କଟକ ପ୍ରିଣ୍ଟିଂ ପ୍ରେସ

ଉଇକିପିଡ଼ିଆ‌ରୁ
କଟକ ପ୍ରିଣ୍ଟିଂ ପ୍ରେସ‌
ସ୍ଥାପନା୧୮୬୫
ପ୍ରତିଷ୍ଠାତାବିଚିତ୍ରାନନ୍ଦ ଦାସ
ଗୌରୀଶଙ୍କର ରାୟ
ଆରମ୍ଭ ସ୍ଥାନଭାରତ
ମୁଖ୍ୟାଳୟକଟକ
ବିତରଣଓଡ଼ିଶା
ମୁଖ୍ୟବ୍ୟକ୍ତିବିଚିତ୍ରାନନ୍ଦ ଦାସ
ଗୌରୀଶଙ୍କର ରାୟ
ପ୍ରକାଶ ପ୍ରକାରସମ୍ବାଦପତ୍ର ଉତ୍କଳ ଦୀପିକା ଓ ଅନ୍ୟାନ୍ୟ ବହି
ବିଭାବଶିକ୍ଷା, ଓଡ଼ିଆ ଭାଷା ଓ ସଂସ୍କୃତି

କଟକ ପ୍ରିଣ୍ଟିଂ ପ୍ରେସ (Cuttack Printing Press) ୧୮୬୫ ମସିହାରେ କଟକରେ ପ୍ରତିଷ୍ଠିତ ଏକ ଛାପାଖାନା । ଓଡ଼ିଶା ମିଶନ ପ୍ରେସ ପରେ ଏହା ଓଡ଼ିଶାର ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । ବିଚିତ୍ରାନନ୍ଦ ଦାସଗୌରୀଶଙ୍କର ରାୟ କଟକର ଆଲାମଚାନ୍ଦ ବଜାରରେ ଏହି ଛାପାକଳର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ । ସ୍ଥାପନାର ବର୍ଷେ ପରେ ଏହାର ଏକ ପ୍ରମୁଖ ପ୍ରକାଶନ ରୂପେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଓ ସାହିତ୍ୟପତ୍ର ଉତ୍କଳ ଦୀପିକା ଏଠାରୁ ପ୍ରକାଶ ପାଇଥିଲା ।

ଇତିହାସ[ସମ୍ପାଦନା]

୧୮୩୮ରେ କଟକଠାରେ ଉଇଲିଅମ ଚାର୍ଲସ ଲେସିଙ୍କ ପ୍ରତିଷ୍ଠିତ ଓଡ଼ିଶାର ପ୍ରଥମ ଛାପାଖାନା ଓଡ଼ିଶା ମିଶନ ପ୍ରେସ‌ ଧର୍ମ ସମେତ ଶିକ୍ଷା, ସାହିତ୍ୟ ଆଦି ସମ୍ବନ୍ଧିତ ପୁସ୍ତକ ପ୍ରକାଶ କରିଥିଲେ । ତେବେ ସେଠାରେ ସ୍ଥାନୀୟ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଓ ବ୍ରିଟିଶ ସରକାର ବିରୋଧରେ ଖୋଲାଖୋଲି ସମାଲୋଚନା ପ୍ରକାଶ କରିବାର ଅଭାବ ଅନୁଭବ କରି ଓଡ଼ିଶା ଡିଭିଜନର କମିଶନର ଥୋମାସ ଏଡୱାର୍ଡ଼ ରେଭେନ୍ସାଙ୍କ ପ୍ରୋତ୍ସାହନରେ ବିଚିତ୍ରାନନ୍ଦ ଦାସଗୌରୀଶଙ୍କର ରାୟ ଗଡ଼ଜାତ ରାଜାମାନଙ୍କଠାରୁ ପାଣ୍ଠିସଂଗ୍ରହ କରିଥିଲେ, ଏବଂ ୧୮୬୫ ସାଲରେ କଟକ ପ୍ରିଣ୍ଟିଂ ପ୍ରେସ ସ୍ଥାପନା କରିଥିଲେ ।[୧]

ଉତ୍କଳ ଦୀପିକା[ସମ୍ପାଦନା]

ସ୍ଥାପନାର ବର୍ଷକ ପରେ ଏଠାରୁ ୧୮୬୬ ଅଗଷ୍ଟ ୪ ତାରିଖରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଓ ସାହିତ୍ୟପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା ।[୨] ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।[୩] ସେତେବେଳେ ଓଡ଼ିଆ ଟାଇପଫେସର ଅଭାବ ଥିବାରୁ ଉତ୍କଳ ଦୀପିକା ପଥର ଛାପା (ଷ୍ଟୋନ ଲିଥୋଗ୍ରାଫି)ରେ ଛପାଯାଇଥିଲା ।[୪]

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସାମନ୍ତରାୟ, ନଟବର (୧୯୬୪). ଓଡ଼ିଆ ସାହିତ୍ୟର ଇତିହାସ, ୧୮୦୩-୧୯୨୦ (୧ମ ed.). ଭୁବନେଶ୍ୱର: ପ୍ରଫୁଲ୍ଲ କୁମାର ଧଳ, ହୃଦାନନ୍ଦ ଭୋଳ. pp. ୧୭୧-୧୭୨.
  2. "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଛାପାଅକ୍ଷରର ଇତିହାସ". ସମ୍ବାଦ. ସମ୍ବାଦ. 6 February 2024. Retrieved 6 February 2024.
  3. "Orissa news media". orissadiary.com. 2012. Archived from the original on 2006-10-19. Retrieved 29 June 2012. 'The Utkal Deepika' made its appearance in early 1866 under the able editorship of late Gourisankar Ray[permanent dead link]
  4. ଲେସି, ଉଇଲିଅମ ଚାର୍ଲସ, ed. (1856). ପ୍ରବୋଧ ଚନ୍ଦ୍ରିକା (ପ୍ରଥମ ed.). ଓଡ଼ିଶା ମିଶନ ପ୍ରେସ – via ଉଇକିପାଠାଗାର.