ଯୌନାଙ୍ଗ ଭାତୁଡ଼ି

ଉଇକିପିଡ଼ିଆ‌ରୁ
(Genital wartରୁ ଲେଉଟି ଆସିଛି)
Genital warts
Condylomata acuminata, venereal warts, anal warts, anogenital warts
Severe case of genital warts around the anus of a female
ବିଭାଗInfectious disease
ଲକ୍ଷଣSkin lesion that is generally pink in color and project outward[୧]
ଆକ୍ରାନ୍ତ ସମୟ1-8 months following exposure[୨]
କାରଣHPV types 6 and 11[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, can be confirmed by biopsy[୩]
ସଠିକ ରୋଗ ନିର୍ଣ୍ଣୟMolluscum contagiosum, skin tags, condyloma latum, squamous cell carcinoma[୧]
ପ୍ରତିକାରHPV vaccine, condoms[୨][୪]
ଔଷଧPodophyllin, imiquimod, trichloroacetic acid[୩]
ଚିକିତ୍ସାMedications, cryotherapy, surgery[୩]
ପୁନଃପୌନିକ~1% (US)[୨]

ଯୌନାଙ୍ଗ ଭାତୁଡ଼ି (ଇଂରାଜୀ ଭାଷାରେ Genital warts) ଏକ ପ୍ରକାର ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ସଂକ୍ରମଣ ଯାହା ମାନବ ପାପିଲୋମାଭୂତାଣୁ (ଏଚପିଭି/ HPV) ଦ୍ୱାରା ସଞ୍ଚାରିତ ହୁଏ [୪] ସେଗୁଡ଼ିକ ସାଧାରଣତଃ ପିଙ୍କ/ ଗୋଲାପୀ ରଙ୍ଗର ଏବଂ ଚର୍ମ ପୃଷ୍ଠରୁ ବାହାରକୁ ବାହାରିଥାଏ | [୧] ସାଧାରଣତଃ ଏହି ରୋଗ ଅଳ୍ପ ଲକ୍ଷଣ ସୃଷ୍ଟି କରେ, କିନ୍ତୁ ବେଳେବେଳେ ଯନ୍ତ୍ରଣାଦାୟକ ହୋଇପାରେ | [୩] ସାଧାରଣତଃ ରୋଗୀ ସଂସ୍ପର୍ଶରେ ଆସିବାର ଏକରୁ ଆଠ ମାସ ପରେ ଦେଖାଯାଏ | [୨] ୱାର୍ଟ ହେଉଛି ମାନବ ପାପିଲୋମାଭୂତାଣୁ (HPV) ସଂକ୍ରମଣର ଅତି ସହଜ ଚିହ୍ନିତ ଲକ୍ଷଣ | [୨]

ଏଚପିଭି ପ୍ରକାର ୬ ଏବଂ ୧୧ ଯୌନାଙ୍ଗ ଭାତୁଡ଼ିର ଏକ ସାଧାରଣ କାରଣ | [୩] ଏହା ସିଧାସଳଖ ଚର୍ମରୁ ଚର୍ମ ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ, ସାଧାରଣତଃ ସଂକ୍ରମିତ ସାଥୀ ସହିତ ପାଟି, ଯୌନାଙ୍ଗ କିମ୍ବା ମଳଦ୍ୱାର ଯୌନ‌କ୍ରିୟା ସମୟରେ ବ୍ୟାପିଥାଏ | [୨] ଲକ୍ଷଣ ଉପରେ ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବାୟୋପ୍ସିଦ୍ୱାରା ସୁନିଶ୍ଚିତ କରାଯାଏ । [୩] କର୍କଟ ରୋଗ ସୃଷ୍ଟି କରୁଥିବା ଏଚପିଭି ଗୁଡ଼ିକ ୱାର୍ଟ ସୃଷ୍ଟି କରୁଥିବା ଏଚପିଭି ସ‌ହିତ ସମାନ ନୁହେଁ |

ଏଚପିଭି ଟିକାକଣ୍ଡୋମ ସାହାଯ୍ୟରେ ଏହି ରୋଗ ରୋକାଯାଇପାରେ | [୨] [୪] ଏହାର ଚିକିତ୍ସାରେ ପୋଡୋଫିଲିନ୍, ଇମିକ୍ୱିମୋଡ, ଏବଂ ଟ୍ରାଇକ୍ଲୋରୋଆସେଟିକ ଏସିଡ କ୍ରିମ ବ୍ୟବ‌ହାର କରାଯାଏ | [୩] କ୍ରାୟୋଥେରାପି କିମ୍ବା ଅସ୍ତ୍ରୋପଚାର ମଧ୍ୟ ଏକ ବିକଳ୍ପ ହୋଇପାରେ | [୩] ଚିକିତ୍ସା ପରେ ଭାତୁଡ଼ି ପ୍ରାୟ ଛଅ ମାସ ମଧ୍ୟରେ ଉପଶମ ହୁଏ | [୨] ବିନା ଚିକିତ୍ସାରେ ଏକ ତୃତୀୟାଂଶ ରୋଗ ସ୍ୱୟଂ ଭଲ ହୋଇଯାଏ । [୨]

ଯୁକ୍ତରାଷ୍ଟ୍ରରେ ପ୍ରାୟ ୧% ଲୋକଙ୍କର ଯୌନାଙ୍ଗ ଭାତୁଡ଼ି ଥାଏ | [୨] ଅନେକ ଲୋକ ସଂକ୍ରମିତ ହେଲେବି ଲକ୍ଷଣ ଦେଖାଯାଏ ନାହିଁ। [୨] ଟୀକାକରଣ ବିନା ପ୍ରାୟ ସମସ୍ତ ଯୌନ ସକ୍ରିୟ ବ୍ୟକ୍ତି ସେମାନଙ୍କ ଜୀବନର କୌଣସି ଏକ ସମୟରେ ଏକ ପ୍ରକାରର ଏଚପିଭି ସଂକ୍ରମିତ ହୁଅନ୍ତି | [୫] ଖ୍ରୀଷ୍ଟପୂର୍ବ ୩୦୦ ମସିହାରେ ହିପୋକ୍ରେଟସ ସମୟରୁ ଏହି ରୋଗ ଜଣାଶୁଣା ଅଛି। [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1376. ISBN 9780323529570.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Juckett, G; Hartman-Adams, H (Nov 15, 2010). "Human papillomavirus: clinical manifestations and prevention". American Family Physician. 82 (10): 1209–13. PMID 21121531.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "CDC - Genital Warts - 2010 STD Treatment Guidelines". www.cdc.gov (in ଆମେରିକୀୟ ଇଂରାଜୀ). 28 January 2011. Archived from the original on 8 July 2018. Retrieved 2 January 2018.
  4. ୪.୦ ୪.୧ ୪.୨ "Genital warts". NHS. 21 August 2017. Retrieved 2 January 2018.
  5. US National Cancer Institute. "HPV and Cancer". Retrieved 2 January 2018.
  6. Syrjänen, Kari J.; Syrjänen, Stina M. (2000). Papillomavirus infections in human pathology. Chichester [u.a.]: Wiley. p. 1. ISBN 9780471971689.