Jump to content

ନିଉରୋବ୍ଲାସ୍ଟୋମା

ଉଇକିପିଡ଼ିଆ‌ରୁ
ନିଉରୋବ୍ଲାସ୍ଟୋମା
ଅଣୁବୀକ୍ଷଣ ଯନ୍ତ୍ରରେ ରୋସେଟ ତିଆରି ବିଶେଷତ୍ୱ ସ‌ହ ନିଉରୋବ୍ଲାସ୍ଟୋମା ଚିତ୍ର
ବିଭାଗକର୍କଟ ରୋଗ ବିଜ୍ଞାନ
ଲକ୍ଷଣହାଡ଼ ଯନ୍ତ୍ରଣା, ଗୋଲା []
ଆକ୍ରାନ୍ତ ସମୟ୫ ବର୍ଷ ବୟସ ପୂର୍ବରୁ । []
କାରଣଜେନେଟିକ ମ୍ୟୁଟେସନ []
ରୋଗ ନିର୍ଣ୍ଣୟ ପଦ୍ଧତିତନ୍ତୁ ବାୟୋପ୍ସି[]
ଚିକିତ୍ସାପର୍ଯ୍ୟବେକ୍ଷଣ, ଆପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation)[]
ପୁନଃପୌନିକ୭୦୦୦ ପିଲାଙ୍କ ମଧରେ ଜଣେ । []
ମୃତ୍ୟୁ ସାନ୍ଦ୍ରତାପିଲାଙ୍କ କର୍କଟ ରୋଗ ମୃତ୍ୟୁର ୧୫% ।[]

ନିଉରୋବ୍ଲାସ୍ଟୋମା (Neuroblastoma ବା NB) ଏକ ପ୍ରକାର କର୍କଟ ରୋଗ ଯାହା କେତେକ ପ୍ରକାର ସ୍ନାୟୁ ତନ୍ତୁରୁ (nerve tissue) ଜାତ ହୁଏ । ଏହା ଆଡ୍ରେନାଲ ଗ୍ରନ୍ଥିରୁ (adrenal gland) ଅନେକ ସମୟରେ ବାହାରେ କିନ୍ତୁ ବେକ, ଛାତି, ପେଟମେରୁଦଣ୍ଡରୁ ବାହାରିପାରେ । ଏହି ରୋଗର ଲକ୍ଷଣ: ହାଡ଼ ଯନ୍ତ୍ରଣା (bone pain), ପେଟ, ଛାତି ଓ ବେକରେ ଗୋଲା କିମ୍ବା ଚର୍ମ ତଳେ ଗୋଟିଏ ନୀଳ ରଙ୍ଗର ଗୋଲା ଦେଖାଯାଏ ।[]

ବେଳେବେଳେ ପିତାମାତାଙ୍କର ଜିନର ମ୍ୟୁଟେସନ ହୋଇ ପିଲାଙ୍କର ବଂଶାନୁକ୍ରମିକ ନିଉରୋବ୍ଲାସ୍ଟୋମା ରୋଗ ହୁଏ ।[] ପରିବେଶର ପ୍ରଭାବ ଥିବା ଜଣାଯାଇନାହିଁ ।[] ରୋଗାକ୍ରାନ୍ତ ସ୍ଥାନରେ ଥିବା ତନ୍ତୁରୁ କିଛି ଅଂଶ ନେଇ ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ । ଗର୍ଭାବସ୍ଥାରେ ବେଳେବେଳେ ଅଲଟ୍ରାସାଉଣ୍ଡ (ultrasound) କରି ଏହି ଜାଣିହୁଏ । ରୋଗ ନିର୍ଣ୍ଣୟ କଲା ସମୟରେ ସାଧାରଣତଃ ଏହି କର୍କଟ ମେଟାସ୍ଟାସିସ (spread) ବା ବ୍ୟାପିଯାଇଥିବା ଦେଖାଯାଏ । ରୋଗୀର ବୟସ, କର୍କଟ ସ୍ଟେଜ (cancer stage) ଓ କିଭଳି ଦେଖାଯାଉଛି, ତାହା ଉପରେ ରୋଗଟି ନିମ୍ନ, ମଧ୍ୟମ ବା ଉଚ୍ଚ ସଙ୍କଟର ହୋଇଥିବା ଜଣାଯାଏ । []

ସଙ୍କଟ ଦଳ (risk group) ଅନୁସାରେ ଚିକିତ୍ସାର ଫଳାଫଳ ନିର୍ଦ୍ଧାରଣ କରିହୁଏ । [][] ଚିକିତ୍ସା ମଧ୍ୟରେ ପର୍ଯ୍ୟବେକ୍ଷଣ, ଅପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ବ୍ୟବ‌ହାର କରାଯାଏ ।[] ସ୍ୱଳ୍ପ ସଙ୍କଟାପନ୍ନ କେଶକୁ ପର୍ଯ୍ୟବେକ୍ଷଣ ବା ଅପରେଶନ କଲେ ଫଳାଫଳ ଭଲ ରହେ । ଉଚ୍ଚ ସଙ୍କଟାପନ୍ନ କେଶରେ ଉତ୍ତମ ଚିକିତ୍ସା ସତ୍ତ୍ୱେ ଦୀର୍ଘକାଳୀନ ଆୟୁଷ ୪୦%ରୁ କମ ରହେ []

ଶିଶୁମାନଙ୍କ କ୍ଷେତ୍ରରେ ଲିଉକେମିଆମସ୍ତିଷ୍କ ଅର୍ବୁଦ ରୋଗ ପରେ ନିଉରୋବ୍ଲାସ୍ଟୋମା ସବୁଠାରୁ ସାଧାରଣ କର୍କଟ ରୋଗ । [] ପ୍ରତି ୭ ହଜାର ପିଲାରେ ଜଣେ ଏହି ରୋଗଦ୍ୱାରା ଜୀବନରେ କେବେହେଲେ ଆକ୍ରାନ୍ତ ହୁଏ । [] ପ୍ରାୟ ୯୦% ପିଲାଙ୍କ ନିଉରୋବ୍ଲାସ୍ଟୋମା ୫ ବର୍ଷ ବୟସ ମଧ୍ୟରେ ହୁଏ, ଏହା ବଡ଼ ମଣିଷଙ୍କୁ କ୍ୱଚିତ ହୁଏ ।[][] ପିଲାଙ୍କର କର୍କଟ ରୋଗ ଜନିତ ମୃତ୍ୟୁର ୧୫% ନିଉରୋବ୍ଲାସ୍ଟୋମା ଯୋଗୁ ହୁଏ । [] ସନ ୧୮୦୦ରେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[]

  1. 1 2 3 4 5 6 7 8 9 10 "Neuroblastoma Treatment". National Cancer Institute. 20 January 2016. Retrieved 9 November 2016.
  2. 1 2 3 4 "Neuroblastoma Treatment". National Cancer Institute. 25 August 2016. Retrieved 10 November 2016.
  3. 1 2 3 World Cancer Report 2014. World Health Organization. 2014. Chapter 5.16. ISBN 9283204298.
  4. 1 2 3 Maris, John M; Hogarty, Michael D; Bagatell, Rochelle; Cohn, Susan L (2007). "Neuroblastoma". The Lancet. 369 (9579): 2106–20. doi:10.1016/S0140-6736(07)60983-0. PMID 17586306.
  5. Olson, James Stuart (1989). The History of Cancer: An Annotated Bibliography (in ଇଂରାଜୀ). ABC-CLIO. p. 177. ISBN 9780313258893.

ଅଧିକ ତଥ୍ୟ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ