ବୈଶାଳୀ ମହାନ୍ତି

ଉଇକିପିଡ଼ିଆ‌ରୁ
(Baisali Mohantyରୁ ଲେଉଟି ଆସିଛି)
ବୈଶାଳୀ ମହାନ୍ତି
ଜନ୍ମ(1994-08-05)୫ ଅଗଷ୍ଟ ୧୯୯୪
ଶିକ୍ଷାନୁଷ୍ଠାନବ୍ଲେସଡ଼ ସାକ୍ରାମେଣ୍ଟ ହାଇସ୍କୁଲ, ଲେଡି ଶ୍ରୀରାମ କଲେଜ, ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ
ବୃତ୍ତିଓଡ଼ିଶୀ ନୃତ୍ୟଶିଳ୍ପୀ
ପିତାମାତା(s)ରାଧାବିନୋଦ ମହାନ୍ତି, ମାନସୀ ପ୍ରଧାନ

ବୈଶାଳୀ ମହାନ୍ତି(୫ ଅଗଷ୍ଟ ୧୯୯୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ।[୧] ଏହାସହ ସେ ଜଣେ କୋରିଓଗ୍ରାଫର୍, ଲେଖିକା ଓ ବୈଦେଶିକ ଓ ସାର୍ବଜନିକ ନୀତି ବିଶ୍ଲେଷକ । ସେ ଅକ୍ସଫୋର୍ଡ୍ ଓଡ଼ିଶୀ କେନ୍ଦ୍ରର ସଂସ୍ଥାପକ । ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ ଓ ୟୁନାଇଟେଡ୍ କିଙ୍ଗଡମର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଓଡ଼ିଶାର ନୃତ୍ୟକୁ ପ୍ରୋତ୍ସାହନ ଦେବା ସହ ସେଠାରେ ଓଡ଼ିଶୀ ପ୍ରଶିକ୍ଷଣ ଦେଇଥାନ୍ତି ।[୨] ବିଭିନ୍ନ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ପ୍ରକାଶନ ପାଇଁ ବୈଦେଶିକ ନୀତି ଓ ସାମରିକ କ୍ଷେତ୍ରରେ ନିୟମିତ ଯୋଗଦାନ କରିଥାନ୍ତି । [୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ବୈଶାଳୀ ମହାନ୍ତିଙ୍କ ଜନ୍ମ ୧୯୯୪ ମସିହା ଅଗଷ୍ଟ ୫ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାରେ ହୋଇଥିଲା । ତାଙ୍କ ବାପା ରାଧାବିନୋଦ ମହାନ୍ତି ଇଣ୍ଡିଆନ୍ ଇନଷ୍ଟିଚୁଟ ଅଫ୍ ଟେକନୋଲୋଜିରେ ବିଦ୍ୟୁତ୍ ବିଭାଗରେ ଇଂଜିନିୟର ଓ ମା ମାନସୀ ପ୍ରଧାନ ଜଣେ କବି ତଥା ଲେଖିକା । ପୁରୀ ଜିଲ୍ଲାର ବ୍ଲେସଡ଼ ସାକ୍ରାମେଣ୍ଟ ହାଇସ୍କୁଲ ଓ ଭୁବନେଶ୍ୱରର କିଟ୍ ଇଂଟରନ୍ୟାଶନଲ୍ ସ୍ଚୁଲରୁ ସେ ଶିକ୍ଷା ଲାଭ କରିଥିଲେ । ଦିଲ୍ଲୀର ପ୍ରତିଷ୍ଠିତ ମହିଳା ମହାବିଦ୍ୟାଳୟ ଲେଡି ଶ୍ରୀରାମ କଲେଜରୁ ସେ ରାଜନୀତି ବିଜ୍ଞ।ନରେ ସ୍ନାତକ ଲାଭ କରିଥିଲେ । ଏହାପରେ ସେ ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଲାଭ କରିଥିଲେ | ସେଠାରେ ସେ ଇଣ୍ଡିଆ ନ୍ୟୁକ୍ଲିଅର୍ ପଲିସି ସଂପର୍କରେ ଗବେଷଣା ମଧ୍ୟ କରିଥିଲେ ।[୪]

ନୃତ୍ୟ ଜୀବନ[ସମ୍ପାଦନା]

ଗତ ୧୩ ବର୍ଷ ହେବ ବୈଶାଳୀ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଆସୁଛନ୍ତି । ଏହାଦ୍ୱାରା ସେ ଓଡ଼ିଶୀ ନୃତ୍ୟକୁ ପ୍ରୋତ୍ସାହନ ଦେବା ସହ ଏହାକୁ ଦେଶ ବିଦେଶରେ ପ୍ରସିଦ୍ଧ କରାଇଛନ୍ତି ।ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କଠାରୁ ବୈଶାଳୀ ଓଡ଼ିଶୀ ଶିକ୍ଷ। ଗ୍ରହଣ କରିଛନ୍ତି ।[୫] ସେ ଉଭୟ ଓଡ଼ିଶୀ ନୃତ୍ୟ ଓ ହିନ୍ଦୁସ୍ତାନୀ ସଂଗୀତରେ ବିଷାରଦ ହାସଲ କରିଛନ୍ତି । ସେ ଚଣ୍ଡିଗଡର ପ୍ରାଚୀନ କଳା କେନ୍ଦ୍ରରୁ ନୃତ୍ୟ ଶିକ୍ଷ। ଲାଭ କରିଛନ୍ତି । ସେ ଇଣ୍ଡିଆ ହାବିଟାଟ୍ ସେଣ୍ଟର୍, ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍ ସେଣ୍ଟର୍ ଦିଲ୍ଲୀରେ ନିୟମିତ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ଏହାସହ ଅନେକ ଅର୍ନ୍ତଜାତୀୟ ଓ ଜାତୀୟ ସମାରୋହରେ ମଧ୍ୟ ସେ ଯୋଗ ଦେଇ ଓଡ଼ିଶୀ ପରିବେଷଣ କରିଥାନ୍ତି ।[୬]

ଆଧାର[ସମ୍ପାଦନା]

  1. http://sarbasadharana.com/?p=33835[permanent dead link]
  2. https://www.telegraphindia.com/1160504/jsp/odisha/story_83592.jsp
  3. http://www.orissapost.com/big-brained-baishali/
  4. http://www.dailypioneer.com/state-editions/bhubaneswar/puri-girl-baisali-makes-it-to-oxford-varsity.html
  5. https://www.telegraphindia.com/1160113/jsp/odisha/story_63528.jsp
  6. "ଆର୍କାଇଭ୍ କପି". Archived from the original on 2016-05-12. Retrieved 2017-05-07. {{cite web}}: Cite has empty unknown parameter: |1= (help)