବ‌ହାର ଅତି କମ୍‌ରେ ସନ ୧୬୧୮ରୁ ଆରମ୍ଭ ହୋଇଥିବା ଜଣାଯାଏ ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦% ୧୦ମି:ଲି:ର ହୋଲସେଲ ମୂଲ୍ୟ ୦.୩୫ରୁ ୮.୭୩ ଆମେରିକୀୟ ଡଲାର ।[୯] ସଂଯୁକ୍ତ ରାଷ୍ଟ୍ରରେ ୨୦% ୪ମି:ଲି: ମାଗନେସିଅମ ସଲଫେଟର ମୂଲ୍ୟ ୧୦.୨୩ ପାଉଣ୍ଡ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷ ନିମନ୍ତେ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 220. ISBN 9781284057560.
  2. ୨.୦ ୨.୧ ୨.୨ ୨.୩ ୨.୪ "Magnesium Sulfate". The American Society of Health-System Pharmacists. Retrieved 8 January 2017.
  3. ୩.୦ ୩.୧ ୩.୨ ୩.୩ British national formulary : BNF 69 (69 ed.). British Medical Association. 2015. p. 696. ISBN 9780857111562.
  4. Kogel, Jessica Elzea (2006). Industrial Minerals & Rocks: Commodities, Markets, and Uses (in ଇଂରାଜୀ). SME. p. 625. ISBN 9780873352338.
  5. WHO Model Formulary 2008 (PDF). World Health Organization. 2009. p. 75. ISBN 9789241547659. Retrieved 8 January 2017.
  6. "Magnesium sulfate Use During Pregnancy | Drugs.com". www.drugs.com.
  7. Willett, Edward (2006). Magnesium (in ଇଂରାଜୀ). The Rosen Publishing Group. p. 5. ISBN 9781404210073.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. "Magnesium Sulfate". International Drug Price Indicator Guide. Retrieved 8 December 2016.[permanent dead link]