ଦେବାଶିଷ ସାମନ୍ତରାୟ

ଉଇକିପିଡ଼ିଆ‌ରୁ
(Debashish Samantarayରୁ ଲେଉଟି ଆସିଛି)


ଦେବାଶିଷ ସାମନ୍ତରାୟ
ଜନ୍ମ
ଦେବାଶିଷ ସାମନ୍ତରାୟ

(1975-02-14) ୧୪ ଫେବୃଆରୀ ୧୯୭୫ (ବୟସ ୪୯)
ଜାତୀୟତା ଭାରତୀୟ
ଶିକ୍ଷାଚାଟାର୍ଡ଼ ଆକାଉଣ୍ଟାଣ୍ଟ
ଶିକ୍ଷାନୁଷ୍ଠାନନୟାଗଡ଼ କଲେଜ

ଦେବାଶିଷ ସାମନ୍ତରାୟ (ଜନ୍ମ:୧୪ ଫେବୃଆରୀ ୧୯୭୫) ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୧] ସେ ପର୍ବ, ଭିନ୍ନସ୍ୱର, ସତମୁହଁ, ରାହା, ଛକିଶୂନ, ପ୍ରତିବିମ୍ବ ଭଳି ଗଳ୍ପ ଏବଂ ଏପଟେ ସେପଟେ, ବିନ୍ଦୁରୁ ବୃତ୍ତ ଭଳି ଉପନ୍ୟାସ ରଚନ କରିଛନ୍ତି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ଦେବାଶିଷ, ନୟାଗଡ଼ ଜିଲ୍ଲାର ରଣପୁରଅନ୍ତର୍ଗତ ଅଡାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅଡାଲ ଶଙ୍କର୍ଷଣ ବିଦ୍ୟାଳୟରୁ ୧୯୯୦ମସିହାରେ ମାଟ୍ରିକ ଓ କଣ୍ଟାବାଡ଼ସ୍ଥିତ ରମାମଣୀ ମହାବିଦ୍ୟାଳୟରେ +୨ବିଜ୍ଞାନ ପଢ଼ିଥିଲେ । ତାପରେ ନୟାଗଡ଼ ମହାବିଦ୍ୟାଳୟରୁ +୩ବିଜ୍ଞାନ ଓ କଲିକତାରୁ ଚାଟାର୍ଡ ଆକାଉଣ୍ଟାନ୍ସି ପଢ଼ିଥିଲେ । କଟକର ଏକ ଚାଟାର୍ଡ ଆକାଉଣ୍ଟାନ୍ସି ସଂସ୍ଥାରୁ ସେ ଚାକିରି ଜୀବନ ଆରମ୍ଭ କରିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ମା'ଙ୍କଠାରୁ ଗପ ଶୁଣି ସେ ସାହିତ୍ୟ ପଢ଼ିବା, ଲେଖିବା ପ୍ରତି ଆକର୍ଷିତ ହୋଇଥିଲେ । ନୟାଗଡ଼ କଲେଜ ମୁଖପତ୍ର 'ରୁକ୍ଷୀ'ରେ ତାଙ୍କ ପ୍ରଥମ କବିତା 'ବୋଉ' ପ୍ରକାଶିତ ହୋଇଥିଲା । 'ପୁଅ' ଥିଲା ତାଙ୍କର ପ୍ରଥମ ପ୍ରକାଶିତ କ୍ଷୁଦ୍ରଗଳ୍ପ । ଏହି ଗପ ତାଙ୍କୁ ପାଠକୀୟ ପରିଚିତି ଆଣି ଦେଇଥିଲା ।

ରଚନାବଳୀ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ୨୦୨୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍‌ ପ୍ରଦତ୍ତ )[୨]
  • କିଶୋରୀଚରଣ ପୁରସ୍କାର[୩]
  • କଥାକଳିକା ସ୍ୱତନ୍ତ୍ର ଯୁବପ୍ରତିଭା ପୁରସ୍କାର[୪]
  • ରାଜ୍ୟ ଯୁବ ପୁରସ୍କାର
  • କଥାସମ୍ରାଟ ଫକୀରମୋହନ ଯୁବ କଥାକାର ସମ୍ମାନ
  • କଳିଙ୍ଗପ୍ରଭା ସାରସ୍ୱତ ସମ୍ମାନ
  • ଟାଇମପାସ ସ୍ୱୟଂଶ୍ରୀ ସମ୍ମାନ
  • କୁଞ୍ଜବିହାରୀ ଦାସ ଉପନ୍ୟାସ ସମ୍ମାନ

ଆଧାର[ସମ୍ପାଦନା]

  1. "କଥା ଓ କଥାକାର". No. ପ୍ରଗତିବାଦୀ ୨୦/୦୪/୨୦୧୯ ପୃଷ୍ଠା ୧୩. ପ୍ରଗତିବାଦୀ. Archived from the original on ୨୨ ଅପ୍ରେଲ ୨୦୧୯. Retrieved 22 April 2019. {{cite news}}: Check date values in: |archivedate= (help)
  2. "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.
  3. https://www.telegraphindia.com/1140304/jsp/odisha/story_18037625.jsp
  4. "ପ୍ରଥମ ରୋଜଗାର". ଧରିତ୍ରୀ ଛୁଟିଦିନ ଜୁଲାଇ ୯-୧୫, ୨୦୧୭. Retrieved 13 July 2017.