Jump to content

ବାତ

ଉଇକିପିଡ଼ିଆ‌ରୁ
(Epileptic seizureରୁ ଲେଉଟି ଆସିଛି)

 

Epileptic seizure
Epileptic fit,[] seizure, fit, convulsions[]
Generalized 3 Hz spike and wave discharges in EEG
ବିଭାଗNeurology, emergency medicine
ଲକ୍ଷଣVariable[]
ଅବଧିTypically < 2 minutes[]
କାରଣProvoked: Low blood sugar, alcohol withdrawal, low blood sodium, fever, brain infection, concussion[][]
Unprovoked: Unknown, brain injury, brain tumor, previous stroke[][][][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, blood tests, medical imaging, electroencephalography[]
ସଠିକ ରୋଗ ନିର୍ଣ୍ଣୟSyncope, nonepileptic psychogenic event, tremor, migraine, transient ischemic attack[][]
ଚିକିତ୍ସାLess than 5 min: Place person on their side, remove nearby dangerous objects[]
More than 5 min: Treat as per status epilepticus[]
ପୁନଃପୌନିକ~10% of people (at one point in time)[][]

ବାତ ବ୍ୟାଧିରେ ମସ୍ତିଷ୍କରେ ଅସ୍ୱାଭାବିକ ଓ ଅତ୍ୟଧିକ ସ୍ନାୟୁ ସକ୍ରିୟ ହୁଅନ୍ତି | [] ଏହାର ବାହ୍ୟ ପ୍ରଭାବରେ ଶରୀରରେ ଅନିୟନ୍ତ୍ରିତ କମ୍ପନ ସ‌ହିତ ଚେତାଶୂନ୍ୟତା ଦେଖାଯାଏ ଯାହାକୁ ଇଂରାଜୀରେ ଟୋନିକ-କ୍ଲିନିକ ସିଜର ବା ବାତ କୁହାଯାଏ ବା ଶରୀରର କେବଳ ଏକ ଅଂଶ କମ୍ପନ ପ୍ରଭାବିତ ହୁଏ ତ‌ଥା ସାମୟିକ ଚେତନାହାନୀ ହୋଇପାରେ | [] ଅଧିକାଂଶ ସମୟ ଏହି ଘଟଣାଗୁଡ଼ିକ ୨ ମିନିଟରୁ କମ୍ ରହିଥାଏ ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ କିଛି ସମୟ ଲାଗେ | [] [] ମୂତ୍ରାଶୟ ନିୟନ୍ତ୍ରଣ ରହେନି | []

ଉତ୍ତେଜନା ବା ଅଣଉତ୍ତେଜନାରୁ ବାତ ହୋଇପାରେ | [] ନିମ୍ନ ରକ୍ତ ଶର୍କରା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ, ଅଳ୍ପ ସୋଡିୟମ୍ ରକ୍ତ‌ତା, ଜ୍ୱର, ମସ୍ତିଷ୍କ ସଂକ୍ରମଣ କିମ୍ବା କନ୍‌କସନ ଭଳି ଏକ ଅସ୍ଥାୟୀ ଘଟଣା ହେତୁ ଉତ୍ତେଜିତ ବାତ ହୁଏ | [] [] [] [] [] [] ଚାପ କିମ୍ବା ନିଦ୍ରା ଅଭାବରୁ ଅଣଉତ୍ତେଜିତ ବାତ ହୋଇପାରେ | [] ମସ୍ତିଷ୍କର ରୋଗ, ଯେଉଁଠାରେ ଅତି କମରେ ଗୋଟିଏ ବାତ ଏବଂ ଅଧିକ ସମୟ ଧରି ବାତ ହେବାର ଆଶଙ୍କା ରହିଥାଏ, ଏହାକୁ ସାମୂହିକ ଭାବରେ ଅପସ୍ମାର କୁହାଯାଏ | [] ଅନେକ ସମୟରେ ମୂର୍ଚ୍ଛା, ଅଣଏପିଲେପ୍ଟିକ ସାଇକୋଜେନିକ ଘଟଣା ଓ କମ୍ପନ ହେଲେ ଅପସ୍ମାର ବାତ ସଦୃଶ ଦେଖାଯାଏ କିନ୍ତୁ ତାହା ପ୍ରକୃତରେ ବାତ ନୁହେଁ ।[]

ଅଳ୍ପ ସମୟରୁ ଅଧିକ କାଳ ଧରି ଚାଲିଥିବା ବାତ ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରେ | [୧୦] ପାଞ୍ଚ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ବାତକୁ ସାଂଘାତିକ ଅପସ୍ମାର ବା ସ୍ଟାଟସ ଏପିଲେପ୍ଟିକସ୍ ଭାବରେ ଗ୍ରହଣ କରାଯିବା ଉଚିତ୍ | [] ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି/ EEG) କିମ୍ବା ମସ୍ତିଷ୍କ ଇମେଜିଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମସ୍ୟା ନ ମିଳିବା ପର୍ଯ୍ୟନ୍ତ ଏହା ନିମନ୍ତେ ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [] ଗୋଟିଏ ବାତ ହେବା ପରେ ଏହାର ଅନୁଶୀଳନ କାର୍ଯ୍ୟ ବାହ୍ୟରୋଗୀ ଭାବରେ ଶେଷ କରିବା ନିରାପଦ ଅଟେ | [] ଅନେକ ଲୋକଙ୍କର ପ୍ରଥମ ବାତ ପରି ଜଣାଯାଉଥିଲେ ମଧ୍ୟ ପୂର୍ବରୁ ଘଟିଥିବା ଅନ୍ୟାନ୍ୟ ଛୋଟ ଛୋଟ ବାତ ହୋଇପାରେ | [୧୧]

ପ୍ରାୟ ୧୦% ଲୋକ ଅତି କମରେ ଥରେ ଏପିଲିପଟିକ୍ ଆକ୍ରାନ୍ତ ହୋଇଥାଆନ୍ତି | [] [] ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩.୫ ଜଣଙ୍କର ଉତ୍ତେଜିତ ବାତ ହେଉଥିବାବେଳେ ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କର ୪.୨ ଅଣଉତ୍ତେଜିତ ବାତ ହୁଏ।[] ଗୋଟିଏ ବାତ ହେବା ପରେ, ଦ୍ୱିତୀୟ ଥର ଅନୁଭବ କରିବାର ସମ୍ଭାବନା ପ୍ରାୟ ୫୦% ଥାଏ | [୧୨] ଯେ କୌଣସି ସମୟରେ ଜନସଂଖ୍ୟାର ପ୍ରାୟ ୧% ଲୋକଙ୍କୁ ଅପସ୍ମାର ପ୍ରଭାବିତ କରିଥାଏ [] ଏବଂ ପ୍ରାୟ ୪% ଲୋକ ସମୟ ସମୟରେ ପ୍ରଭାବିତ ହୁଅନ୍ତି ।[] ଅପସ୍ମାରରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ ବିକାଶଶୀଳ ଦେଶମାନଙ୍କରେ ବାସ କରନ୍ତି।[] ଅନେକ ସ୍ଥାନରେ ରୋଗୀ ଲୋକମାନେ ଏକ ନିର୍ଦ୍ଦିଷ୍ଟ ସମୟ ଧରି ବାତ ନହେବା ପର୍ଯ୍ୟନ୍ତ ଗାଡି ଚଳାଇବା ବନ୍ଦ କରିବା ଆବଶ୍ୟକ କରନ୍ତି | []

  1. Shorvon, Simon (2009). Epilepsy (in ଇଂରାଜୀ). OUP Oxford. p. 1. ISBN 9780199560042.
  2. "Seizures - National Library of Medicine". PubMed Health (in ଇଂରାଜୀ). Retrieved 16 October 2018.
  3. 1 2 3 4 5 6 7 8 9 10 11 Misulis, Karl E.; Murray, E. Lee (2017). Essentials of Hospital Neurology (in ଇଂରାଜୀ). Oxford University Press. p. Chapter 19. ISBN 9780190259433.
  4. 1 2 3 4 5 6 7 8 9 Ferri, Fred F. (2018). Ferri's Clinical Advisor 2019 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 959. ISBN 9780323550765.
  5. Fisher, RS; Acevedo, C; Arzimanoglou, A; Bogacz, A; Cross, JH; Elger, CE; Engel J, Jr; Forsgren, L; French, JA; Glynn, M; Hesdorffer, DC; Lee, BI; Mathern, GW; Moshé, SL; Perucca, E; Scheffer, IE; Tomson, T; Watanabe, M; Wiebe, S (April 2014). "ILAE official report: a practical clinical definition of epilepsy". Epilepsia. 55 (4): 475–82. doi:10.1111/epi.12550. PMID 24730690.
  6. 1 2 3 4 5 6 ଆଧାର ଭୁଲ: ଅଚଳ <ref> ଚିହ୍ନ; Fish2014 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. 1 2 3 4 5 Wilden, JA; Cohen-Gadol, AA (15 August 2012). "Evaluation of first nonfebrile seizures". American Family Physician. 86 (4): 334–40. PMID 22963022.
  8. 1 2 3 4 "The Epilepsies and Seizures: Hope Through Research". National Institute of Neurological Disorders and Stroke. Retrieved 16 October 2018.
  9. 1 2 3 4 "Epilepsy". World Health Organization. 8 February 2018. Retrieved 16 October 2018.
  10. "What Is A Seizure Emergency". epilepsy.com. Retrieved 2018-05-08.
  11. Angus-Leppan H (2014). "First seizures in adults". BMJ. 348: g2470. doi:10.1136/bmj.g2470. PMID 24736280.
  12. Berg, AT (2008). "Risk of recurrence after a first unprovoked seizure". Epilepsia. 49 Suppl 1: 13–8. doi:10.1111/j.1528-1167.2008.01444.x. PMID 18184149.