ଘିମିରି
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. (ସେପ୍ଟେମ୍ବର ୨୦୨୦) |

ଘିମିରି ଏକ ଚର୍ମଜନିତ ରୋଗ ।ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ । ଏହା ବ୍ୟତିତ ଝାଳ ବାହାରୁ ନଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଘିମିରି ଦେଖାଯାଇଥାଏ । ଶରୀରରୁ ସ୍ୱେଦ ନ ବାହାରିବା ଫଳରେ ଚର୍ମରେ ଲୋମକୂପଗୁଡିକ ବନ୍ଦ ହେଇଯାଏ । ଏହା ଫଳରେ ଶରୀରରେ ଝାଳ ବାହାରି ନଥାଏ । ସାଧାରଣତଃ ଖରାଦିନେ ପ୍ରାୟ ଲୋକଙ୍କଠାରେ ଘିମିରି ବାହାରି ଥାଏ ।
ଏହା ବାହାରିବାର କେତେକ କାରଣ ରହିଛି, ଯଥା-ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଗଲେ, ରକ୍ତ ବିଶୁଦ୍ଧ ନ ରହିଲେ, ସନ୍ତୁଳିତ ଖାଦ୍ୟ ନ ଖାଇଲେ, କୌଣସି କାରଣରୁ ଆଲର୍ଜି ହେଇଥିଲେ, ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ ।
ଉପଚାର[ସମ୍ପାଦନା]
ଘିମିରର ଉପଚାର ପାଇଁ ନିମ୍ମୋକ୍ତ ଘରୋଇ ଉପଚାର କରାଯାଇପାରେ ।
- ଗାଧୋଇବା ପାଣିରେ ଡେଟଲ ପକାଇ ଗାଧାନ୍ତୁ ।
- ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ ।
- ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ ।
- ଫ୍ରିଜ ପାଣି ନ ପିଇ ମାଠିଆ ବା ସୁରେଇର ପାଣି ପିଅନ୍ତୁ ।
ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |