Jump to content

ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ

ଉଇକିପିଡ଼ିଆ‌ରୁ
ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ, ୨୦୧୪
ଭାରତୀୟ ସଂସଦ
An Act further to amend the Constitution of India.
ଆଧାର99th Constitutional Amendment Act
Territorial extentଭାରତ
Date assented to15 August 2014
Date commenced31 December 2014
Date repealed16 October 2015
Status: Repealed

ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଭାରତର ନ୍ୟାୟୀକ ବ୍ୟବସ୍ଥାରେ ଉଚ୍ଚ ନ୍ୟାୟାଳୟ ତଥା ଉଚ୍ଚତମ ନ୍ୟାୟାଳୟରେ ନ୍ୟାୟାଧୀଶମାନଙ୍କର ନିଯୁକ୍ତି ଏବଂ ବଦଳି ନିମନ୍ତେ ଗଠିତ ଏକ ସାମ୍ବିଧାନିକ ସଂସ୍ଥା । ଭାରତୀୟ ସମ୍ବିଧାନର ୯୯ତମ ସାଂବିଧାନିକ ସଂଶୋଧନ ମାଧ୍ୟମରେ ଏହି ଆୟୋଗ ଗଠନର ପ୍ରାବଧାନ କରାଯାଇଥିଲା । ଏହା ଭାରତର ୧୨୧ତମ ଭାରତୀୟ ସଂବିଧାନ ସଂଶୋଧନ ବିଲ୍‌, ୨୦୧୪ ମାଧ୍ୟମରେ ଲୋକ ସଭାରେ ୧୩ ଅଗଷ୍ଟ, ୨୦୧୪ରେ ଏବଂ ରାଜ୍ୟ ସଭାରେ ୧୪ ଅଗଷ୍ଟ,୨୦୧୪ରେ ସର୍ବ ସମ୍ମତ୍ତିକ୍ରମେ ପାରିତ ହୋଇଥିଲା ।[][]

ପୃଷ୍ଠଭୂମି

[ସମ୍ପାଦନା]

ଭାରତର ଉଚ୍ଚତମ ନ୍ୟାୟାଳୟ ତଥା ସମସ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଶମାନଙ୍କର ନିଯୁକ୍ତି ନିମନ୍ତେ ଭାରତୀୟ ସଂବିଧାନରେ କୌଣସି ବିଧିନିର୍ଦ୍ଦିଷ୍ଟ ତଥା ସ୍ପଷ୍ଟ ବ୍ୟବସ୍ଥା ନ ଥିବାରୁ ବିଗତ ଦୁଇ ଦଶନ୍ଧି ଧରି କଲିଜିୟମ୍ ବ୍ୟବସ୍ଥା ପ୍ରଚଳିତ । ଏହି ବ୍ୟବସ୍ଥା ଉଚ୍ଚତମ ନ୍ୟାୟାଳୟଙ୍କ ନିମ୍ନ ପ୍ରଦତ୍ତ ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଉପରେ ଆଧାରିତ ।

  1. S. P. Gupta v. Union of India - 1981[] (also known as the Judges' Transfer case)
  2. Supreme Court Advocates-on Record Association vs Union of India - 1993[]
  3. In re Special Reference 1 of 1998[]

ତେବେ ବିଭିନ୍ନ ସମୟରେ ନ୍ୟାୟାଧୀଶମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅଧିକ ପାରଦର୍ଶିତା ଆଣିବା ପାଇଁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ମତ ପ୍ରକାଶ ପାଇଥିଲା । ସୁଦୀର୍ଘ ଆଲୋଚନା ଏବଂ ରାଜନୈତିକ ସ୍ତରରେ ସହମତି ପରେ ସଂବିଧାନ ସଂଶୋଧନ ପୂର୍ବକ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗର ପ୍ରାବଧାନ କରାଯାଇଥିଲା ।

ଭାରତୀୟ ସଂବିଧାନର ୯୯ତମ ସଂଶୋଧନକ୍ରମେ ଏକ ନୂତନ ଧାରା ୧୨୪(କ)ରେ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗର ପ୍ରାବଧାନ କରାଯାଇଛି । ଉକ୍ତ ସଂଶୋଧିତ ଧାରା ଅନୁଯାୟୀ ଉକ୍ତ ଆୟୋଗ ନିମ୍ନ ଲିଖିତ ଛଅଜଣ ସଦସ୍ୟ ରହିବେ ।

  • ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ,
  • ଉଚ୍ଚତମ ନ୍ୟାୟାଳୟର ଦୁଇଜଣ ବରିଷ୍ଠ ନ୍ୟାୟାଧୀଶ
  • କେନ୍ଦ୍ର ଆଇନ ମନ୍ତ୍ରୀ
  • ଦୁଇଜଣ ବିଶିଷ୍ଟ ବ୍ୟକ୍ତି ଯେଉଁମାନେ କି ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ, ଭାରତର ପ୍ରଧାନ ମନ୍ତ୍ରୀ ଏବଂ ଲୋକ ସଭାରେ ବିରୋଧୀଦଳର ନେତା(ଯଦି ବିରୋଧୀଦଳର ନେତା ନଥାନ୍ତି, ଏକକ ସଂଖ୍ୟାଗରିଷ୍ଠ ଦଳର ନେତା)ଙ୍କଦ୍ୱାରା ଗଠିତ ଏକ କମିଟିଦ୍ୱାରା ମନୋନୀତ ହୋଇଥିବେ । ତେବେ ଉକ୍ତ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଅଳ୍ପସଂଖ୍ୟକବର୍ଗ କିମ୍ବା ମହିଳା ହୋଇଥିବେ । ଏହି ସଦସ୍ୟମାନେ କେବଳ ତିନି ବର୍ଷ ପାଇଁ ମନୋନୀତ ହେବେ ଓ ଏମାନେ ପୁନଃ ମନୋନୟନ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

କାର୍ଯ୍ୟ

[ସମ୍ପାଦନା]

ସଂଶୋଧିତ ପ୍ରାବଧାନ ଅନୁସାରେ ଆୟୋଗର କାର୍ଯ୍ୟଗୁଡିକ ଥିଲା ଏହିପରି:

  • ଭାରତର ଉଚ୍ଚତମ ନ୍ୟାୟାଳୟ ଏବଂ ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ତଥା ଅନ୍ୟାନ୍ୟ ନ୍ୟାୟାଧୀଶ ମାନଙ୍କ ନାମ ସୁପାରିଶ କରିବା,
  • ବିଭିନ୍ନ ଉଚ୍ଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ତଥା ଅନ୍ୟାନ୍ୟ ନ୍ୟାୟାଧୀଶ ମାନଙ୍କର ବଦଳି ସୁପାରିଶ କରିବା ଏବଂ
  • ସୁପାରିଶ କରାଯାଇଥିବା ପ୍ରାର୍ଥୀ ମାନଙ୍କର ଆଇନଗତ ଯୋଗ୍ୟତା ଏବଂ ସାମର୍ଥ୍ୟ ସୁନିଶ୍ଚିତ କରିବା ।

ନୂତନ ବ୍ୟବସ୍ଥାର ସାମ୍ବିଧାନିକତା

[ସମ୍ପାଦନା]

ତତକାଳୀନ ବିଚାରପତି ବିଶ୍ୱନାଥ ଅଗ୍ରୱାଲା ୨୦୧୪ରେ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଆଇନର ବିରୋଧ କରିଥିଲେ, ଯାହା ବିଚାରପତିମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିପାରିଥାନ୍ତା । ଏହି ପ୍ରସଙ୍ଗରେ ସେ କହିଥିଲେ,[]

“If Judiciary is finished, democracy will be finished. This bill (National Judicial Appointments Commission) affects the independence of the judiciary, there is no doubt about it. The way Governors are being transferred to Mizoram, the Chief Justices and judges of the HCs will be transferred to newly created HCs in North East. No judge will be able to pass strong orders."

ଉଚ୍ଚତମ ନ୍ୟାୟାଳୟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ୧୬, ଅକ୍ଟୋବର ୨୦୧୫ ତାରିଖରେ ୯୯ତମ ସଂବିଧାନ ସଂଶୋଧନ ତଥା ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ବ୍ୟବସ୍ଥାକୁ ଗଣତନ୍ତ୍ର ବିରୋଧୀ ବୋଲି ଦର୍ଶାଇ ରଦ୍ଦ କରିଦେଇଛନ୍ତି । ଫଳରେ ବିଗତ ଦୁଇ ଦଶନ୍ଧି ଧରି ପ୍ରଚଳିତ କଲିଜିୟମ ବ୍ୟବସ୍ଥାର ପୁନଃ ପ୍ରଚଳନ ନିଶ୍ଚିତ ହୋଇଯାଇଛି । ତେବେ ମାନ୍ୟବର ଉଚ୍ଚନ୍ୟାୟାଳୟ ତାଙ୍କର ଏହି ଆଦେଶରେ କଲିଜିୟମ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯଦି କୌଣସି ପରାମର୍ଶ ଆସେ ତେବେ ତାହାର ଶୁଣାଣି କରାଯିବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଉକ୍ତ ମକଦ୍ଦମା ନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ଚତୁର୍ଥ ମାମଲା ଭାବେ ପରିଚିତ ।

[][][]

  1. "The Constitutions (Ninety-ninth) Amendment) Bill, 2014" (PDF). Govt, of India. Archived from the original (PDF) on 19 August 2014. Retrieved 17 October 2015.
  2. "Rajya Sabha Passes First NJAC Bill". Bloomberg TV India.
  3. Bhagwati, P. "S. P. Gupta v. President of India". indiankanoon.org. Indian Kanoon. Retrieved 15 January 2013.
  4. Verma (for the majority), J S. "Supreme Court Advocates-on-Record Association v. Union of India". indiankanoon.org. Indian Kanoon. Retrieved 15 January 2013.
  5. Barucha, S. P. "In re Special Reference 1 of 1998". indiankanoon.org. Indian Kanoon. Retrieved 15 January 2013.
  6. Singh, Ajmer (27 August 2014). "Judges could meet the same fate as Governors: Justice BN Agrawal". The Economic Times. Retrieved 17 December 2024.
  7. http://www.thehindu.com/news/national/supreme-court-verdict-on-njac-and-collegium-system/article7769266.ece?homepage=true
  8. "SC declares NJAC unconstitutional, upholds Collegium". THE HINDU. 16 October 2015.
  9. "From BJP to Congress: Reactions to Supreme Court striking down the NJAC Act". FIRSTPOST. 16 October 2015.