ଚନ୍ଦ୍ରମା ଶାନ୍ତା

ଉଇକିପିଡ଼ିଆ‌ରୁ
(Chandrama Santhaରୁ ଲେଉଟି ଆସିଛି)
ଚନ୍ଦ୍ରମା ଶାନ୍ତା
ବିଧାୟିକା: ୮ମ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଜୟରାମ ପାଙ୍ଗୀ
ପର ଅଧିକାରୀଜୟରାମ ପାଙ୍ଗୀ
ନିର୍ବାଚନ ମଣ୍ଡଳୀପଟ୍ଟାଙ୍ଗି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1938-05-05) ୫ ମଇ ୧୯୩୮ (ବୟସ ୮୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମଳୂ ଶାନ୍ତା
ବାପା/ବୋଉହନ୍ତାଳ ରଘୁନାଥ (ବାପା)
ବୃତ୍ତିରାଜନୀତିଜ୍ଞ

ଚନ୍ଦ୍ରମା ଶାନ୍ତା (ଜନ୍ମ: ୫ ମଇ ୧୯୩୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସ ସହ ମିଶି ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଓ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଚନ୍ଦ୍ରମା ୧୯୮୦ ମସିହାରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାର ୮ମ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଚନ୍ଦ୍ରମା ଶାନ୍ତା ୧୯୩୮ ମସିହାର ମଇ ମା ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ହନ୍ତାଳ ରଘୁନାଥ ।[୩] ସେ ମାଟ୍ରିକ ଯାଏଁ ପାଠ ପଢ଼ିପାରିନଥିଲେ ।[୧] ଚନ୍ଦ୍ରମା ମଳୁ ଶାନ୍ତାଙ୍କୁ ବିବାହ କରିଥିଲେ ।[୨] ସେ ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ ଏବଂ କୃଷି ସେମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା ।[୧] ଚନ୍ଦ୍ରମାଙ୍କର ପତି ମଳୁ ଶାନ୍ତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶା ବିଧାନ ସଭାର ସଭ୍ୟ ।[୪] ମଳୁ ପ୍ରଥମେ ୧୯୩୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଭାଗନେଇଥିଲେ ।[୪] ଭାରତ ସ୍ୱାଧୀନ ହେଲାପରେ ସେ ୧୯୫୭ ମସିହାରେ ପ୍ରଥମ ଥର ପାଇଁ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୨ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହାପରେ ସେ ୧୯୬୭ ମସିହାରେ ନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

ରାଜନୈତିକ ଜୀବନ[ସମ୍ପାଦନା]

ଚନ୍ଦ୍ରମା ୧୯୫୩ ମସିହାରେ ଭୂଦାନ ସମିତିର ଜଣେ କର୍ମକର୍ତ୍ତା ଭାବରେ ଯୋଗ ଦେଇଥିଲେ ଏବଂ ଏହି ସମିତିରେ ୧୯୫୬ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧] ପରବର୍ତ୍ତୀ ସମୟରେ ସେ ପଟ୍ଟାଙ୍ଗି ପଞ୍ଚାୟତ ସମିତି ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।[୧] ଏହାପରେ ସେ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୮୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳର ପ୍ରତିନିଧି ଭାବରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରିଥିଲେ ।

ଏହା ପରେ ସେ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ପୁଣିଥରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Smt. Chandrama Santha". odishaassembly.nic.in. Odisha Assembly. Retrieved 6 March 2019.
  2. ୨.୦ ୨.୧ ୨.୨ "MLA Chandrama Santha Profile | POTTANGI Constituency". naveenpatnaik.com. Archived from the original on 2022-09-20. Retrieved 2019-03-06.
  3. ୩.୦ ୩.୧ "MLA Chandrama Santha Profile | POTTANGI Constituency". www.odishahelpline.com. Retrieved 2019-03-06.
  4. ୪.୦ ୪.୧ "Late Malu Santha". odishaassembly.nic.in. Retrieved 2019-03-06.
  5. "MLA Malu Santha Profile | NANDAPUR Constituency". www.odishahelpline.com. Retrieved 2019-03-06.
  6. "MLA Malu Santha Profile | NANDAPUR Constituency". naveenpatnaik.com. Archived from the original on 2022-09-20. Retrieved 2019-03-06.