କୈଳାଶ ଚନ୍ଦ୍ର ମହାପାତ୍ର (୧୯୪୮ ଜନ୍ମ)
ଦେଖଣା
(Kailash Chandra Mohapatra (1948 birth)ରୁ ଲେଉଟି ଆସିଛି)
କୈଳାଶ ଚନ୍ଦ୍ର ମହାପାତ୍ର | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୧୭ ସେପ୍ଟେମ୍ବର ୧୯୯୬ | |
ପୂର୍ବ ଅଧିକାରୀ | ପ୍ରସନ୍ନ ପଟ୍ଟନାୟକ |
ପର ଅଧିକାରୀ | ପ୍ରେମଲତା ମହାପାତ୍ର |
ନିର୍ବାଚନ ମଣ୍ଡଳୀ | କାମାକ୍ଷାନଗର |
୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ପ୍ରସନ୍ନ କୁମାର ପଟ୍ଟନାୟକ |
ପର ଅଧିକାରୀ | ପ୍ରସନ୍ନ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | କାମାକ୍ଷାନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ମଇ ୧୯୪୮ |
ମୃତ୍ୟୁ | ୧୭ ସେପ୍ଟେମ୍ବର ୧୯୯୬ | (ବୟସ ୪୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
ଜୀବନ ସାଥୀ | ପ୍ରେମଲତା ମହାପାତ୍ର |
ବାପା/ବୋଉ | ବୈଷ୍ଣବ ଚନ୍ଦ୍ର ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
କୈଳାଶ ଚନ୍ଦ୍ର ମହାପାତ୍ର (୧୩ ମଇ ୧୯୪୮ - ୧୭ ସେପ୍ଟେମ୍ବର ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କୈଳାଶ ଚନ୍ଦ୍ର ମହାପାତ୍ର ୧୯୪୮ ମସିହାର ମଇ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୈଷ୍ଣବ ଚନ୍ଦ୍ର ମହାପାତ୍ର ଓ ପତ୍ନୀଙ୍କ ନାମ ପ୍ରେମଲତା ମହାପାତ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କୈଳାଶ ଚନ୍ଦ୍ର ମହାପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ।[୧]
ମୃତ୍ୟୁ
[ସମ୍ପାଦନା]କୈଳାଶ ଚନ୍ଦ୍ର ମହାପାତ୍ର ୧୯୯୬ ମସିହାର ସେପ୍ଟେମ୍ବର ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Kailash Chandra Mohapatra". odishaassembly.nic.in. Odisha Assembly. Retrieved 17 August 2022.