ଜୀବିତପୁତ୍ରିକା

ଉଇକିପିଡ଼ିଆ‌ରୁ
(Jivitputrikaରୁ ଲେଉଟି ଆସିଛି)
ଜୀବିତପୁତ୍ରିକା
କଲିକତାର ଗଙ୍ଗାକୂଳରେ ଜୀବିତପୁତ୍ରିକା ପାଳନର ଦୃଶ୍ୟ
ପାଳନକାରୀହିନ୍ଦୁ ଧର୍ମାବଲମ୍ବୀ
ପ୍ରକାରହିନ୍ଦୁ ପର୍ବ
ଆରମ୍ଭଆଶ୍ୱିନ ଶୁକ୍ଳ ସପ୍ତମୀ
ଶେଷଆଶ୍ୱିନ ଶୁକ୍ଳ ନବମୀ
ତାରିଖସେପ୍ଟେମ୍ବର
ପୁନଃପୌନିକତାବାର୍ଷିକ

ଜୀବିତପୁତ୍ରିକା (ଜିତିୟା ଭାବରେ ମଧ୍ୟ ଜଣା) ଏକ ତିନି ଦିନିଆ ହିନ୍ଦୁ ପର୍ବ ଯାହାକି ଆଶ୍ୱିନ ମାସଶୁକ୍ଳ ପକ୍ଷର ସପ୍ତମୀରୁ ନବମୀ ଯାଏଁ ପାଳନ କରାଯାଏ । ଏହା ମୁଖ୍ୟତଃ ବିହାର, ଝାଡ଼ଖଣ୍ଡଉତ୍ତର ପ୍ରଦେଶରେ ମୈଥିଳୀ, ମଗଧି ଏବଂ ଭୋଜପୁରୀ ଭାଷାର ବ୍ୟବହାର ଲୋକମାନେ ପାଳନ କରନ୍ତି ।[୧] ଏହି ପର୍ବର ମାଆମାନେ ସେମାନଙ୍କର ପିଲାମାନଙ୍କର ଶୁଭ ମନାସି ନିର୍ଜଳା ଉପବାସ କରନ୍ତି ।[୨]

ରୀତିନୀତି[ସମ୍ପାଦନା]

ଏହା ଏକ ତିନି ଦିନିଆ ପର୍ବ ଅଟେ । [୩]

  • ନାହାଇ-ଖାଇ: ଏହି ପର୍ବର ପ୍ରଥମ ଦିନ ହେଉଛି ନାହାଇ-ଖାଇ, ଯେଉଁଦିନ ମାଆମାନେ ଗାଧୋଇବା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତି । ଏହିଦିନ ଖାଦ୍ୟ ଶାକାହାରୀ ହୋଇଥାଏ, ଯାହାକି ଘିଅ ଏବଂ ହିମାଳୟାନ୍ ଲୁଣରେ ପ୍ରସ୍ତୁତ ହୋଇଥାଏ ।
  • ଖୁର-ଜିତିଆ ବା ଜୀବିତପୁତ୍ରିକା ଦିନ: ଏହା ହେଉଛି ଏହି ପର୍ବର ଦ୍ୱିତୀୟ ଦିନ ଏବଂ ମାଆମାନେ ନିର୍ଜଳା ଉପବାସ କରନ୍ତି ।
  • ପରାନା: ଏହା ହେଉଛି ତୃତୀୟ ଦିନ ଯେଉଁଦିନ ମାଆମାନେ ଉପବାସ ଭାଙ୍ଗନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଜିମୁତବାହାନ ଗନ୍ଧର୍ବମାନଙ୍କର ରାଜା ଥିଲେ । ଏକଦା ସେ ତାଙ୍କର ଭାଇମାନଙ୍କୁ ରାଜ୍ୟ ଭାର ସମର୍ପି ଦେଇ ନିଜ ପିତାଙ୍କର ସେବା କରିବାକୁ ଜଙ୍ଗଲକୁ ଚାଲି ଯାଇଥିଲେ । ଜଙ୍ଗଲରେ ସେ ଜଣେ ବୃଦ୍ଧାଙ୍କୁ କାନ୍ଦୁଥିବାର ଦେଖିଲେ । ସେ ବୃଦ୍ଧାଜଣକ ନାଗବଂଶୀ (ନାଗମାନଙ୍କର ପରିବାରରୁ) ଥିଲେ ଏବଂ ତାଙ୍କୁ ତାଙ୍କର ଏକ ଶପଥ ପୂରଣ କରିବାକୁ ତାଙ୍କ ପୁଅକୁ ଗରୁଡ଼ଙ୍କୁ ଖାଇବାକୁ ଦେବାକୁ ହେବ । ଏହା ଶୁଣି ଜିମୁତବାହାନ ତାଙ୍କ ପୁଅକୁ ସୁରକ୍ଷା ଦେବାକୁ କଥା ଦେଇଥିଲେ ଏବଂ ନିଜକୁ ଗରୁଡ଼ଙ୍କୁ ସମ୍ପର୍ପିବାକୁ ନିଷ୍ପତ୍ତି ନେଇଥିଲେ । ପରଦିନ ସେ ଏକ ପଥରର ଶଯ୍ୟା ଉପରେ ପଡ଼ି ରହି ଗରୁଡ଼ ନିକଟରେ ନିଜକୁ ସମର୍ପି ଦେଇଥିଲେ । ଗରୁଡ଼ ଆସି ଜିମୁତବାହାନଙ୍କୁ ନିଜ ପଞ୍ଝାରେ ଆକ୍ରମଣ କରିଥିଲେ । ଆକ୍ରମଣ ସତ୍ତ୍ୱେ ଜିମୁତବାହାନ ଶାନ୍ତ ରହିଥିଲେ, ତେଣୁ ଗରୁଡ଼ ଆକ୍ରମଣ କରିବା ବନ୍ଦ କରିଦେଇଥିଲେ ଏବଂ ତାଙ୍କୁ ତାଙ୍କର ପରିଚୟ ମାଗିଥିଲେ । ଏହାପରେ ଜିମୁତବାହାନ ସବୁକଥା ଗରୁଡ଼ଙ୍କ ଆଗରେ ବର୍ଣ୍ଣନା କରିବାକୁ ସେ ପ୍ରୀତ ହୋଇଯାଇଥିଲେ ଏବଂ ସେବେଠାରୁ ସେ ନାଗବଂଶୀଙ୍କର କୌଣସି ପ୍ରାଣୀଙ୍କୁ ଆକ୍ରମଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କିମ୍ବଦନ୍ତୀ ଅନୁସାରେ ମାଆମାନେ ନିଜ ପିଲାମାନଙ୍କର କଲ୍ୟାଣ ପାଇଁ ଏହି ବ୍ରତ ପାଳନ କରନ୍ତି ।[୪]

ଆଧାର[ସମ୍ପାଦନା]

  1. https://www.prabhatkhabar.com/religion/jivitputrika-vrat-2020-jitiya-puja-vidhi-nahay-khay-date-and-timing-shubh-muhurt-jeevaputrika-vow-will-start-from-today-with-hi-khay-know-what-is-important-to-keep-in-mind-during-the-fast-rdy-2
  2. "Jivitputrika Vrat 2016 (Jitiya 2016) Date & Hindu Panchang - Indian Astrology". July 18, 2016. Archived from the original on January 25, 2017. Retrieved September 4, 2016.
  3. "Jivitputrika Vrat 2020 Date, Time & Significance". Retrieved 9 September 2020.
  4. "Significance of Jivitputrika Vrat". Archived from the original on 2020-09-30. Retrieved 2021-12-11.