କଟକ ପ୍ରିଣ୍ଟିଂ ପ୍ରେସ
ସ୍ଥାପନା | ୧୮୬୫ |
---|---|
ପ୍ରତିଷ୍ଠାତା | ବିଚିତ୍ରାନନ୍ଦ ଦାସ ଗୌରୀଶଙ୍କର ରାୟ |
ଆରମ୍ଭ ସ୍ଥାନ | ଭାରତ |
ମୁଖ୍ୟାଳୟ | କଟକ |
ବିତରଣ | ଓଡ଼ିଶା |
ମୁଖ୍ୟବ୍ୟକ୍ତି | ବିଚିତ୍ରାନନ୍ଦ ଦାସ ଗୌରୀଶଙ୍କର ରାୟ |
ପ୍ରକାଶ ପ୍ରକାର | ସମ୍ବାଦପତ୍ର ଉତ୍କଳ ଦୀପିକା ଓ ଅନ୍ୟାନ୍ୟ ବହି |
ବିଭାବ | ଶିକ୍ଷା, ଓଡ଼ିଆ ଭାଷା ଓ ସଂସ୍କୃତି |
କଟକ ପ୍ରିଣ୍ଟିଂ ପ୍ରେସ (Cuttack Printing Press) ୧୮୬୫ ମସିହାରେ କଟକରେ ପ୍ରତିଷ୍ଠିତ ଏକ ଛାପାଖାନା । ଓଡ଼ିଶା ମିଶନ ପ୍ରେସ ପରେ ଏହା ଓଡ଼ିଶାର ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । ବିଚିତ୍ରାନନ୍ଦ ଦାସ ଓ ଗୌରୀଶଙ୍କର ରାୟ କଟକର ଆଲାମଚାନ୍ଦ ବଜାରରେ ଏହି ଛାପାକଳର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ । ସ୍ଥାପନାର ବର୍ଷେ ପରେ ଏହାର ଏକ ପ୍ରମୁଖ ପ୍ରକାଶନ ରୂପେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଓ ସାହିତ୍ୟପତ୍ର ଉତ୍କଳ ଦୀପିକା ଏଠାରୁ ପ୍ରକାଶ ପାଇଥିଲା ।
ଇତିହାସ
[ସମ୍ପାଦନା]୧୮୩୮ରେ କଟକଠାରେ ଉଇଲିଅମ ଚାର୍ଲସ ଲେସିଙ୍କ ପ୍ରତିଷ୍ଠିତ ଓଡ଼ିଶାର ପ୍ରଥମ ଛାପାଖାନା ଓଡ଼ିଶା ମିଶନ ପ୍ରେସ ଧର୍ମ ସମେତ ଶିକ୍ଷା, ସାହିତ୍ୟ ଆଦି ସମ୍ବନ୍ଧିତ ପୁସ୍ତକ ପ୍ରକାଶ କରିଥିଲେ । ତେବେ ସେଠାରେ ସ୍ଥାନୀୟ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଓ ବ୍ରିଟିଶ ସରକାର ବିରୋଧରେ ଖୋଲାଖୋଲି ସମାଲୋଚନା ପ୍ରକାଶ କରିବାର ଅଭାବ ଅନୁଭବ କରି ଓଡ଼ିଶା ଡିଭିଜନର କମିଶନର ଥୋମାସ ଏଡୱାର୍ଡ଼ ରେଭେନ୍ସାଙ୍କ ପ୍ରୋତ୍ସାହନରେ ବିଚିତ୍ରାନନ୍ଦ ଦାସ ଓ ଗୌରୀଶଙ୍କର ରାୟ ଗଡ଼ଜାତ ରାଜାମାନଙ୍କଠାରୁ ପାଣ୍ଠିସଂଗ୍ରହ କରିଥିଲେ, ଏବଂ ୧୮୬୫ ସାଲରେ କଟକ ପ୍ରିଣ୍ଟିଂ ପ୍ରେସ ସ୍ଥାପନା କରିଥିଲେ ।[୧]
ଉତ୍କଳ ଦୀପିକା
[ସମ୍ପାଦନା]ସ୍ଥାପନାର ବର୍ଷକ ପରେ ଏଠାରୁ ୧୮୬୬ ଅଗଷ୍ଟ ୪ ତାରିଖରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଓ ସାହିତ୍ୟପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା ।[୨] ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।[୩] ସେତେବେଳେ ଓଡ଼ିଆ ଟାଇପଫେସର ଅଭାବ ଥିବାରୁ ଉତ୍କଳ ଦୀପିକା ପଥର ଛାପା (ଷ୍ଟୋନ ଲିଥୋଗ୍ରାଫି)ରେ ଛପାଯାଇଥିଲା ।[୪]
ଅଧିକ ପଠନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ସାମନ୍ତରାୟ, ନଟବର (୧୯୬୪). ଓଡ଼ିଆ ସାହିତ୍ୟର ଇତିହାସ, ୧୮୦୩-୧୯୨୦ (୧ମ ed.). ଭୁବନେଶ୍ୱର: ପ୍ରଫୁଲ୍ଲ କୁମାର ଧଳ, ହୃଦାନନ୍ଦ ଭୋଳ. pp. ୧୭୧-୧୭୨.
- ↑ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଛାପାଅକ୍ଷରର ଇତିହାସ". ସମ୍ବାଦ. ସମ୍ବାଦ. 6 February 2024. Retrieved 6 February 2024.
- ↑ "Orissa news media". orissadiary.com. 2012. Archived from the original on 2006-10-19. Retrieved 29 June 2012.
'The Utkal Deepika' made its appearance in early 1866 under the able editorship of late Gourisankar Ray
[permanent dead link] - ↑ ଲେସି, ଉଇଲିଅମ ଚାର୍ଲସ, ed. (1856). ପ୍ରବୋଧ ଚନ୍ଦ୍ରିକା (ପ୍ରଥମ ed.). ଓଡ଼ିଶା ମିଶନ ପ୍ରେସ – via ଉଇକିପାଠାଗାର.