ଉତ୍ତାପ ରୋଗ

ଉଇକିପିଡ଼ିଆ‌ରୁ
(Heat illnessରୁ ଲେଉଟି ଆସିଛି)
Heat-related illness, heat stress[୧]
Person being cooled with water spray, one of the treatments of heat stroke. In Iraq in 1943.
ବିଭାଗEmergency medicine
ଲକ୍ଷଣVaries by type[୧]
କାରଣEnvironmental heat[୨]
ବିପଦ କାରକOther health problems, exercising in the heat, mental illness, alcohol, recently going from a cooler to hotter climate[୩][୨]
ସଠିକ ରୋଗ ନିର୍ଣ୍ଣୟInfection, thyroid storm, anticholinergic toxicity, neuroleptic malignant syndrome, serotonin syndrome[୪]
ପ୍ରତିକାରAir-conditioning[୫]
ଚିକିତ୍ସାCooler environment, lying down, wet the skin and clothing, ice packs, fan the person[୧]
ପୁନଃପୌନିକCommon[୪]
ମୃତ୍ୟୁ ସାନ୍ଦ୍ରତା650 deaths/yr (USA)[୫]

ଉତ୍ତାପ ରୋଗ ହୁଏ ଯେତେବେଳେ ଉତ୍ତପ୍ତ ପରିବେଶର ସଂସ୍ପର୍ଶରେ ମଣିଷ ଆସିଥାଏ ।[୨] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଘିମିରି, ଉତ୍ତାପ ଜନିତ ମାଂସପେଶୀ କ୍ରାମ୍ପ; ଉତ୍ତାପ ସିଙ୍କୋପ୍ ସହିତ ସଂକ୍ଷିପ୍ତ ଚେତନା ହାନି; ପ୍ରବଳ ଝାଳ ବୋହିବା, ଦୁର୍ବଳତା, ମୁଣ୍ଡବିନ୍ଧା, ଏବଂ ଉତ୍ତାପ କ୍ଳାନ୍ତି ସହିତ ଅଇ; ଦ୍ୱନ୍ଦ୍ୱ, ବାତ ଏବଂ ଅଂଶୁଘାତ ସହିତ ଶରୀରର ଅତ୍ୟଧିକ ତାପମାତ୍ରା ବୃଦ୍ଧି ।[୧]

ବିପଦ କାରଣଗୁଡ଼ିକ ମଧ୍ୟରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍ତାପରେ ବ୍ୟାୟାମ, ମାନସିକ ରୋଗ, ମଦ୍ୟପାନ ଏବଂ ନିକଟ ଅତୀତରେ ଏକ ଥଣ୍ଡା ସ୍ଥାନରୁ ଗରମ ଜଳବାୟୁକୁ ଯିବା ।[୩] [୨] ଅନ୍ୟ କେତେକ ଉତ୍ସ ମଧ୍ୟରୁ ଉତ୍ତାପ ଇଡିମା ଏବଂ ରାବଡୋମାୟୋଲାଇସିସ (ମାଂସପେଶୀ ଭାଙ୍ଗିବା) ଅନ୍ୟତମ ।[୧] [୩]

ପ୍ରତିଷେଧ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବା, କମି ଯାଇଥିବା ଲୁଣକୁ ପୁରଣ କରିବା ଏବଂ ଉତ୍ତାପରେ ରହିବା ସମୟ ସୀମିତ କରିବା ।[୨] ଯେଉଁମାନଙ୍କ ଘରେ ଶୀତତାପ ନିୟନ୍ତ୍ରିତ ସୁବିଧା ନାହିଁ, ସେମାନଙ୍କ ପାଇଁ ସର୍ବସାଧାରଣ ଶୀତତାପ ନିୟନ୍ତ୍ରିତ ସୁବିଧା ଗୁରୁତ୍ୱପୂର୍ଣ୍ଣ ।[୫] ଚିକିତ୍ସା ମଧ୍ୟରେ ଥଣ୍ଡା ପରିବେଶରେ କାମ କରିବା, ଶୋଇବା, ଚର୍ମ ଏବଂ ପୋଷାକକୁ ଥଣ୍ଡା ପାଣିରେ ଓଦା କରିବା, ଜଙ୍ଘ ସନ୍ଧି ଓ କାଖରେ ବରଫ ପ୍ୟାକ୍ ଏବଂ ବ୍ୟକ୍ତିଙ୍କୁ ପଙ୍ଖା କରିବା ଆବଶ୍ୟକ ହୋଇପାରେ ।[୧]

ଉତ୍ତାପ ରୋଗ ଏକ ସାଧାରଣ ରୋଗ ଅଟେ ।[୪] ଏହା ସାଧାରଣତଃ ବୃଦ୍ଧ ଏବଂ ଯୁବକମାନଙ୍କଠାରେ ଦେଖାଯାଏ ।[୩] ଯୁକ୍ତରାଷ୍ଟ୍ରରେ ଏହା ଯୋଗୁ ପ୍ରତିବର୍ଷ ପ୍ରାୟ ୬୫୦ ମୃତ୍ୟୁ ହୋଇଥାଏ ଏବଂ ନିର୍ଜନ ବନ ପ୍ରାନ୍ତରରେ ପ୍ରାୟ ୭% ମୃତ୍ୟୁ ହୋଇଥାଏ ।[୫] [୩] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୫] ୨୧୦୦ ସୁଦ୍ଧା ଏହା ଅଧିକ ସାଧାରଣ ହେବ ବୋଲି ପୂର୍ବାନୁମାନ କରାଯାଇଛି ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Heat Stress Related Illness | NIOSH | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 May 2022. Archived from the original on 13 January 2022. Retrieved 6 July 2022.
  2. ୨.୦ ୨.୧ ୨.୨ ୨.୩ ୨.୪ "Heat Illness". medlineplus.gov. Archived from the original on 4 July 2016. Retrieved 7 July 2022.
  3. ୩.୦ ୩.୧ ୩.୨ ୩.୩ ୩.୪ Lugo-Amador, Nannette M; Rothenhaus, Todd; Moyer, Peter (2004). "Heat-related illness". Emergency Medicine Clinics of North America. 22 (2): 315–27, viii. doi:10.1016/j.emc.2004.01.004. PMID 15163570.
  4. ୪.୦ ୪.୧ ୪.୨ Leiva, DF; Church, B (January 2022). "Heat Illness". PMID 31971756. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ ୫.୩ ୫.୪ "Heat Related Illness" (PDF). CDC. Archived (PDF) from the original on 25 May 2022. Retrieved 9 July 2022.
  6. Mora, C; Counsell, CWW; Bielecki, CR; Louis, LV (November 2017). "Twenty-Seven Ways a Heat Wave Can Kill You: Deadly Heat in the Era of Climate Change". Circulation. Cardiovascular quality and outcomes. 10 (11). doi:10.1161/CIRCOUTCOMES.117.004233. PMID 29122837.