ଭରତ ପାଇକ

ଉଇକିପିଡ଼ିଆ‌ରୁ
(Bharat Paikରୁ ଲେଉଟି ଆସିଛି)
ଭରତ ପାଇକ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀରାମଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1959-02-04)୪ ଫେବୃଆରୀ ୧୯୫୯
ମୃତ୍ୟୁ୭ ଅପ୍ରେଲ ୨୦୨୦(2020-04-07) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀପ୍ରେମାଞ୍ଜଳି ପାଇକ
ବାପା/ବୋଉଗୁରୁମୂର୍ତ୍ତି ପାଇକ (ବାପା)
ବୃତ୍ତିରାଜନୀତିଜ୍ଞ

ଭରତ ପାଇକ (୪ ଫେବୃଆରୀ ୧୯୫୯ - ୭ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭରତ ପାଇକ ୧୯୫୯ ମସିହାର ଫେବୃଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁରୁମୂର୍ତ୍ତି ପାଇକ ଓ ପତ୍ନୀଙ୍କ ନାମ ପ୍ରେମାଞ୍ଜଳି ପାଇକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭରତ ପାଇକ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ[୨] ଏବଂ ୨୦୧୯ ମସିହାରେ ବିଜେପିରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ସେ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢ଼ିବା ବେଳେ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବ୍ରହ୍ମପୁରସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ସଂସଦ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।[୪]

ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ । ୨୦୦୪ ମସିହାରେ ଗଜପତି ଜିଲ୍ଲାରାମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେରେ ନିର୍ବାଚନ ଲଢ଼ି ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

ଭରତ ପାଇକ ୨୦୨୦ ମସିହାର ଅପ୍ରେଲ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Bharat Paik". odishaassembly.nic.in. Odisha Assembly. Retrieved 8 August 2022.
  2. "ଦଳ ତାଙ୍କୁ ଠକିଛି ଓ ଅଣଦେଖା କରିଛି ବୋଲି କହିଲେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ଭରତ ପାଇକ". ସମ୍ବାଦ. ଭୁବନେଶ୍ୱର: sambad.in. 25 March 2019. Archived from the original on 8 August 2022. Retrieved 8 August 2022.
  3. "ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ". ଧରିତ୍ରୀ. 9 April 2020. Retrieved 8 August 2022.
  4. ୪.୦ ୪.୧ ୪.୨ "ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ". ପ୍ରମେୟ. ପାରଳାଖେମୁଣ୍ଡି. 9 April 2020. Archived from the original on 8 August 2022. Retrieved 8 August 2022.