ଡ୍ରୋସ୍ପିରେନୋନ/ଏଷ୍ଟେଟ୍ରୋଲ
Combination of | |
---|---|
Drospirenone | Progestogen |
Estetrol (medication) | Estrogen |
Clinical data | |
Trade names | Nextstellis, Drovelis, Lydisilka, others |
Synonyms | E4/DRSP; FSN-013 |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth |
Legal status | |
Legal status |
ଡ୍ରୋସ୍ପିରେନୋନ/ଏଷ୍ଟେଟ୍ରୋଲ, (ଇଂରାଜୀ ଭାଷାରେ Drospirenone/estetrol), ଅନ୍ୟମାନଙ୍କ ମଧ୍ୟରେ Nextstellis ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଗର୍ଭଧାରଣକୁ ପ୍ରତିରୋଧ କରିବା ପାଇଁ ମହିଳାମାନେ ବ୍ୟବହାର କରନ୍ତି ।[୭] ୩୦ କିଲୋଗ୍ରାମ/ମି୨ ଅପେକ୍ଷା ଅଧିକ ବିଏମଅଇ (BMI) ଥିବା ଲୋକଙ୍କ ମଧ୍ୟରେ ଏହା କମ ଫଳପ୍ରଦ ହୁଏ ।[୭] ଏହା ପାଟି ଦ୍ୱାରା ନିଆଯାଏ | [୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ଯୋନୀ ରକ୍ତସ୍ରାବ, ମନୋବଳ ପରିବର୍ତ୍ତନ, ମୁଣ୍ଡବିନ୍ଧା, ସ୍ତନ ଯନ୍ତ୍ରଣା, ବ୍ରଣ, ଓଜନ ବୃଦ୍ଧି ଏବଂ ଯୌନ ଇଚ୍ଛା ହ୍ରାସ ହୁଏ ।[୭] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ଉଚ୍ଚ ପୋଟାସିୟମ୍ ଏବଂ ପିତ୍ତାଶୟ ରୋଗ ହୋଇପାରେ ।[୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଏ ବୋଲି କୌଣସି ପ୍ରମାଣ ନାହିଁ, ଯଦିଓ ଗର୍ଭଧାରଣ ହେବା ପରେ ଏହାକୁ ବନ୍ଦ କରିବା ଉଚିତ୍ ।[୭] ଏଥିରେ ଡ୍ରୋସ୍ପିରେନୋନ୍ ନାମକ ପ୍ରୋଜେଷ୍ଟିନ୍ ଏବଂ ଏଷ୍ଟେଟ୍ରୋଲ୍ ନାମକ ଏକ ଇଷ୍ଟ୍ରୋଜେନ୍ ଥାଏ ।[୬]
୨୦୨୧ ମସିହାରେ କାନାଡା, ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୩][୬][୭] ଯୁକ୍ତରାଷ୍ଟ୍ରରେ ଏହି ଔଷଧ ପିଛା ମାସକୁ ପ୍ରାୟ ୨୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୮] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୯ ପାଉଣ୍ଡ ଅଟେ ।[୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Nextstellis". Therapeutic Goods Administration (TGA). 6 December 2021. Archived from the original on 28 December 2021. Retrieved 28 December 2021.
- ↑ https://pdf.hres.ca/dpd_pm/00060352.PDF Archived 2022-07-09 at the Wayback Machine. ଛାଞ୍ଚ:Bare URL PDF
- ↑ ୩.୦ ୩.୧ "Nextstellis Product information". Health Canada. 25 April 2012. Archived from the original on 22 September 2021. Retrieved 4 November 2021.
- ↑ "Summary Basis of Decision (SBD) for Nextstellis". Health Canada. 23 October 2014. Archived from the original on 30 May 2022. Retrieved 29 May 2022.
- ↑ "Drovelis EPAR". European Medicines Agency (EMA). Archived from the original on 4 November 2021. Retrieved 4 November 2021.
- ↑ ୬.୦ ୬.୧ ୬.୨ ୬.୩ "Lydisilka EPAR". European Medicines Agency (EMA). Archived from the original on 4 November 2021. Retrieved 4 November 2021.
- ↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ "Nextstellis- drospirenone and estetrol kit". DailyMed. Archived from the original on 2 June 2021. Retrieved 1 June 2021.
- ↑ "Nextstellis". Archived from the original on 30 October 2022. Retrieved 30 October 2022.
- ↑ "Estetrol + drospirenone". SPS - Specialist Pharmacy Service. 19 April 2019. Archived from the original on 2 December 2021. Retrieved 30 October 2022.