ଉତ୍ତାପ କ୍ଲାନ୍ତି

ଉଇକିପିଡ଼ିଆ‌ରୁ
ଉତ୍ତାପ କ୍ଲାନ୍ତି
Heat stress[୧]
Differentiation between heat exhaustion and heat stroke
ବିଭାଗEmergency medicine
ଲକ୍ଷଣHeadache, nausea, lightheadedness, sweating, increased body temperature[୨]
କାରଣHigh temperatures with not enough fluids[୩]
ବିପଦ କାରକOlder age, high blood pressure, intense exercise[୨][୧]
ଚିକିତ୍ସାMoving to a cool environment, drinking fluids, putting cool water on the body[୨]
ପୁନଃପୌନିକ4 per 10,000 ER visits (USA)[୪]

ଉତ୍ତାପ କ୍ଲାନ୍ତି କୁହାଯାଏ ଯେତେବେଳେ ଅତ୍ୟଧିକ ଉତ୍ତାପ ସଂସ୍ପର୍ଶ ଜନିତ ଝାଳ ବୋହିବା ଯୋଗୁ ଅତ୍ୟଧିକ ଜଳ ଓ ଲବଣ କମିଯିବା ଫଳରେ ଶରୀରରେ ଅନେକ ପ୍ରତିକ୍ରିୟା ହୁଏ । [୨] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ବାନ୍ତି, ହାଲୁକା ମୁଣ୍ଡ, ଝାଳ ବୋହିବା ଏବଂ ଶରୀରର ତାପମାତ୍ରା ବୃଦ୍ଧି ପାଏ କିନ୍ତୁ ୪୦.୫° ସେ (୧୦୪° ଫା)ରୁ ଅଧିକ ନୁହେଁ ।[୨] [୧] ଲକ୍ଷଣମାନଙ୍କର ଆରମ୍ଭ ଶୀଘ୍ର କିମ୍ବା ଅନେକ ଦିନ ଧରି ହୋଇପାରେ। [୫] [୨] ଚିକିତ୍ସା ନ ପାଇଲେ ଅଂଶୁଘାତ ହୋଇପାରେ ।[୩]

ଏହାର କାରଣରେ ଉଚ୍ଚ ତାପମାତ୍ରା ସଂସ୍ପର୍ଶ ଥାଇ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ଶରୀରରେ ନଥିଲେ ଏହିପରି ପରିସ୍ଥିତ ଉତ୍ପନ୍ନ ହୁଏ ।[୩] ବିପଦ କାରଣଗୁଡ଼ିକ ମଧ୍ୟରେ ଅଧିକ ତ‌ଥା ଅଳ୍ପ ବୟସ, ଉଚ୍ଚ ରକ୍ତଚାପ ଏବଂ ତୀବ୍ର ବ୍ୟାୟାମ ହୋଇଥାଏ ।[୨] [୧] [୫] ଏହା ମଧ୍ୟମ ଗମ୍ଭୀରତାର ଏକ ପ୍ରକାର ଉତ୍ତାପ ରୋଗ ।[୨] [୫] ଅଂଶୁଘାତ ପରି ଏଥିରେ ମାନସିକ ଦ୍ୱନ୍ଦ୍ୱ ହୁଏ ନାହିଁ ।[୪]

ଏହାର ପରିଚାଳନାରେ ଏକ ଶୀତଳ ପରିବେଶକୁ ଯିବା, ଥଣ୍ଡା ତରଳ ପଦାର୍ଥ ପିଇବା ଏବଂ ଶରୀର ଉପରେ ଥଣ୍ଡା ପାଣି ରଖିବା ଆବଶ୍ୟକ ହୁଏ ।[୨] ବ୍ୟାୟାମ ବନ୍ଦ କରାଯିବା ଉଚିତ ଏବଂ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ଦୂରେଇ ରହିବା ଉଚିତ୍ ।[୫] ଜରୁରୀକାଳୀନ ବିଭାଗରେ ରୋଗୀ ଅବସ୍ଥାର ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦିଆଯାଏ ।[୪] ଉତ୍ତାପ ଅଭ୍ୟାସ ଏବଂ ସୁସ୍ଥ ରହିବା ତାଲିମ ବିପଦକୁ ହ୍ରାସ କରିପାରେ ।[୫]

ଗରମ ଥକାପଣ ବା ଉତ୍ତାପ କ୍ଲାନ୍ତି ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ ।[୫] ଯୁକ୍ତରାଷ୍ଟ୍ରରେ ୧୦,୦୦୦ ଜଣଙ୍କ ମଧ୍ୟରୁ ୪ ଜଣ ଜରୁରୀକାଳୀନ ବିଭାଗକୁ ଯିବା ଆବଶ୍ୟକ ହୁଏ ।[୪] ଆଗାମୀ କିଛି ଦଶନ୍ଧି ମଧ୍ୟରେ ଉତ୍ତାପ ରୋଗ ଅଧିକ ସାଧାରଣ ହେବ ବୋଲି ପୂର୍ବାନୁମାନ କରାଯାଇଛି ।[୫] ଶୀତତାପ ନିୟନ୍ତ୍ରିତ ସ୍ଥାନଗୁଡିକର ଉପଲବ୍ଧତା ସହିତ ଶୀତ-ତାପ ନିୟନ୍ତ୍ରଣ ପାଇଁ ସୁପାରିଶ କରାଯାଇଥିବା ଯୋଜନା ସୁପାରିଶ କରାଯାଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Leiva, DF; Church, B (January 2022). "Heat Illness". PMID 31971756. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Heat Stress Related Illness | NIOSH | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 May 2022. Archived from the original on 13 January 2022. Retrieved 10 July 2022.
  3. ୩.୦ ୩.୧ ୩.୨ "Heat Illness". medlineplus.gov. Archived from the original on 4 July 2016. Retrieved 10 July 2022.
  4. ୪.୦ ୪.୧ ୪.୨ ୪.୩ Gauer, R; Meyers, BK (15 April 2019). "Heat-Related Illnesses". American family physician. 99 (8): 482–489. PMID 30990296.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ Kenny, Glen P.; Wilson, Thad E.; Flouris, Andreas D.; Fujii, Naoto (2018). "Heat exhaustion". Handbook of Clinical Neurology. 157: 505–529. doi:10.1016/B978-0-444-64074-1.00031-8. PMID 30459023.