ଭୂପାଳ ଚନ୍ଦ୍ର ମହାପାତ୍ର

ଉଇକିପିଡ଼ିଆ‌ରୁ
(Bhupal Chandra Mohapatraରୁ ଲେଉଟି ଆସିଛି)
ଭୂପାଳ ଚନ୍ଦ୍ର ମହାପାତ୍ର
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀମହେଶ୍ୱର ବାଗ
ପର ଅଧିକାରୀରଘୁନାଥ ମହାନ୍ତି
ନିର୍ବାଚନ ମଣ୍ଡଳୀବସ୍ତା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-03-01)୧ ମାର୍ଚ୍ଚ ୧୯୩୧
ମୃତ୍ୟୁ୩ ଫେବୃଆରୀ ୨୦୧୫(2015-02-03) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁଲୋଚନା ମହାପାତ୍ର
ସନ୍ତାନ୩ ପୁଅ, ୩ ଝିଅ
ବାପା/ବୋଉରାଧା କୃଷ୍ଣ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଭୂପାଳ ଚନ୍ଦ୍ର ମହାପାତ୍ର (୧ ମାର୍ଚ୍ଚ ୧୯୩୧ - ୩ ଫେବୃଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଭୂପାଳ ଚନ୍ଦ୍ର ମହାପାତ୍ର ୧୯୩୧ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧାକୃଷ୍ଣ ମହାପାତ୍ର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା । ଭୂପାଳଙ୍କର ପତ୍ନୀଙ୍କ ନାମ ସୁଲୋଚନା ମହାପାତ୍ର । ତାଙ୍କର ୩ ପୁଅ ଓ ୩ ଝିଅଙ୍କ ସମେତ ସମୁଦାୟ ସନ୍ତାନ ସଂଖ୍ୟା ୬ ।

ରାଜନୈତିକ ଜୀବନ[ସମ୍ପାଦନା]

ଭୂପାଳ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିବା ସହ ଥରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭୂପାଳ ଭାରତୀୟ ଜାତୀୟ କଂଗ୍ରେସ (ଇ)ର ପ୍ରାର୍ଥୀ ଭାବରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭୂପାଳ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ପୁଣିଥରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୯ମ ଓଡ଼ିଶା ବିଧାନ ସଭାରେ ଭୂପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ରାଜ୍ୟ ଜଙ୍ଗଲ ବିଭାଗର ମନ୍ତ୍ରୀ ଭାବରେ ୧୩ ମାର୍ଚ୍ଚ ୧୯୮୫ରୁ ୨୨ ଜୁଲାଇ ୧୯୮୬ ଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଭୂପାଳ ୨୦୧୫ ମସିହାର ଫେବୃଆରୀ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Late Bhupal Chandra Mohapatra". odishaassembly.nic.in. Odisha Assembly. Retrieved 21 June 2019.