Jump to content

ସୀସା ବିଷକ୍ରିୟା

ଉଇକିପିଡ଼ିଆ‌ରୁ
(Lead poisoningରୁ ଲେଉଟି ଆସିଛି)
ସୀସା ବିଷକ୍ରିୟା‌
ଇଂରାଜୀ ପ୍ରତିଶବ୍ଦ - plumbism, colica pictorum, saturnism, Devon colic, painter's colic
ଏକ୍ସ-ରେ ଚିତ୍ର- ବିଷାକ୍ତ ଅସ୍ଥିର ଚିତ୍ରରେ ଗାଢ଼ ମେଟାଫିସିଆଲ (metaphyseal) ରେଖା ଦେଖାଯାଉଛି ।
ବିଭାଗToxicology
ଆଇସିଡ଼ି-୧୦T56.0
ଆଇସିଡ଼ି-୯-ସିଏମ୍984.9
ରୋଗ ଡାଟାବେସ7307
ମେଡ଼ିସିନ-ପ୍ଲସ002473
ଇ-ମେଡ଼ିସିନarticle/815399
Patient UKସୀସା ବିଷକ୍ରିୟା
MeSHD007855

ସୀସା ବିଷକ୍ରିୟା‌ (ଇଂରାଜୀ ଭାଷାରେ Lead poisoning) ନାମ ଦିଆଯାଏ ଯେତେବଳେ ସୀସାଦ୍ୱାରା (lead) ଦେହ ବିଷାକ୍ତ ହୋଇଯାଏ । ଏଥିରେ ମସ୍ତିଷ୍କ (brain) ସର୍ବାଧିକ ସମ୍ବେଦନଶୀଳ ହୁଏ ।[୧] ବିଷାକ୍ତ ହେବାର ଲକ୍ଷଣ: ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ (constipation), ମୁଣ୍ଡବଥା, ଚିଡ଼ଚିଡ଼ା ସ୍ୱଭାବ, ସ୍ମରଣ ସମସ୍ୟା, ବାଞ୍ଝଦୋଷ (inability to have children) ଓ ପାରେସ୍ଥେସିଆ (ଦେହ ଝିମଝିମ ହୁଏ) ।[୨] ଏହା ଯୋଗୁ ୧୦% ବୌଦ୍ଧିକ ଅକର୍ମନ୍ୟତା (intellectual disability) ଓ ବ୍ୟବ‌ହାରିକ ସମସ୍ୟା ଦେଖାଯାଏ । କେତେକ ପ୍ରଭାବ ସ୍ଥାୟୀ ହୋଇଯାଏ ।[୧] ସାଂଘାତିକ କେଶରେ ଆନିମିଆ, ବାତ (seizures), କୋମା ବା ମୃତ୍ୟୁ ହୋଇପାରେ ।[୨][୧]

ଅପମିଶ୍ରିତ ବାୟୁ, ଜଳ, ଖାଦ୍ୟ ଓ ଖାଦ୍ୟପଦାର୍ଥ ବ୍ୟବ‌ହାର ଯୋଗୁ ସୀସା ମାନବ ସଂସ୍ପର୍ଶରେ ଆସେ । ବିଷ ପ୍ରଭାବ ପିଲାଙ୍କର ବେଶୀ ଥାଏ କାରଣ ସେମାନେ ପାଟିରେ ପୁରାଉଥିବା ଖାଦ୍ୟରେ ସୀସା ମିଶ୍ରିତ ରଙ୍ଗ (lead paint) ଥାଇପାରେ ଓ ତାଙ୍କର ଅଧିକ ଅବଶୋଷଣ କ୍ଷମତା ଥାଏ ।[୧] କେତେକ ବୃତ୍ତିର କର୍ମସ୍ଥଳୀରେ ସାଧାରଣତଃ ବଡ଼ ମଣିଷଙ୍କର ଏହି ସଙ୍କଟ ଥାଏ ।[୩] ରକ୍ତରେ ସୀସା ସ୍ତର (blood lead level) ମାପ କରି ରୋଗ ନିର୍ଣ୍ଣୟ କରାଯାଏ । [୧] ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲଦ୍ୱାରା ରକ୍ତ ସୀସା ସ୍ତରର ସର୍ବଧିକ ମାତ୍ରା ପିଲାଙ୍କର ୫ µg/ଡେଲି ଓ ବଡ଼ମଣିଷଙ୍କର ୧୦ µg/ଡେଲି (୧୦ µg/୧୦୦ ଗ୍ରା) ସ୍ଥିରିକୃତ ହୋଇଛି ।[୪][୫] ଏହି ମାତ୍ରା ବଢ଼ିଗଲେ ଲୋହିତ ରକ୍ତ କଣିକାରେ (red blood cell) ପରିବର୍ତ୍ତନ ହୁଏ ଓ ଏକ୍ସ-ରେ (X-ray) ଚିତ୍ରରେ ହାଡ଼ ଉପରେ ଗାଢ଼ ରେଖା ଦେଖାଯାଏ ।[୬]

ସୀସା ବିଷକ୍ରିୟା ହେବାକୁ ପ୍ରତିରୋଧ କରାଯାଇପାରେ ।[୧] ଏହା ସମ୍ଭବପର ହେବ ଯଦି ନିଜ ଘରୁ ସୀସାମିଶ୍ରତ ଦ୍ରବ୍ୟ ବାହାର କରିଦିଆଯାଏ,[୭] କର୍ମସ୍ଥଳୀରେ ଉତ୍ତମ ବାୟୁପ୍ରବାହ ବ୍ୟବସ୍ଥାର ବନ୍ଦବୋସ୍ତ କରାଯାଏ,[୮] ଓ ସୀସା ଥିବା ଦ୍ରବ୍ୟ ଯେପରିକି ଗ୍ୟାସୋଲିନ, ପେଣ୍ଟ/ରଙ୍ଗ, ଅପମିଶ୍ରିତ ମାଟିକୁ ପରିସ୍କାର କରିବାକୁ, ମାଟି ବା ପାଣିରେ ସୀସା ଥିଲେ ତାହାର ପରିମାଣ କମେଇବାକୁ ଜାତୀୟ ସ୍ତରରେ କାନୁନ ତିଆରି କରି କାର୍ଯ୍ୟକାରୀ କରାଯାଏ ।[୧][୬] ଉତ୍ସରୁ ସୀସା ବାହାର କରିବା ଆବଶ୍ୟକ ଓ ଚିଲେସନ ଚିକିତ୍ସା ପଦ୍ଧତିରେ (chelation therapy) ଦେହ ଭିତରେ ଥିବା ସୀସାକୁ ଔଷଧ ସ‌ହିତ ଅନୁବନ୍ଧିତ କରି ନିଷ୍କାସନ (eliminated from the body) କରିଦିଆଯାଏ ।[୬] ପିଲାଙ୍କ ଦେହରେ ରକ୍ତସୀସା ସ୍ତର ୪୦-୪୫ ug/ଡେଲିରୁ ଅଧିକ ହେଲେ ଚିଲେସନ କରାଯାଏ ।[୬][୯] ବ୍ୟବ‌ହାର କରାଯାଉଥିବା ଔଷଧମାନଙ୍କର ନାମ: ଡାଇମରକାପ୍ରଲ (dimercaprol), ଇଡେଟେଟ କ୍ୟାଲସିଅମ ଡାଇସୋଡ଼ିଅମ (edetate calcium disodium) ଓ ସକ୍ସିମର (succimer) ଇତ୍ୟାଦି । [୩]

ସନ ୨୦୧୩ରେ ସୀସା ବିଷକ୍ରିୟା ହେବା ଫଳରେ ୮୫୩,୦୦୦ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ସାଧାରଣତଃ ବିକାଶଶୀଳ (developing world) ଦେଶମାନଙ୍କରେ ଅଧିକ ସୀସା ବିଷକ୍ରିୟା ଦେଖାଯାଏ । ଗରୀବ ଲୋକଙ୍କର ଏହି ସଙ୍କଟ ଅଧିକ ଥାଏ ।[୧] ପୃଥିବୀର ରୋଗ ବୋଝରୁ (world's disease burden) ସୀସାର ଭାଗ ୦.୬% ।[୭] ହଜାର ହଜାର ବର୍ଷ ଧରି ଜନ ସାଧାରଣ ସୀସାକୁ ଖଣିରୁ ଉତ୍ତୋଳନ ଓ ବ୍ୟବ‌ହାର କରୁଛନ୍ତି । ଖ୍ରୀ:ପୂ: ୨୦୦୦ ଶତାବ୍ଦୀରେ ସୀସା ବିଷ ବିଷୟରେ ବର୍ଣ୍ଣନ କରାଯାଇଛି,[୬] କିନ୍ତୁ ଏହାର ବ୍ୟବ‌ହାରକୁ ସୀମିତ କରିବା ପ୍ରଚେଷ୍ଟା ସନ ୧୫୦୦ରୁ ଆରମ୍ଭ ହୋଇଛି ।[୭] ସନ ୧୯୭୦ରୁ ନିମ୍ନ ସ୍ତରର ପ୍ରଭାବ ବିଷୟରେ ଚିନ୍ତା ପ୍ରକଟ କରାଯାଇଛି କିନ୍ତୁ ଏହାର କୌଣସି ବିପଦମୁକ୍ତ ସୀମା ଥିବା ଜଣାଯାଇନାହିଁ ।[୧][୬]

  1. 1 2 3 4 5 6 7 8 9 "Lead poisoning and health". WHO. September 2016. Retrieved 14 October 2016.
  2. 1 2 "Lead Information for Workers". CDC. 30 September 2013. Retrieved 14 October 2016.
  3. 1 2 Gracia, RC; Snodgrass, WR (1 January 2007). "Lead toxicity and chelation therapy". American journal of health-system pharmacy : AJHP : official journal of the American Society of Health-System Pharmacists. 64 (1): 45–53. PMID 17189579.
  4. ↑ "Advisory Committee On Childhood Lead Poisoning Prevention (ACCLPP)". CDC. May 2012. Retrieved 18 May 2012.
  5. ↑ The Code of Federal Regulations of the United States of America (in ଇଂରାଜୀ). U.S. Government Printing Office. 2005. p. 116.
  6. 1 2 3 4 5 6 Dapul, H; Laraque, D (August 2014). "Lead poisoning in children". Advances in pediatrics. 61 (1): 313–33. PMID 25037135.
  7. 1 2 3 Needleman, H (2004). "Lead poisoning". Annual Review of Medicine. 55: 209–22. doi:10.1146/annurev.med.55.091902.103653. PMID 14746518.
  8. ↑ "Lead Information for Employers". CDC. 30 September 2013. Retrieved 14 October 2016.
  9. ↑ "What Do Parents Need to Know to Protect Their Children?". CDC. 30 October 2012. Retrieved 14 October 2016.