Jump to content

ଇମିଗ୍ଲୁସେରେଜ

ଉଇକିପିଡ଼ିଆ‌ରୁ
(Imigluceraseରୁ ଲେଉଟି ଆସିଛି)
ଇମିଗ୍ଲୁସେରେଜ
Clinical data
Trade namesCerezyme
AHFS/Drugs.commonograph
MedlinePlusa601149
data
Routes of
administration
Intravenous infusion
Legal status
Legal status
Pharmacokinetic data
Metabolismprobably proteolysis
Elimination half-life3.6–10.4 min
Identifiers
Chemical and physical data
FormulaC2532H3854N672O711S16
Molar mass55597.4 (unglycosylated)
  (verify)

ଇମିଗ୍ଲୁସେରେଜ, (ଇଂରାଜୀ ଭାଷାରେ Imiglucerase), ସେରେଜାଇମ ନାମରେ ଏହାର ଏକ ବିକ୍ରୟ ନାମ, ଗାଉଚର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ନିର୍ଦ୍ଦିଷ୍ଟ ଭାବରେ ଏହାର ପ୍ରକାର ୧ ଏବଂ ୩ ରୋଗ ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହା ଦୀର୍ଘକାଳୀନ ଭାବରେ ବ୍ୟବହୃତ ହୁଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, କାଶ, ମୁଣ୍ଡବିନ୍ଧା, ଗଲୁ ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଉଚ୍ଚ ରକ୍ତଚାପ, ନିମୋନିଆ ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ରେକମ୍ବିନାଣ୍ଟ ଡିଏନଏ (DNA) ପ୍ର‌ଯୁକ୍ତିଜ୍ଞାନଦ୍ୱାରା ଉତ୍ପାଦିତ ଏକ ପ୍ରକାର ଏନଜାଇମ β-ଗ୍ଲୁକୋସେରେବ୍ରୋସାଇଡେଜ ଅଟେ ।[]

୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇମିଗ୍ଲୁସେରେଜ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୪୦୦ ୟୁନିଟର ୨୦୨୧ ସୁଦ୍ଧା ମୂଲ୍ୟ ୧୧୦୦ ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୫୦ ଡଲାର ଅଟେ ।[]

  1. "Cerezyme EPAR". European Medicines Agency (EMA). Archived from the original on 28 January 2021. Retrieved 18 January 2021.
  2. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 1113. ISBN 978-0857114105.
  3. 1 2 "Cerezyme". Archived from the original on 28 January 2021. Retrieved 25 November 2021.
  4. 1 2 3 4 "Imiglucerase Monograph for Professionals". Drugs.com (in ଇଂରାଜୀ). Archived from the original on 30 March 2016. Retrieved 25 November 2021.
  5. "Imiglucerase Prices, Coupons & Savings Tips - GoodRx". GoodRx. Retrieved 25 November 2021.