ଗାଟିଫ୍ଲୋକ୍ସାସିନ
| Clinical data | |
|---|---|
| Trade names | Gatiflo, Tequin, Zymar, others |
| AHFS/Drugs.com | monograph |
| MedlinePlus | a605012 |
| Routes of administration | Eye drops, by mouth (discontinued), IV (discontinued)[୧] |
| Legal status | |
| Legal status |
|
| Pharmacokinetic data | |
| Protein binding | 20% |
| Elimination half-life | 7 to 14 hours |
| Identifiers | |
| |
| ECHA InfoCard | 100.190.526 |
| Chemical and physical data | |
| Formula | C19H22FN3O4 |
| Molar mass | ୩୭୫.୪0 g·mol−1 |
| 3D model (JSmol) | |
| |
| |
| (verify) | |
ଗାଟିଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Gatifloxacin), ଅନ୍ୟମାନଙ୍କ ମଧ୍ୟରେ ଟେକିନ ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଜୀବାଣୁ ଜନିତ ନେତ୍ରାବରଣ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଯନ୍ତ୍ରଣା, ଅସ୍ୱାଭାବିକ ସ୍ୱାଦ ଏବଂ ଆଖିର ଲାଲ ରଙ୍ଗ ଅଧିକ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ [୨] ଏହା ଫ୍ଲୋରୋକ୍ୱିନୋଲୋନ ପରିବାରର ସଦସ୍ୟ ଏବଂ ଜୀବାଣୁ ଜନିତ ଏନଜାଇମ ଡିଏନଏ ଗାଇରେଜ (DNA gyrase) ଏବଂ ଟୋପୋଆଇସୋମରେଜ ଚତୁର୍ଥକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]
ଗାଟିଫ୍ଲୋକ୍ସାସିନ ୧୯୮୬ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୯ରେ ଚିକିତ୍ସା କ୍ଷେତ୍ଋରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଉଚ୍ଚ କିମ୍ବା ନିମ୍ନ ରକ୍ତରେ ଶର୍କରାର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ପାଟିରେ ଦିଆଯାଉଥିବା ଏବଂ ଇଞ୍ଜେକ୍ସନ ସୂତ୍ର ପ୍ରତ୍ୟାହାର କରାଯାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Determination That TEQUIN (Gatifloxacin) Was Withdrawn From Sale for Reasons of Safety or Effectiveness". Archived from the original on 10 May 2021. Retrieved 3 December 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Gatifloxacin (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 25 November 2020. Retrieved 3 December 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 501. ISBN 9783527607495. Archived from the original on 2021-10-31. Retrieved 2021-04-01.