ସୁକୁମାର ନାୟକ

ଉଇକିପିଡ଼ିଆ‌ରୁ
ସୁକୁମାର ନାୟକ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଅକ୍ଷୟ କୁମାର ଆଚାର୍ଯ୍ୟ
ପର ଅଧିକାରୀଚିତ୍ତରଞ୍ଜନ ଷଡ଼ଙ୍ଗୀ
ନିର୍ବାଚନ ମଣ୍ଡଳୀନୀଳଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-09-24)୨୪ ସେପ୍ଟେମ୍ବର ୧୯୩୨
ମୃତ୍ୟୁ୨୫ ଅପ୍ରେଲ ୨୦୦୯(2009-04-25) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରେଣୁକା ନାୟକ
ସନ୍ତାନ୨ ପୁଅ, ୧ ଝିଅ
ବାପା/ବୋଉଚାରୁଚନ୍ଦ୍ର ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ସୁକୁମାର ନାୟକ (୨୪ ସେପ୍ଟେମ୍ବର ୧୯୩୨ - ୨୫ ଅପ୍ରେଲ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ରାଜନୀତି[ସମ୍ପାଦନା]

ସୁକୁମାର ନାୟକ ୧୯୩୨ ମସିହାର ସେପ୍ଟେମ୍ବର ମାସ ୨୪ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚାରୁଚନ୍ଦ୍ର ନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର । ତାଙ୍କ ପତ୍ନୀଙ୍କ ନାମ ରେଣୁକା ନାୟକ । ତାଙ୍କର ୨ ପୁଅ ଓ ଜଣେ ଝିଅଙ୍କ ସମେତ ୩ଜଣ ସନ୍ତାନସନ୍ତତି ।

ରାଜନୈତିକ ଜୀବନ[ସମ୍ପାଦନା]

ସୁକୁମାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧୯୭୦ ମସିହାରେ ବାଲଶ୍ୱର ପୌରପାଳିକାର କାଉନ୍‌ସିଲର୍ ଭାବରେ ନିର୍ବାଚିତ ହୋଇଥିଲେ । ଏଥିସହ ସେ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁକୁମାର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Late Sukumar Nayak". odishaassembly.nic.in. Odisha Assembly. Retrieved 31 May 2019.