ଏରିଦେମା ନୋଡୋସମ

ଉଇକିପିଡ଼ିଆ‌ରୁ
Erythema nodosum
Subacute migratory panniculitis of Vilanova and Piñol
Erythema nodosum in a person who had recently had salmonella
ବିଭାଗDermatology, rheumatology
ଲକ୍ଷଣTender red lumps within the skin of both shins[୧]
ଆକ୍ରାନ୍ତ ସମୟ20 to 40 years[୧][୨]
ଅବଧିUp to six weeks[୧]
କାରଣUnclear, strep throat, tuberculosis, inflammatory bowel disease, cancer, sarcoidosis, certain medications[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିSymptoms and examination[୨]
ସଠିକ ରୋଗ ନିର୍ଣ୍ଣୟLupus, α1-antitrypsin deficiency, scleroderma[୧]
ଚିକିତ୍ସାRest, NSAIDs[୧][୨]
PrognosisGood[୨]
ପୁନଃପୌନିକ1 in 20,000 to 100,000 people[୧]

ଏରିଦେମା ନୋଡୋସମ (ଇଏନ/ EN ), ଏକ ରୋଗ ଯେଉଁଥିରେ ଚର୍ମ ତଳେ ଥିବା ଚର୍ବି କୋଷମାନଙ୍କରେ ପ୍ରଦାହ ହୁଏ । [୧] ଏହାର ମୁଖ୍ୟ ଲକ୍ଷଣରେ ଗୋଡ଼ରେ ଥିବା ସିନ ଅସ୍ଥି ଦ୍ୱୟ ଉପରେ ଦରଜ‌ଯୁକ୍ତ ଲାଲ ଗଣ୍ଠି ବା ଗୋଟାଳି ସୃଷ୍ଟି ହୁଏ | [୧] ଏହି ଗଣ୍ଠି ଗୁଡ଼ିକର ପ୍ରସ୍ଥ ସାଧାରଣତଃ ୧ରୁ ୧୦ ସେମି ପ୍ରସ୍ଥ ହୋଇଥାଏ | [୧] ଅନ୍ୟାନ୍ୟ ଲକ୍ଷଣରେ ଗଣ୍ଠି ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ୱର ହୋଇପାରେ | [୧] ଘା ’କିମ୍ବା ଚର୍ମ ଭାଙ୍ଗିବା ହୁଏ ନାହିଁ | [୧]

ଏହାର କାରଣ ଅସ୍ପଷ୍ଟ ରହିଛି |[୧] ବେଳେବେଳେ ଏହା ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ, ଯକ୍ଷ୍ମା, ପ୍ରଦାହଜନ‌କ ଖାଦ୍ୟନଳୀ ରୋଗ, କର୍କଟ, ସାର୍କୋଏଡୋସିସ ଏବଂ କେତେକ ଔଷଧ ହେତୁ ହୋଇପାରେ | [୧] [୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏକ ଆଣ୍ଟିଜେନ ପ୍ରତି ଅଧିକ ସମ୍ବେଦନଶୀଳ ଯୋଗୁ ହେଉଥିବା ସନ୍ଦେହ କରାଯାଏ । [୨] ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଅସ୍ପଷ୍ଟ କ୍ଷେତ୍ରରେ ବାୟୋପ୍ସି ଆବଶ୍ୟକ ହୁଏ । [୨]

ଏହି ରୋଗ ନିମନ୍ତେ ବିଶ୍ରାମ ଓ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ଦେଇ ସ‌ହାୟକ ଚିକିତ୍ସା କରାଯାଏ । [୧] [୨] ଅନ୍ତର୍ନିହିତ ଅବସ୍ଥାକୁ ସମାଧାନ କରିବାକୁ ପଡ଼ିପାରେ | [୧] ପ୍ରତ୍ୟେକ ଲିଜନ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିପାରେ ଏବଂ ଆକ୍ରମଣ ଛଅ ସପ୍ତାହ ପର୍ଯ୍ୟନ୍ତ ରହିଥାଏ | [୧] ୨0,000ରୁ ୧00,000 ଲୋକଙ୍କ ମଧ୍ୟରୁ ପ୍ରାୟ ଜଣେ ଏହି ରୋଗରେ ପ୍ରଭାବିତ ହୁଏ | [୧] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଛଅ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି | [୧] ୨0ରୁ ୪୦ ବର୍ଷ ବୟସରେ ଏହା ସାଧାରଣତଃ ଦେଖାଯାଏ | [୧] [୨] ଏହାକୁ ପ୍ରଥମେ ଇଂରାଜୀରେ ୧୮୦୭ ମସିହାରେ ରବର୍ଟ ଉଇଲାନ ବର୍ଣ୍ଣନା କରିଥିଲେ। [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Schwartz, RA; Nervi, SJ (1 March 2007). "Erythema nodosum: a sign of systemic disease". American family physician. 75 (5): 695–700. PMID 17375516.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Hafsi, W; Badri, T (January 2020). "Erythema Nodosum". PMID 29262192. {{cite journal}}: Cite journal requires |journal= (help)
  3. Callen, Jeffrey P.; Jorizzo, Joseph L.; Bolognia, Jean L.; Piette, Warren; Zone, John J. (2009). Dermatological Signs of Internal Disease E-Book: Expert Consult - Online and Print (in ଇଂରାଜୀ). Elsevier Health Sciences. p. 69. ISBN 978-1-4377-1130-1.