ଏଚପିଭି ଟିକା

ଉଇକିପିଡ଼ିଆ‌ରୁ
ଏଚପିଭି ଟିକା
Vaccine description
Target diseasehuman papillomavirus
TypeProtein subunit
Clinical data
Trade namesGardasil, Cervarix
Pregnancy
category
  • US: B (No risk in non-human studies)
Routes of
administration
injection
ATC code
Legal status
Legal status
Identifiers
ChemSpider
  • none
 ☒NcheckY (what is this?)  (verify)

ହ୍ୟୁମ୍ୟାନ ପାପିଲୋମା ଭୁତାଣୁ (ଏଚପିଭି) ଟିକା ଏକ ପ୍ରକାର ଟିକା ଯାହା କେତେକ ପ୍ରକାର ହ୍ୟୁମ୍ୟାନ ପାପିଲୋମା ଭୁତାଣୁ ସଂକ୍ରମଣକୁ ପ୍ରତିରୋଧ କରେ ।[୧] ମିଳୁଥିବା ଟିକା ୨ ବା ୪ ବା ୯ ପ୍ରକାର ଏଚପିଭି ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ ।[୧][୨] ସବୁ ପ୍ରକାର ଟିକା ଅତି କମ୍‌ରେ ଏଚପିଭି ୧୬ ଓ ୧୮ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ ଯେହେତୁ ଏହି ଦୁଇ ପ୍ରକାର ଭୁତାଣୁ ଜରାୟୁ ଗ୍ରୀବା କର୍କଟ ରୋଗ ସଙ୍କଟର କାରଣ ହୋଇପାରେ । ଏହି ଟିକା ଯୋଗୁ ୭୦ % ଜରାୟୁ ଗ୍ରୀବା କର୍କଟ, ୮୦% ମଳାଶୟ କର୍କଟ, ୬୦ % ଯୋନୀପଥ କର୍କଟ, ୪୦ % ମହିଳା ଯୋନୀ କର୍କଟ ଓ ସମ୍ଭବତଃ କେତେକ ମୁଖ କର୍କଟ ରୋଗରୁ ସୁରକ୍ଷା ମିଳେ । [୩][୪][୫] ଅଧିକନ୍ତୁ ଏଚପିଭି ୪ ଓ ୯ ଟିକା ଯୋଗୁ ଯୋନୀ ୱାର୍ଟରୁ ସୁରକ୍ଷା ମିଳେ । [୧]

ରୁଟିନ ଟିକାକରଣ ସ‌ହିତ ଏଚପିଭି ଟିକା ସବୁ ସକ୍ଷମ ଦେଶରେ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି । ବୟସ ଅନୁପାତରେ ଦୁଇ ବା ତିନି ଡୋଜ ଟିକା ଦେବା ଆବଶ୍ୟକ । ଝିଅମାନଙ୍କୁ ୯ରୁ ୧୩ ବର୍ଷ ବୟସ ମଧ୍ୟରେ ଟିକା ଦେବା କଥା । ଏହି ଟିକା ଅତି କମ୍‌ରେ ୮ ବର୍ଷ ସୁରକ୍ଷା ଦିଏ । ଟିକା ନେବା ପରେ ମଧ୍ୟ ଜରାୟୁଗ୍ରାବା କର୍କଟ ସ୍କ୍ରୀନିଙ୍ଗ (Cervical cancer screening) କରିବା ଆବଶ୍ୟକ । [୬] ଥରେ ସଂକ୍ରମିତ ହୋଇସାରିଲା ପରେ ଟିକା ଦେଲେ ଅକାମୀ ହୋଇଯାଏ । [୧]

ଏଚପିଭି ଟିକା ବ‌ହୁତ ନିରାପଦ । ଇଞ୍ଜେକସନ ସ୍ଥାନରେ ୮୦ % ଲୋକଙ୍କର କଷ୍ଟ ହୁଏ । ସେହି ସ୍ଥାନଟି ଫୁଲିଯାଇପାରେ, ଲାଲ ଦେଖାଯାଏ ଓ ଜ୍ୱର ହୋଇପାରେ । ଗୁଲେନ-ବାରେ ସିଣ୍ଡ୍ରୋମ ସ‌ହିତ କୌଣସି ଲିଙ୍କ ମିଳିନାହିଁ । [୧]

ପ୍ରଥମ ଏଚପିଭି ଟିକା ସନ ୨୦୦୬ରେ ମିଳିଲା । ସନ ୨୦୧୪ ସୁଦ୍ଧା ୫୮ଟି ଦେଶ ଏହାକୁ ରୁଟିନ ଭାବରେ ଦେଉଛନ୍ତି ବିଶେଷତଃ ଝିଅମାନଙ୍କୁ ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୪୭ ଆମେରିକୀୟ ଡଲାର ଥିଲା ।[୮] ଆମେରିକାରେ ଏହାର ମୂଲ୍ୟ ୨୦୦ ଡଲାର ଅପେକ୍ଷା ଅଧିକ ।[୯] ବିକାଶଶୀଳ ଦେଶମାନଙ୍କରେ ଏହା ଲାଭଜନ‌କ ହୁଏ । [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Human papillomavirus vaccines: WHO position paper, October 2014" (PDF). Weekly epidemiological record. 43 (89): 465-492. Oct 24, 2014. PMID 25346960.
  2. Kash, N; Lee, MA; Kollipara, R; Downing, C; Guidry, J; Tyring, SK (3 April 2015). "Safety and Efficacy Data on Vaccines and Immunization to Human Papillomavirus". Journal of clinical medicine. 4 (4): 614–33. doi:10.3390/jcm4040614. PMID 26239350.{{cite journal}}: CS1 maint: unflagged free DOI (link)
  3. De Vuyst, H; Clifford, GM; Nascimento, MC; Madeleine, MM; Franceschi, S (1 April 2009). "Prevalence and type distribution of human papillomavirus in carcinoma and intraepithelial neoplasia of the vulva, vagina and anus: a meta-analysis". International journal of cancer. Journal international du cancer. 124 (7): 1626–36. doi:10.1002/ijc.24116. PMID 19115209.
  4. Takes, RP; Wierzbicka, M; D'Souza, G; Jackowska, J; Silver, CE; Rodrigo, JP; Dikkers, FG; Olsen, KD; Rinaldo, A; Brakenhoff, RH; Ferlito, A (December 2015). "HPV vaccination to prevent oropharyngeal carcinoma: What can be learned from anogenital vaccination programs?". Oral oncology. 51 (12): 1057–60. doi:10.1016/j.oraloncology.2015.10.011. PMID 26520047.
  5. Thaxton, L; Waxman, AG (May 2015). "Cervical cancer prevention: immunization and screening 2015". The Medical clinics of North America. 99 (3): 469–77. doi:10.1016/j.mcna.2015.01.003. PMID 25841595.
  6. Saville, AM (30 November 2015). "Cervical cancer prevention in Australia: Planning for the future". Cancer cytopathology. PMID 26619381.
  7. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  8. "Vaccine, Hpv". International Drug Price Indicator Guide. Archived from the original on 17 December 2019. Retrieved 6 December 2015.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 314. ISBN 9781284057560.
  10. Fesenfeld, M; Hutubessy, R; Jit, M (20 August 2013). "Cost-effectiveness of human papillomavirus vaccination in low and middle income countries: a systematic review". Vaccine. 31 (37): 3786–804. doi:10.1016/j.vaccine.2013.06.060. PMID 23830973.