ପ୍ରେମଲତା ମହାପାତ୍ର
ପ୍ରେମଲତା ମହାପାତ୍ର | |
---|---|
ବିଧାୟିକା: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୨ ଫେବୃଆରୀ ୧୯୯୭ – ୨୦୦୦ | |
ପୂର୍ବ ଅଧିକାରୀ | କୈଳାଶ ଚନ୍ଦ୍ର ମହାପାତ୍ର |
ପର ଅଧିକାରୀ | ବ୍ରହ୍ମାନନ୍ଦ ବିଶ୍ୱାଳ |
ନିର୍ବାଚନ ମଣ୍ଡଳୀ | କାମାକ୍ଷାନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ |
| ୧୫ ଜୁଲାଇ ୧୯୫୦
ମୃତ୍ୟୁ | ୧ ମଇ ୨୦୧୫ | (ବୟସ ୬୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କୈଳାଶ ଚନ୍ଦ୍ର ମହାପାତ୍ର |
ସନ୍ତାନ | ୨ ପୁଅ, ୧ ଝିଅ |
ବାପା/ବୋଉ | କୃଷ୍ଣ ଚନ୍ଦ୍ର ସାମନ୍ତରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରେମଲତା ମହାପାତ୍ର (୧୫ ଜୁଲାଇ ୧୯୫୦ - ୧ ମଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷ ଓ ପରିବାର
[ସମ୍ପାଦନା]ପ୍ରେମଲତା ମହାପାତ୍ର ୧୯୫୦ ମସିହାର ଜୁଲାଇ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣଚନ୍ଦ୍ର ସାମନ୍ତରାୟ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ଥିଲା । ପ୍ରେମଲତାଙ୍କ ପତିଙ୍କ ନାମ କୈଳାଶ ଚନ୍ଦ୍ର ମହାପାତ୍ର । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ସମେତ ସମୁଦାୟ ସନ୍ତାନ ସଂଖ୍ୟା ତିନି ।
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରେମଲତା ମହାପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।
୧୯୯୭ ମସିହାରେ ହୋଇଥିବା ଉପ-ନିର୍ବାଚନରେ ପ୍ରେମଲତା ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୨ ଫେବୃଆରୀ ୧୯୯୭ରୁ ୨୦୦୦ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ପ୍ରେମଲତା ୨୦୧୫ ମସିହାର ମଇ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Late Premalata Mohapatra". odishaassembly.nic.in. Odisha Assembly. Retrieved 23 June 2019.