Jump to content

କୈଳାଶ ଚନ୍ଦ୍ର ମହାପାତ୍ର (୧୯୪୮ ଜନ୍ମ)

ଉଇକିପିଡ଼ିଆ‌ରୁ
କୈଳାଶ ଚନ୍ଦ୍ର ମହାପାତ୍ର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫  ୧୭ ସେପ୍ଟେମ୍ବର ୧୯୯୬
ପୂର୍ବ ଅଧିକାରୀପ୍ରସନ୍ନ ପଟ୍ଟନାୟକ
ପର ଅଧିକାରୀପ୍ରେମଲତା ମହାପାତ୍ର
ନିର୍ବାଚନ ମଣ୍ଡଳୀକାମାକ୍ଷାନଗର
୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦  ୧୯୮୫
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପଟ୍ଟନାୟକ
ପର ଅଧିକାରୀପ୍ରସନ୍ନ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀକାମାକ୍ଷାନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-05-13)୧୩ ମଇ ୧୯୪୮
ମୃତ୍ୟୁ୧୭ ସେପ୍ଟେମ୍ବର ୧୯୯୬(1996-09-17) (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀପ୍ରେମଲତା ମହାପାତ୍ର
ବାପା/ବୋଉବୈଷ୍ଣବ ଚନ୍ଦ୍ର ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

କୈଳାଶ ଚନ୍ଦ୍ର ମହାପାତ୍ର (୧୩ ମଇ ୧୯୪୮ - ୧୭ ସେପ୍ଟେମ୍ବର ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

କୈଳାଶ ଚନ୍ଦ୍ର ମହାପାତ୍ର ୧୯୪୮ ମସିହାର ମଇ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୈଷ୍ଣବ ଚନ୍ଦ୍ର ମହାପାତ୍ର ଓ ପତ୍ନୀଙ୍କ ନାମ ପ୍ରେମଲତା ମହାପାତ୍ର[]

ରାଜନୈତିକ ଜୀବନ

[ସମ୍ପାଦନା]

କୈଳାଶ ଚନ୍ଦ୍ର ମହାପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ।[]

ମୃତ୍ୟୁ

[ସମ୍ପାଦନା]

କୈଳାଶ ଚନ୍ଦ୍ର ମହାପାତ୍ର ୧୯୯୬ ମସିହାର ସେପ୍ଟେମ୍ବର ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା ।

  1. 1 2 3 "Shri Kailash Chandra Mohapatra". odishaassembly.nic.in. Odisha Assembly. Retrieved 17 August 2022.