ଅର୍ଜୁନ ଗମାଙ୍ଗ

ଉଇକିପିଡ଼ିଆ‌ରୁ
(Arjuna Gamangରୁ ଲେଉଟି ଆସିଛି)
ସଦ୍‌ଗୁରୁ ଶ୍ରୀ ଶ୍ରୀ

ଅର୍ଜ୍ଜୁନ ଗମାଙ୍ଗ
Born
ଅର୍ଜ୍ଜୁନ ଗମାଙ୍ଗ

(1933-07-18)୧୮ ଜୁଲାଇ ୧୯୩୩
Died୨୮ ଫେବୃଆରୀ ୧୯୮୯(1989-02-28) (ବୟସ ୫୫)
Nationalityଭାରତୀୟ
Known forଦିବ୍ୟ ଦର୍ଶନ
Spouseସୁରମା ଦେବୀ
Parent(s)ଓଡ଼ିଆ ଗମାଙ୍ଗ(ବାପା)
ଚନ୍ଦ୍ରମା ଦେବୀ (ମା)
Websitethephilosophydivine.com

ଅର୍ଜ୍ଜୁନ ଗମାଙ୍ଗ (୧୮ ଜୁଲାଇ ୧୯୩୩ - ୨୮ ଫେବୃଆରୀ ୧୯୮୯) ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ଅଟନ୍ତି[୧] । ଜୁଲାଇ ୧୮, ୧୯୩୩ରେ ସେ ଗୋଡ଼ିଆବନ୍ଧ ଗ୍ରାମର ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ଥିଲେ ଓଡ଼ିଆ ଗମାଙ୍ଗ ଓ ମା ଥିଲେ ଚନ୍ଦ୍ରମା ଦେବୀ । ଗାଁ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ ସେ । ସେଠାରେ ତାଙ୍କର ପିଲାଦିନର ଶିକ୍ଷକ ଥିଲେ ନରସିଂହ ଶତପଥୀ । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ପାଠରେ ଡୋରି ବନ୍ଧାହେଲା । ତାପରେ ଓଡ଼ିଶା ଇଂଜିନିୟରିଂ ବିଦ୍ୟାଳୟ କଟକରେ ଯୋଗଦେଲେ ୧୯୫୦ରେ । ସେଠାରେ ମଧ୍ୟ ସେ ଅଧ୍ୟୟନ ସଂପୂର୍ଣ୍ଣ କରିପାରିଲେ ନାହିଁ । ୧୯୫୧ରେ କୁଜେନ୍ଦ୍ରି ଆଶ୍ରମ ବିଦ୍ୟାଳୟ ଏବଂ ୧୯୫୨ରେ ଗୁମ୍ପାକୁଣ୍ଡା ଆଶ୍ରମ ବିଦ୍ୟାଳୟରେ ଯୋଗ ଦେଲେ । ତତ୍ପରେ ସେ ବାମୁଣୀପୁଟ ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସୁରମାଦେବୀଙ୍କୁ ବିବାହ କଲେ ।

ଦିବ୍ୟ ଦର୍ଶନ[ସମ୍ପାଦନା]

ପିଲାଦିନେ ସକ୍ରେଟିସଙ୍କର କଥାଟିଏ ତାଙ୍କୁ ଭାରି ପ୍ରଭାବିତ କରିଥିଲା । ତାହା ହେଲା -ଅଜ୍ଞାନ ମହାପାପ ଏବଂ ଅଜ୍ଞାନ ହିଁ ସମସ଼୍ତ ପାପର କାରଣ । ଅଦ୍ୱୈତ ବେଦାନ୍ତ ମତରେ କେବଳ ଆତ୍ମା ହିଁ ସତ୍ୟ ଏବଂ ଜଗତ ମିଥ୍ୟା - ଏହି ମୂଳାଧାର ଉପରେ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ । ସେ ସମସ୍ତଙ୍କୁ ଜ୍ଞାନ ଆହରଣ କରିବାକୁ ଉପଦେଶ ଦେଉଥିଲେ । ତାଙ୍କ ମତରେ " ତୁମେ ଯଦି ସଦ୍‌ଗତି ଚାହଁ, ତେବେ ଆତ୍ମଜ୍ଞାନ ଆହରଣ କର[୨] ଏହାହିଁ ସଦଗୁରୁଙ୍କ ମହାମନ୍ତ୍ର । ଜଗତ ପ୍ରତି ତାଙ୍କର ସନ୍ଦେଶ ଥିଲା - ଅଜ୍ଞାନରୁ ପାପ ଏବଂ ପାପରୁ ଦୁଃଖ[୩] । ଅତଏବ ସମସ଼୍ତ ଦୁଃଖରୁ ମୁକ୍ତି ପାଇବାକୁ ହେଲେ ଆତ୍ମ-ଜ୍ଞାନ ଆହରଣ କରିବା ଦରକାର[୪][୫] । ୧୯୭୬ ମସିହାରେ ସେ ଦିବ୍ୟ ଦର୍ଶନ ସଂଘର ପ୍ରଚାର କରି ଜଣେ ସଦଗୁରୁ ଭାବେ ପରିଚିତ ହୋଇଗଲେ[୬] । ତାଙ୍କ ଅନୁଗାମୀମାନଙ୍କ ମତରେ ସେ ୧୪ ଅପ୍ରେଲ ୧୯୬୭ ମସିହାରେ ପରମସିଦ୍ଧି ଲାଭ କରିଥିଲେ । ଅର୍ଜ୍ଜୁନଙ୍କ ଜୀବନ ଓ ଦର୍ଶନ ଓଡ଼ିଶାର ଅନେକ ବହିରେ ପ୍ରତିଫଳିତ ହୋଇଛି[୭] । ୨୮ ଫେବୃଆରୀ ୧୯୮୯ରେ ସେ ଦେହତ୍ୟାଗ କରିଥିଲେ । ଓଡ଼ିଶାରେ ଅଦ୍ୟାପି ଅନେକ ଅନୁଗାମି ଦିବ୍ୟଦର୍ଶନ ସଂଘର ପ୍ରଚାର ଓ ପ୍ରସାର କରୁଛନ୍ତି ।

ଆଧାର[ସମ୍ପାଦନା]

  1. "The culture of Orissa(oriya article)authored by Sri Basudeb Patro ;", UTKAL PRASANGA :e-magazine of Govt. of Orissa, Page no.66(2nd Para) of Feb-March 2013 issue describes Arjuna Gamang as one of the eminent personalities of Rayagada district. Retrieved.
  2. website of Arjuna Gamang- the philosophy divine
  3. The article named -Sadguru Sri Sri Arjuna in CHAITALI-2005 at page :120 Published by Govt. of Odisha (Dist. council of Culture,Rayagada)
  4. The Book entitled LIFE AND PHILOSOPHY OF SADGURU SRI SRI ARJUNA,2nd edition -2011 written by Sabita Manjari Mahanty Published by Dibya Darshan Sangha.
  5. The article named Life and philosophy of Sadguru Arjuna in timely magazine CHAITALI-2013 at page :37 Published by Govt. of Odisha (District Council of Culture,Rayagada)
  6. Book entitled RAYAGADA(2002)The article entitled Dibyadarshi Sadguru Arjuna, p.110.Published by Govt. of Orissa(District Council of culture,Rayagada)
  7. "Jyotshna-the literary mouth piece of Rayagada"

ଅଧିକ ତଥ୍ୟ[ସମ୍ପାଦନା]

  • (1999, 10). Sin Is Ignorance - Socratic Definition of Sin. StudyMode.com. Retrieved 10, 1999, from "Socratic definition of sin" Archived 2015-02-13 at the Wayback Machine.
  • About village Gudiabandha where Sadguru Arjuna was born [୧]
  • The article named " ସଦ୍‌ଗୁରୁ ଅର୍ଜ୍ଜୁନ ଏବଂ ଦିବ୍ୟଦର୍ଶନ " in oriya magazine JYOTSHNA-1994 at page:1 Published by Basudev Patro,Rayagada.