ବିଶ୍ୱନାଥ ଅଗ୍ରୱାଲା
Justice ବିଶ୍ୱନାଥ ଅଗ୍ରୱାଲା | |
---|---|
17th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 18 November 1999 – 18 October 2000 | |
ପୂର୍ବ ଅଧିକାରୀ | ଶୈଳେନ୍ଦୁନାଥ ଫୁକନ୍ |
ପର ଅଧିକାରୀ | ଏନ୍. ୱ।ଇ. ହନୁମନ୍ଥାପା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଅକ୍ଟୋବର ୧୯୪୪ |
ବିଶ୍ୱନାଥ ଅଗ୍ରୱାଲା (ଜନ୍ମ ୧୫ ଅକ୍ଟୋବର ୧୯୪୪) ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି । ସେ ନଭେମ୍ବର ୧୯୮୬ରେ ପାଟନା ଉଚ୍ଚନ୍ୟାୟାଳୟରେ ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ, ସେ ନଭେମ୍ବର ୧୯୯୯ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହୋଇଥିଲେ। ସେ ୧୯ ଅକ୍ଟୋବର ୨୦୦୦ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨୦୦୯ରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।[୧][୨] ସେ ୨୦୧୪ରେ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଆଇନର ବିରୋଧ କରିଥିଲେ, ଯାହା ବିଚାରପତିମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିପାରିଥାନ୍ତା । ଏହି ପ୍ରସଙ୍ଗରେ ସେ କହିଥିଲେ,[୩]
“If Judiciary is finished, democracy will be finished. This bill (National Judicial Appointments Commission) affects the independence of the judiciary, there is no doubt about it. The way Governors are being transferred to Mizoram, the Chief Justices and judges of the HCs will be transferred to newly created HCs in North East. No judge will be able to pass strong orders."
(ଏହାର ଓଡିଆ ମର୍ମାନୁବାଦ:
"ନ୍ୟାୟପାଳିକା ସମାପ୍ତ ହୋଇଗଲେ ଲୋକତନ୍ତ୍ର ମଧ୍ୟ ସମାପ୍ତ ହୋଇଯିବ। ଏହି ବିଧେୟକ (ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ) ନ୍ୟାୟପାଳିକାର ସ୍ଵାଧୀନତାକୁ ପ୍ରଭାବିତ କରୁଛି, ଏହାର କୌଣସି ସନ୍ଦେହ ନାହିଁ। ଯେପରି ଭାବେ ରାଜ୍ୟପାଳମାନଙ୍କୁ ମିଜୋରାମକୁ ସ୍ଥାନାନ୍ତର କରାଯାଉଛି, ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ବିଚାରପତିମାନଙ୍କୁ ମଧ୍ୟ ଉତ୍ତର ପୂର୍ବର ନୂତନ ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର କରାଯିବ । କୌଣସି ବିଚାରପତି ସଠିକ ତଥା ନ୍ୟାୟୋଚିତ ଆଦେଶ ଜାରୀ କରିପାରିବେ ନାହିଁ" ।)
କାର୍ଯ୍ୟଜୀବନ
[ସମ୍ପାଦନା]ଅଗ୍ରୱାଲଙ୍କ ଜନ୍ମ ୧୯୪୪ ମସିହାରେ ହୋଇଥିଲା । ସେ ଏଲଏଲବି ପାସ୍ କରି ୧୯୯୬ରେ ପାଟନା ଉଚ୍ଚନ୍ୟାୟାଳୟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ସେ ପ୍ରଧାନତଃ ଦେୱାନୀ ଏବଂ ସାମ୍ବିଧାନିକ ବିଷୟରେ ଓକିଲାତି ପେଷା ଆରମ୍ଭ କରିଥିଲେ । ସେ ୧୭ ନଭେମ୍ବର ୧୯୮୬ରେ ପାଟନା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଅଗ୍ରୱାଲ ନଭେମ୍ବର ୧୯୯୯ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହୋଇଥିଲେ । ତା'ପରେ ସେ ୧୯ ଅକ୍ଟୋବର ୨୦୦୦ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦକୁ ପଦୋନ୍ନତ ହୋଇଥିଲେ ।[୪]
ବିବାଦ
[ସମ୍ପାଦନା]ସେପ୍ଟେମ୍ବର ୨୦୧୭ରେ, ଭାରତୀୟ ଜାତୀୟ ଅନୁସନ୍ଧାନ ବ୍ୟୁରୋ (CBI) ଦ୍ଵାରା ଏହା ଅଭିଯୋଗ ହୋଇଥିଲା ଯେ ଅଗ୍ରୱାଲ ଲକ୍ଷ୍ନୌର ପ୍ରସାଦ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ତାଙ୍କ ପକ୍ଷରେ ଉପଯୁକ୍ତ ରାୟ ପାଇବାରେ ସହାୟତା କରିବାକୁ ବଡ଼ ପରିମାଣର ଅନୈତିକ ଟଙ୍କା ଗ୍ରହଣ କରିଥିଲେ।[୫] ସେ ବିଷୟର ତଦନ୍ତ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଜଣେ ବିଶେଷ ତଦନ୍ତ ଦଳ ଗଠନ କରାଯାଇଥିଲା ।[୬][୭]
ଆଧାର
[ସମ୍ପାଦନା]- ↑ "Justice B.N. Agrawal retires". The Hindu (in Indian English). 2009-10-14. ISSN 0971-751X. Retrieved 2024-12-17.
- ↑ Bench, Bar & (2009-10-15). "Supreme Court Justice BN Agrawal turns 65 retires". Bar and Bench - Indian Legal news (in ଇଂରାଜୀ). Retrieved 2024-12-17.
- ↑ Singh, Ajmer (27 August 2014). "Judges could meet the same fate as Governors: Justice BN Agrawal". The Economic Times. Retrieved 17 December 2024.
- ↑ "Chief Justices/ Judges Elevated to Supreme Court | Orissa High Court, Cuttack". www.orissahighcourt.nic.in. Retrieved 2024-12-17.
- ↑ Pioneer, The. "CBI arrests retd judge of Orissa HC". The Pioneer (in ଇଂରାଜୀ). Retrieved 2024-12-17.
- ↑ "A Sad Moment in India's Judicial History". The Wire (in ଇଂରାଜୀ). Retrieved 2024-12-17.
- ↑ "Retired Orissa High Court Judge Booked in Medical College Scam". News18 (in ଇଂରାଜୀ). Retrieved 2024-12-17.