ଜେମିଫ୍ଲୋକ୍ସାସିନ
| Clinical data | |
|---|---|
| Synonyms | Gemifloxacin mesylate |
| AHFS/Drugs.com | monograph |
| MedlinePlus | a604014 |
| Pregnancy category |
|
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Bioavailability | 71% |
| Protein binding | 60–70% |
| Metabolism | Limited metabolism by the liver to minor metabolites |
| Excretion | Feces (61%); urine (36%) |
| Identifiers | |
| |
| Chemical and physical data | |
| Formula | C18H20FN5O4 |
| Molar mass | ୩୮୯.୩୯ g·mol−1 |
| 3D model (JSmol) | |
| |
| |
| (verify) | |
ଜେମିଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Gemifloxacin), ଫ୍ୟାକ୍ଟିଭ୍ ଏହାର ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ବର୍ଦ୍ଧିତ କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ ଏବଂ ମୃଦୁରୁ ମଧ୍ୟମ ଧରଣର ନିମୋନିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଗନରିଆ ରୋଗ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଅନ୍ୟ ବିକଳ୍ପ ଔଷଧ ଗୁଡ଼ିକ ଉପଯୁକ୍ତ ନ ହେଲେ ସାଧାରଣତଃ ଏହା ବ୍ୟବହୃତ ହୁଏ | [୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ରାସ, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟେଣ୍ଡନ୍ ଛିଣ୍ଡିବା, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଆନାଫାଇଲାକ୍ସିସ, ପେରିଫେରାଲ୍ ନିଉରୋପାଥି, ସାଇକୋସିସ୍ ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଫ୍ଲୋରୋକୁଇନୋଲୋନ ପରିବାରର ଏକ ସଦସ୍ୟ ଅଟେ ।[୧]
୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜେମିଫ୍ଲୋକ୍ସାସିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୩୨୦ ମିଗ୍ରା ବିଶିଷ୍ଟ ୫ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨୦ ଡଲାର ଥିଲା ।[୪] ସେଠାରେ ୨୦୧୫ ମସିହାରୁ ଏହାର ଉତ୍ପାଦନ କରିବାର ଅଧିକାରକୁ ନେଇ ବିବାଦ ହେତୁ ଔଷଧର ଅଭାବ ଦେଖାଦେଇଛି ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Gemifloxacin Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 3 December 2021.
- ↑ Canada, Public Health Agency of (28 July 2017). "Treatment of N. gonorrhoeae in response to the discontinuation of spectinomycin". www.canada.ca. Archived from the original on 1 October 2021. Retrieved 3 December 2021.
- ↑ "DailyMed - FACTIVE- gemifloxacin mesylate tablet". dailymed.nlm.nih.gov. Archived from the original on 21 December 2016. Retrieved 3 December 2021.
- ↑ "Factive Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 3 December 2021.
- ↑ "FDA Drug Shortages". www.accessdata.fda.gov. Archived from the original on 29 April 2021. Retrieved 3 December 2021.