ଚିତ୍ତରଞ୍ଜନ ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
(Chittaranjan Sadangiରୁ ଲେଉଟି ଆସିଛି)
ଚିତ୍ତରଞ୍ଜନ ଷଡ଼ଙ୍ଗୀ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀସୁକୁମାର ନାୟକ
ପର ଅଧିକାରୀଅକ୍ଷୟ କୁମାର ଆଚାର୍ଯ୍ୟ
ନିର୍ବାଚନ ମଣ୍ଡଳୀନୀଳଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-06-01) ୧ ଜୁନ ୧୯୫୦ (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଗିରିବାଳା ଷଡ଼ଙ୍ଗୀ
ସନ୍ତାନ୨ ପୁଅ, ୧ ଝିଅ
ବାପା/ବୋଉଚିନ୍ତାମଣୀ ଷଡ଼ଙ୍ଗୀ (ବାପା)
ବୃତ୍ତିରାଜନୀତିଜ୍ଞ

ଚିତ୍ତରଞ୍ଜନ ଷଡ଼ଙ୍ଗୀ (ଜନ୍ମ: ୧ ଜୁନ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଚିତ୍ତରଞ୍ଜନ ଷଡ଼ଙ୍ଗୀ ୧୯୫୦ ମସିହାର ଜୁନ ମାସ ୧ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣୀ ଷଡ଼ଙ୍ଗୀ । ଚିତ୍ତରଞ୍ଜନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ଓକିଲାତି । ସେ ପେଶାରେ ଜଣେ ଓକିଲ । ତାଙ୍କ ପତ୍ନୀଙ୍କ ନାମ ଗିରିବାଳା ଷଡ଼ଙ୍ଗୀ ।

ରାଜନୈତିକ ଜୀବନ[ସମ୍ପାଦନା]

ଚିତ୍ତରଞ୍ଜନ ଓଡ଼ିଶା ବିଧାନ ସଭାରେ ଜଣେ ସ୍ୱାଧୀନ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. "Shri Chittaranjan Sadangi". odishaassembly.nic.in. Odisha Assembly. Retrieved 2 June 2019.