Jump to content

ଗିରୀଶ ଠାକୁରଲାଲ ନାନାବତୀ

ଉଇକିପିଡ଼ିଆ‌ରୁ
(G. T. Nanavatiରୁ ଲେଉଟି ଆସିଛି)
ଗିରୀଶ ଠାକୁରଲାଲ ନାନାବତୀ
14th Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
31 January 1994  27 September 1994
ପୂର୍ବ ଅଧିକାରୀବନୱାରୀଲାଲ ହଂସାରିଆ
ପର ଅଧିକାରୀବଲ୍ଲଭଦାସ ଐଦାନ ମୋହତା
Justice of the Supreme Court of India
କାର୍ଯ୍ୟକାଳ
6 March 1995  16 February 2000
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-02-17)୧୭ ଫେବୃଆରୀ ୧୯୩୫
Jambusar, Gujarat, British Raj
ମୃତ୍ୟୁ୧୮ ଡିସେମ୍ବର ୨୦୨୧(2021-12-18) (ବୟସ ୮୬)
Ahmedabad, Gujarat, India

ଗିରୀଶ ଠାକୁରଲାଲ ନାନାବତୀ (୧୭ ଫେବୃଆରୀ ୧୯୩୫ – ୧୮ ଡିସେମ୍ବର ୨୦୨୧) ଭାରତୀୟ ସୁପ୍ରିମ୍ କୋର୍ଟର ଏକ ବିଚାରପତି ଥିଲେ ।[] ତାଙ୍କ ଅବସର ନେବା ପରେ, ସେ ୧୯୮୪ର ଶିଖ-ବିରୋଧି ଦଙ୍ଗା ଏବଂ ୨୦୦୨ ଗୋଧ୍ରା ଦଙ୍ଗା ଉପରେ ତଦନ୍ତ କରିବା ପାଇଁ ଦୁଇଟି କମିଶନର ମୁଖ୍ୟ ହିସାବରେ ନିଯୁକ୍ତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୭ ଫେବୃଆରୀ ୧୯୩୫ରେ ଗୁଜରାଟର ଜମ୍ବୁସରରେ ଜନ୍ମ ନେଇଥିବା ନାନାବତି ପରିବାରର ୧୨ ଜଣ ଭାଇ-ଭଉଣୀ ମଧ୍ୟରୁ ବଡ଼ ଥିଲେ । ତାଙ୍କ ପରିବାରରେ, ତାଙ୍କ ପିତା, ଠାକୁରଦା ଏବଂ ଚାଚା ସମସ୍ତେ ଗୋଟିଏ ଗୋଟିଏ ପେଶାଗତ ଆଇନଜୀବୀ ଥିଲେ । ନାନାବତି ମୁମ୍ବାଇର ସେଣ୍ଟ ଜେଭିଅର୍ସ କଲେଜରେ ଶିକ୍ଷା ଅର୍ଜନ କରିଥିଲେ । ଉଚ୍ଚତର କଳା ଶିକ୍ଷା ଶେଷ କରିବା ପରେ, ସେ ମୁମ୍ବାଇର ସରକାରୀ ଆଇନ କଲେଜରେ ଆଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଭର୍ତ୍ତି ହୋଇଥିଲେ ।[]

ପେଶାଜୀବନ

[ସମ୍ପାଦନା]

୧୯୫୮ରେ ବମ୍ବେ ହାଇକୋର୍ଟରେ ଏକ ଆଇନଜୀବୀ ଭାବେ ଓକିଲାତି ଆରମ୍ଭ କରିଥିଲେ । ୧୯୬୦ ମସିହାରେ ବମ୍ବେ ରାଜ୍ୟର ବିଭାଜନଦ୍ୱାରା ତାଙ୍କ ମୁମ୍ବାଇରେ ଓକିଲାତି କରିବା ଇଚ୍ଛା ପୂରଣ ହୋଇପାରିଲା ନାହିଁ, ଯାହାର ପରିଣାମସ୍ୱରୂପ ତାଙ୍କୁ ଗୁଜରାଟକୁ ଫେରିବାକୁ ହୋଇଥିଲା । ଅହମଦାବାଦରେ ତାଙ୍କ ଓକିଲାତି ପେଶା ଆରମ୍ଭରେ ସମାନ୍ୟ ଥିଲା, କିନ୍ତୁ ଆଇନଜୀବୀ ଭାବେ ତାଙ୍କ ଦକ୍ଷତା ଅପରାଧମୂଳକ ମାମଲାରେ କାମ କରିବା ପରେ ଜଣାପଡ଼ିଲା । ୧୯୬୪ରେ ତାଙ୍କୁ ଏକ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା, ଯାହା ତାଙ୍କ କ୍ଷେତ୍ରରେ ଜୀବନର ମୋଡ ବଦଳାଇ ଦେଇଥିଲା ।

୧୯୭୯ରେ ସେ ଗୁଜରାଟ ହାଇକୋର୍ଟର ଏକ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କୁ ଏକ ବର୍ଷ ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ମାର୍ଚ୍ଚ ୧୯୯୫ରେ ସେ ସୁପ୍ରିମ୍ କୋର୍ଟରେ ଏକ ବିଚାରପତି ଭାବେ ନିଯୁକ୍ତ ହେଲେ । ୧୬ ଫେବୃଆରୀ ୨୦୦୦ରେ ସେ କାର୍ଯ୍ୟରୁ ଅବସର ନେଇଥିଲେ ।

ନାନାବତି କମିଶନ

[ସମ୍ପାଦନା]

ନାନାବତି କମିଶନକୁ ୧୯୮୪ର ଶିଖ ବିରୋଧି ଦଙ୍ଗା ତଦନ୍ତ ପାଇଁ ଗଠନ କରାଯାଇଥିଲା । ସେ କମିଶନର ଏକମାତ୍ର ସଦସ୍ୟ ଥିଲେ । କମିଶନ ମୁଖ୍ୟତଃ ଭାରତୀୟ ଜାତୀୟ କଂଗ୍ରେସର ସଜ୍ଜନ କୁମାର ଏବଂ ଜଗଦୀଶ ଟାଇଟଲର ଭୂମିକାକୁ ଉପସ୍ଥାପିତ କରିଥିଲା ।[] ନାନାବତୀ କମିଶନଙ୍କ ରିପୋର୍ଟ ଠିକ ସମୟରେ ସଦନରେ ଉପସ୍ଥାପନା ହୋଇପାରିନାହିଁ ।[]

ଗୋଧ୍ରା ଦଙ୍ଗା

[ସମ୍ପାଦନା]

୨୦୦୨ ମାର୍ଚ୍ଚରେ ନାନାବତିଙ୍କୁ ଦୁଇ ସଦସ୍ୟ ବିଶେଷ କମିଶନର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହାର ଶେଷ ରିପୋର୍ଟରେ ଦାବି କରାଯାଇଥିଲା ଯେ ପୋଲିସ୍ ଏବଂ ରାଜ୍ୟ ପ୍ରଶାସନ ମାଧ୍ୟମରେ କୌଣସି ଗୁରୁତର ଅବମାନନା ସମ୍ପନ୍ନ ହୋଇନଥିଲା ।[][]

ବ୍ୟକ୍ତିଗତ ଜୀବନ ଏବଂ ମୃତ୍ୟୁ

[ସମ୍ପାଦନା]

୧୮ ଡିସେମ୍ବର ୨୦୨୧ରେ ନାନାବତି ହୃଦଘାତରେ ୮୬ ବର୍ଷ ବୟସରେ ଅହମଦାବାଦସ୍ଥିତ ଘରରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।[][]

  1. "Justice G.T. Nanavati | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-18.
  2. "'I haven't absolved Cong: Nanavati". www.rediff.com. Retrieved 2024-12-18.
  3. "The Hindu : Front Page : Credible evidence against Tytler: Nanavati". web.archive.org. 2012-09-08. Archived from the original on 2012-09-08. Retrieved 2024-12-18.{{cite web}}: CS1 maint: bot: original URL status unknown (link)
  4. "UN rapporteur Christof Heyns urges government to make Nanavati commission report on 2002 riots public - timesofindia-economictimes". web.archive.org. 2015-09-23. Archived from the original on 2015-09-23. Retrieved 2024-12-18.
  5. "2002 Gujarat riots: Nanavati Commission submits final report to Anandiben Patel". The Indian Express (in ଇଂରାଜୀ). 2014-11-18. Retrieved 2024-12-18.
  6. "No police lapse in Gujarat riots: Justice Nanavati". www.rediff.com. Retrieved 2024-12-18.
  7. PTI (2021-12-18). "Ex-SC Judge Nanavati who probed Godhra, anti-Sikh riots passes away at 86". The Hindu (in Indian English). ISSN 0971-751X. Retrieved 2024-12-18.
  8. "Justice Nanavati, head of panels that probed 1984 and 2002 riots, dead". The Indian Express (in ଇଂରାଜୀ). 2021-12-18. Retrieved 2024-12-18.