Jump to content

ରଘୁନାଥ ମହାନ୍ତି

ଉଇକିପିଡ଼ିଆ‌ରୁ
ଶହୀଦ

ରଘୁନାଥ ମହାନ୍ତି
ଜନ୍ମ(1910-07-18)୧୮ ଜୁଲାଇ ୧୯୧୦
ବାଦଭୂଇଁ, ରଣପୁର
ମୃତ୍ୟୁ୪ ଅପ୍ରେଲ ୧୯୪୧(1941-04-04) (ବୟସ ୩୦)
ଭାଗଲପୁର, ବିହାର
ମୃତ୍ୟୁର କାରଣଫାଶୀ
ଜାତୀୟତାଭାରତୀୟ
ଆନ୍ଦୋଳନପ୍ରଜାମଣ୍ଡଳ ଆନ୍ଦୋଳନ
ପିତାମାତାନଟବର ମହାନ୍ତି, ଲାବଣ୍ୟ ଦେବୀ

ରଘୁନାଥ ମହାନ୍ତି ଜଣେ ଓଡ଼ିଶା-ଜନ୍ମିତ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ମୁଖ୍ୟତଃ ରଣପୁର ବିଦ୍ରୋହ[] ତଥା ଗଡ଼ଜାତ ବିଦ୍ରୋହରେ ପ୍ରମୁଖ ନେତୃତ୍ୱ ନେଇଥିଲେ । ୧୯୪୦ ମସିହାରେ ଇଂରେଜମାନେ ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ ।

ଜୀବନୀ

[ସମ୍ପାଦନା]

ରଘୁନାଥ ମହାନ୍ତି ରଣପୁରର ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରଣପୁର ଆଦି ଗଡ଼ଜାତ ଅଞ୍ଚଳକୁ ସେତେବେଳେ ଅନ୍ଧାରୀ ମୁଲକ କୁହାଯାଉଥିଲା, କାରଣ ଏଠିକାର ଅଧିବାସୀ ନିଜ ଅଧିକାର ବିଷୟରେ ଅନଭିଜ୍ଞ ଥିଲେ । ରଘୁନାଥ ମହାନ୍ତି ନିଜ ସାଥୀ ଦିବାକର ପରିଡ଼ାଙ୍କ ସହ ମିଶି ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ କରିଥିଲେ ।[] ସେ ଦୁହେଁ ରାସବିହାରୀ ବୋଷ, ଭଗତ ସିଂହ, ବାଘା ଯତୀନ, ଚନ୍ଦ୍ରଶେଖର ଆଜାଦ ଏବଂ ବୀର ସାବରକାର ଆଦି ସ୍ୱାଧୀନତା ସଂଗ୍ରାମୀଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏ ଦୁଇଜଣ ରଘୁ-ଦିବାକର ଭାବେ ପରିଚିତ । ୧୯୩୯ ମସିହା ଜାନୁୟାରୀ ୫ ତାରିଖରେ ରଣପୁର ରାଜପ୍ରାସାଦ ସମ୍ମୁଖରେ ରଘୁ-ଦିବାକରଙ୍କ ନେତୃତ୍ୱରେ ଲୋକମାନେ ବିକ୍ଷୋଭ କରିଥିଲେ । ଏଥିରେ ସେତେବେଳ ସମୟରେ ଓଡ଼ିଶା ପାଇଁ ନିଯୁକ୍ତ ଇଂରାଜୀ ରାଜନୈତିକ ପ୍ରତିନିଧି ମେଜର ଆର.ଏଲ. ବାଜେଲଗେଟଙ୍କୁ[] ଲୋକମାନେ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ । ବ୍ରିଟିଶ ସରକାର ମୃତ୍ୟୁର ତଦନ୍ତ ପାଇଁ ଏକ ଟିମ ଓଡ଼ିଶାକୁ ପଠାଇଲେ ରଣପୁରବାସୀଙ୍କୁ ମିଥ୍ୟା ସାକ୍ଷୀ ଦେବାକୁ ବିବଶ କରାଗଲା ଏବଂ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଭୁଲ ମାମଲାରେ ଫସାଇ ଅତ୍ୟାଚାର କରାଗଲା । ଶେଷରେ ସେମାନଙ୍କୁ ଫାସୀଦଣ୍ଡରେ ଦଣ୍ଡିତ କରିବାକୁ ନିଷ୍ପତ୍ତି ନିଆଗଲା । ସେମାନଙ୍କୁ ରେଳଗାଡ଼ିଦ୍ୱାରା ରଣପୁର ଜେଲରୁ ବିହାରର ଭଗଲପୁର ଜେଲକୁ ନିଆଗଲା । ୧୯୪୧ ମସିହା ପୂର୍ବାହ୍ନରେ ସେମାନଙ୍କୁ ସେ ଦୁହିଁଙ୍କୁ ଫାସୀ ଦିଆଗଲା[]

  1. "Freedom fighters of Odisha who left British hopeless - Baji Rout, Jayee Rajguru, Buxi Jagabandhu, Veer Surendra Sai, Laxman Nayak, Dharanidhar Bhuyan, Chakhi Khuntia, Raghu and Dibakar". Incredible Orissa. 21 January 2018.[permanent dead link]
  2. "The Office of Speaker Lok Sabha". speakerloksabha.nic.in.
  3. "Prime Minister stirs Paika emotion". The Telegraph.
  4. "Narendra Modi writes about freedom fighters: Who they are and why you should know about them". India Today (in ଇଂରାଜୀ).