ଚିତ୍ତରଞ୍ଜନ ଷଡ଼ଙ୍ଗୀ
ଚିତ୍ତରଞ୍ଜନ ଷଡ଼ଙ୍ଗୀ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ସୁକୁମାର ନାୟକ |
ପର ଅଧିକାରୀ | ଅକ୍ଷୟ କୁମାର ଆଚାର୍ଯ୍ୟ |
ନିର୍ବାଚନ ମଣ୍ଡଳୀ | ନୀଳଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁନ ୧୯୫୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ଗିରିବାଳା ଷଡ଼ଙ୍ଗୀ |
ସନ୍ତାନ | ୨ ପୁଅ, ୧ ଝିଅ |
ବାପା/ବୋଉ | ଚିନ୍ତାମଣୀ ଷଡ଼ଙ୍ଗୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚିତ୍ତରଞ୍ଜନ ଷଡ଼ଙ୍ଗୀ (ଜନ୍ମ: ୧ ଜୁନ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଚିତ୍ତରଞ୍ଜନ ଷଡ଼ଙ୍ଗୀ ୧୯୫୦ ମସିହାର ଜୁନ ମାସ ୧ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣୀ ଷଡ଼ଙ୍ଗୀ । ଚିତ୍ତରଞ୍ଜନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ଓକିଲାତି । ସେ ପେଶାରେ ଜଣେ ଓକିଲ । ତାଙ୍କ ପତ୍ନୀଙ୍କ ନାମ ଗିରିବାଳା ଷଡ଼ଙ୍ଗୀ ।
ରାଜନୈତିକ ଜୀବନ
[ସମ୍ପାଦନା]ଚିତ୍ତରଞ୍ଜନ ଓଡ଼ିଶା ବିଧାନ ସଭାରେ ଜଣେ ସ୍ୱାଧୀନ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Shri Chittaranjan Sadangi". odishaassembly.nic.in. Odisha Assembly. Retrieved 2 June 2019.