ସାଇକ୍ଲିଜିନ

ଉଇକିପିଡ଼ିଆ‌ରୁ
(Cyclizineରୁ ଲେଉଟି ଆସିଛି)
ସାଇକ୍ଲିଜିନ
Clinical data
Trade namesMarezine, Valoid, Nausicalm, others
AHFS/Drugs.comConsumer Drug Information
Pregnancy
category
  • AU: A
  • US: B (No risk in non-human studies)
Routes of
administration
by mouth, IM, IV
ATC code
Legal status
Legal status
  • AU: S3 (Pharmacist only)
  • UK: POM (Prescription only)
  • US: OTC
  • OTC (Netherlands)
Pharmacokinetic data
MetabolismN-demethylated to inactive norcyclizine[୧]
Elimination half-life20 hours
Identifiers
  • 1-benzhydryl-4-methyl-piperazine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.314 Edit this at Wikidata
Chemical and physical data
FormulaC18H22N2
Molar mass266.381 g/mol
3D model (JSmol)
  • CN(CC1)CCN1C(C2=CC=CC=C2)C3=CC=CC=C3
  • InChI=1S/C18H22N2/c1-19-12-14-20(15-13-19)18(16-8-4-2-5-9-16)17-10-6-3-7-11-17/h2-11,18H,12-15H2,1H3 checkY
  • Key:UVKZSORBKUEBAZ-UHFFFAOYSA-N checkY
  (verify)

ସାଇକ୍ଲିଜିନ (ଇଂରାଜୀ ଭାଷାରେ Cyclizine) ଏକ ଔଷଧ ଯାହା ଅଇ (nausea), ବାନ୍ତି (vomiting), ମୋସନ ସିକନେସେସ (motion sickness) ବା ମୁଣ୍ଡବୁଲା (vertigo) ରୋଗର ପ୍ରତିଷେଧ ଓ ଚିକିତ୍ସାରେ ଦିଆଯାଏ ।[୨] ସର୍ବାଙ୍ଗ ନିଶ୍ଚେତନ (general anaesthesia) ପରେ ବା ଓପିଅଏଡ (ଅଫିମ ସମ୍ପର୍କୀୟ ପଦାର୍ଥ) ବ୍ୟବ‌ହାର ପରେ ଅଇ ହେଲେ ଏହି ଔଷଧ ଦିଆଯାଏ ।[୨][୩] ଏହା ପାଟିରେ, ଶିରାଭ୍ୟନ୍ତରରେ (injected into a vein) ବା ମଳାଶୟରେ rectum ଦିଆଯାଏ । [୩][୪]

ସାଇକ୍ଲିଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଷ୍କ ପାଟି, କୋଷ୍ଠକାଠିନ୍ୟ (constipation) ଓ ଦୃଷ୍ଟି ସମସ୍ୟା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ୱଳ୍ପ ରକ୍ତଚାପ (low blood pressure) ଓ ମୂତ୍ର ରୋଧନ (urinary retention) ଆଦି ଲକ୍ଷଣ ଦେଖାଯାଏ ।[୫] ଗ୍ଲକୋମା ରୋଗ ଥିବା ପିଲାଙ୍କୁ ଏହା ଦିଆଯାଏ ନାହିଁ ।[୨][୬] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଉଥିଲେ ମଧ୍ୟ ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[୭] ଏହା ଆଣ୍ଟିକଲିନର୍ଜିକ (anticholinergic) ଓ ଆଣ୍ଟିହିସ୍ଟାମିନ (antihistamine) ଶ୍ରେଣୀର ଔଷଧ ।[୩][୬]

ସନ ୧୯୪୭ରେ ସାଇକ୍ଲିଜିନ ଆବିଷ୍କୃଟ ହୋଇଥିଲା । [୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଖୋଲା ଦୋକାନରେ (over the counter) ମିଳେ ।[୬] ଇଂଲଣ୍ଡରେ ଏହାର ୧୦୦ଟି ବଟିକାର ମୂଲ୍ୟ ପ୍ରାୟ ୧୧.୨୬ ପାଉଣ୍ଡ ।[୯] ଉତ୍‌ଫୁଲ୍ଲ କରିବା ଗୁଣ ଯୋଗୁ ବେଳେ ବେଳେ ଏହାକୁ ବ୍ୟବ‌ହାର କରାଯାଏ ।[୨]

ଆଧାର[ସମ୍ପାଦନା]

  1. "DrugBank: Cyclizine. Pharmacology: metabolism". DrugBank Database. Retrieved 5 January 2016.
  2. ୨.୦ ୨.୧ ୨.୨ ୨.୩ "Cyclizine 50mg Tablets - Summary of Product Characteristics (SPC) - (eMC)". www.medicines.org.uk. 27 March 2015. Retrieved 13 December 2016.
  3. ୩.୦ ୩.୧ ୩.୨ Feldman, Mark; Friedman, Lawrence S.; Brandt, Lawrence J. (2015). Sleisenger and Fordtran's Gastrointestinal and Liver Disease: Pathophysiology, Diagnosis, Management (in ଇଂରାଜୀ). Elsevier Health Sciences. p. 218. ISBN 9781455749898.
  4. ୪.୦ ୪.୧ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Cyclizine Side Effects in Detail - Drugs.com". www.drugs.com. Retrieved 13 December 2016.
  6. ୬.୦ ୬.୧ ୬.୨ "Cyclizine: Indications, Side Effects, Warnings - Drugs.com". www.drugs.com. Retrieved 13 December 2016.
  7. "Cyclizine Use During Pregnancy | Drugs.com". www.drugs.com. Retrieved 13 December 2016.
  8. Williams, Peter (2010). The story of the Wellcome Trust : unlocking Sir Henry's legacy to medical research. Hindringham: JJG. p. 14. ISBN 9781899163922.
  9. British national formulary : BNF 69 (69 ed.). British Medical Association. 2015. p. 272. ISBN 9780857111562.