ଲେଫାମୁଲିନ
| Clinical data | |
|---|---|
| Trade names | Xenleta |
| Synonyms | Lefamulin acetate, BC-3781 |
| AHFS/Drugs.com | monograph |
| data | |
| Routes of administration | Intravenous, by mouth |
| Legal status | |
| Legal status | |
| Identifiers | |
| |
| Chemical and physical data | |
| Formula | C28H45NO5S |
| Molar mass | ୫୦୭.୭୩ g·mol−1 |
| 3D model (JSmol) | |
| |
| |
ଲେଫାମୁଲିନ (ଇଂରାଜୀ ଭାଷାରେ Lefamulin), ଜେନଲେଟା ଏହାର ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ସମ୍ପ୍ରଦାୟ ପ୍ରଭାବିତ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ଅନ୍ୟ ଆଣ୍ଟିବାୟୋଟିକ ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୧] ଏହା ଏମଆରଏସଏ (MRSA) ସମେତ ଅନେକ ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ଅଟେ ।[୨] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଯକୃତ ପ୍ରଦାହ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ପ୍ଲୁରୋମୁଟିଲିନ ଆଣ୍ଟିବାୟୋଟିକ ଏବଂ ଜୀବାଣୁ ଆରଏନଏ (RNA)ରୁ ପ୍ରୋଟିନ୍ ଉତ୍ପାଦନକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲେଫାମୁଲିନ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫ ଦିନର ଚିକିତ୍ସା ମୂଲ୍ୟ ପ୍ରାୟ ୧୪୫୦ ଡଲାର ଥିଲା ।[୪] ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ୨୦୨୧ ସୁଦ୍ଧା ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Xenleta EPAR". European Medicines Agency. 26 May 2020. Archived from the original on 9 January 2021. Retrieved 24 September 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Xenleta- lefamulin acetate injection, solution citric buffered normal saline- anhydrous citric acid injection, solution Xenleta- lefamulin acetate tablet, coated". DailyMed. 12 February 2020. Archived from the original on 6 August 2020. Retrieved 24 September 2020.
- ↑ "Lefamulin Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 21 November 2021.
- ↑ "Xenleta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 21 November 2021.
- ↑ "Lefamulin". SPS - Specialist Pharmacy Service. 14 January 2016. Archived from the original on 21 November 2021. Retrieved 21 November 2021.