କୁମାର ଚନ୍ଦ୍ର ବେହେରା
କୁମାର ଚନ୍ଦ୍ର ବେହେରା | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ମଦନ ମୋହନ ପ୍ରଧାନ |
ପର ଅଧିକାରୀ | ବୃନ୍ଦାବନ ବେହେରା |
ନିର୍ବାଚନ ମଣ୍ଡଳୀ | ତାଳଚେର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅକ୍ଟୋବର ୬, ୧୯୩୯ |
ମୃତ୍ୟୁ | ୭ ଜାନୁଆରୀ ୨୦୧୭ | (ବୟସ ୭୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନ କଂଗ୍ରେସ |
ଜୀବନ ସାଥୀ | ପୁଷ୍ପାଞ୍ଜଳୀ ବେହେରା |
ବାପା/ବୋଉ | ବଳଭଦ୍ର ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
କୁମାର ଚନ୍ଦ୍ର ବେହେରା (୬ ଅକ୍ଟୋବର ୧୯୩୯ - ୭ ଜାନୁଆରୀ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କୁମାର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ତାଳଚେର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କୁମାର ଚନ୍ଦ୍ର ବେହେରା ୧୯୩୯ ମସିହାର ଅକ୍ଟୋବର ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଳଭଦ୍ର ବେହେରା ଓ ପତ୍ନୀଙ୍କ ନାମ ପୁଷ୍ପାଞ୍ଜଳୀ ବେହେରା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବିଜ୍ଞାନରେ ଇଣ୍ଟରମିଡିଏଟ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କୁମାର ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]କୁମାର ଚନ୍ଦ୍ର ବେହେରା ୨୦୧୭ ମସିହାର ଜାନୁଆରୀ ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Kumar Chandra Behera". odishaassembly.nic.in. Odisha Assembly. Retrieved 16 July 2020.