ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

ଉଇକିପିଡ଼ିଆ‌ରୁ
(Council of Higher Secondary Education, Odishaରୁ ଲେଉଟି ଆସିଛି)
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ସ୍ଥାପନା23 ଅକ୍ଟୋବର 1982 (1982-10-23) (୪୧ ବର୍ଷ ପୂର୍ବରୁ)
ପ୍ରକାରରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ମୁଖ୍ୟାଳୟପ୍ରଜ୍ଞାପୀଠ, ସାମନ୍ତପୁର, ଭୁବନେଶ୍ୱର, ଓଡ଼ିଶା, ଭାରତ
ଅବସ୍ଥାନପ୍ରଜ୍ଞାପୀଠ, ସାମନ୍ତପୁର, ଭୁବନେଶ୍ୱର, ଓଡ଼ିଶା, ଭାରତ
ମୁଖ୍ୟ ଭାଷାଓଡ଼ିଆ ଓ ଇଂରାଜୀ
ୱେବ୍‌ସାଇଟhttp://www.chseodisha.nic.in

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (ସିଏଚଏସଇ (ଓ) ଭାବେ ସଂକ୍ଷିପ୍ତରେ ଲିଖିତ) ଭାରତର ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଓ କଲେଜ ପାଇଁ ଉଚ୍ଚ ମାଧ୍ୟମିକ (୧୧ଶ ଓ ୧୨ଶ ଶ୍ରେଣୀ ପାଠ୍ୟକ୍ରମ) ପ୍ରଦାନ କରୁଥିବା ଏକ ଶିକ୍ଷା ବୋର୍ଡ ।[୧][୨] ଏହା ଭୁବନେଶ୍ୱରରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଓଡ଼ିଶା ଉଚ୍ଚ ମାଧ୍ୟମିକ ଆଇନ, ୧୯୮୨ ଅନୁସାରେ ୧୯୮୨ ମସିହାରେ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା କରାଯାଇଥିଲା । ଏହା ୧୯୮୨ ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ରାଜ୍ୟପାଳଙ୍କଦ୍ୱାରା ସ୍ୱୀକାର କରାଯାଇଥିଲା ।

ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିୟନ୍ତ୍ରଣ ଏବଂ ବିକାଶ କରିବା ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଗଠନ କରାଯାଇଥିଲା । ଏହାର ପ୍ରାଶାସନିକ କାର୍ଯ୍ୟ ଭୁବନେଶ୍ୱରର ଗୌତମ ନଗରରେ ୧୯୮୨ ସେପ୍ଟେମ୍ବର ୭ରୁ ଏକ ଭଡ଼ାଘରୁ ଆରମ୍ଭ ହୋଇଥିଲା । କିଛି ବର୍ଷ ପରେ ପରିଷଦ ଭୁବନେଶ୍ୱରର ସାମନ୍ତପୁରଠାରେ ନିଜର ପ୍ରାଶାସନିକ କୋଠା ନିର୍ମାଣ କଲା ଏବଂ ୧୯୯୬ ଜାନୁଆରୀ ୨ତାରିଖରୁ ନିଜ ଭିତ୍ତିଭୂମିରେ କାର୍ଯ୍ୟ କରିବା ଆରମ୍ଭ କଲା । କ୍ୟାମ୍ପସର ନୂଆ ନାମକୁ ପ୍ରଜ୍ଞାପୀଠ ନାମରେ ନାମିତ କରାଯାଉଛି ।[୩]

ଆଧାର[ସମ୍ପାଦନା]

  1. Nava Kishor Das (2012). Odisha. Anthropological Survey of India by Seagull Books. ISBN 978-81-7046-293-4.
  2. "କମିଲା ସିଲାବସ, ଦୂର ହେଲା ଦ୍ୱନ୍ଦ୍ୱ". www.zeenews.india.com. zee news. {{cite web}}: |access-date= requires |url= (help); |archive-url= requires |url= (help); Missing or empty |url= (help)
  3. "About CHSE".